-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
23-May-2021
ବ୍ରହ୍ମପୁର, କୋଦଳା(ଉମା ମହାରଣା)-ରବିବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲା କୋଦଳା ଠାରୁ କଞ୍ଚଣା ରାସ୍ତାର ବାଲିପୋଇ ନିକଟରେ ଏକ ଡାଲା ଅଟୋ( OD 07 Z 8565 ) ରେ ଭର୍ତିଥିବା ଗଂଜେଇକୁ କୋଦଳା ପୋଲିସ ଧରିବାରେ ସକ୍ଷମ ହୋଇଛି। ଅଟୋଟି କୋଦଳାରୁ ଖଲ୍ଲିକୋଟ ଅଭିମୁଖେ ଯାଉଥିଲା କୋଦଳା ବାଲିପୋଇ ଛକ ଠାରେ ପୋଲିସ
ତରଫରୁ ମାସ୍କ ଚେକିଂ ଚଳାଇଥିବା ବେଳେ ଘଟଣା ସ୍ଥଳରେ ଅlଡ଼ିଶୀନାଲ ତସହସିଲଦାର ଅଶୋକ କୁମାର ତ୍ରିପାଠୀ ପହଂଚି ଡାଲା ଅଟୋଟିକୁ ଅଟକାଇ ଥିଲେ ଏବଂ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିଥିଲେ ଯାହାଫଳରେ କୋଦଳା ଥାନା ଆଇ ଆଇ ସି ଦେବାଶିଷ ମହାନ୍ତି ପହଞ୍ଚି ତଦନ୍ତ ଚଳାଇବା ସହ ଉକ୍ତ ଡ୍ରାଇଭର କୁ ଗିରଫ କରିଛନ୍ତି।ଏସ ଆଇ ଆରତୀ ପରିଡା ,ଏସଆଇ ମହେଶ୍ୱର ବେହେରା,ବେଗୁନିଆପଡା ଫାଣ୍ଡି ଏ ଏସ ଆଇ ଶରତ ଚନ୍ଦ୍ର ମହାପାତ୍ରଙ୍କ ସମେତ ପୋଲିସ ଟିମ ପ୍ରମୁଖ ସେହି ଅଟୋକୁ ଜବତ କରିଥିଲେ। ଅଟୋରେ ଥିବା ଗଂଜେଇର ପରିମାଣ ୨୪୦ କିଲୋ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । କୋଦଳା ଥାନା କେଶ୍ ନମ୍ବର ୨୨୨/୨୦୨୧ ରେ ଏକ ମାମଲା ରୁଜ୍ଜୁ କରାଯାଇଛି। ପ୍ରକାଶ ଥାଉକି ଯେ ପୂର୍ବ ଦିନ ମଧ୍ୟ ଏକ ଟ୍ରାକ୍ଟର ରେ ଗଞ୍ଜେଇ ବୋଝେଇ ହୋଇ ନସହ କେଜି ଯାଉଥିବା ବେଳେ କୋଦଳା
ତହସିଲ ଦାର ଓ ଅବକାରୀ ବିଭାଗ ଏହାକୁ ଜବତ କରିଥିଲା। କରୋନା ମହାମାରୀର ଲକଡାଉନ ଓ ସଟ ଡାଉନ ସମୟରେ ଗଞ୍ଜେଇ ମାଫିଆ ମାନେ ଖୋଲାଖୋଲି ବ୍ୟବସାୟ ଚଳାଇଛନ୍ତି l ତେଣୁ ଏଭଳି ବାରମ୍ବାର ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇକୁ ଧରିବାରେ ପୋଲିସ ସଫଳ ହୋଉଛି।ଏବେ ଦେଖିବାକୁ ବାକି ରହିଲା ଏମିତି ଧର ପଗଡ଼ ଜାରି ରହିବ କି l