-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
24-May-2021
ସମ୍ବଲପୁର(ସଂଜୀବ ପାଣିଗ୍ରାହୀଙ୍କରିପୋର୍ଟ): ସମ୍ବଲପୁର ଏଚଡିଏସି ବ୍ୟାଙ୍କ ଡେପୁଟି ମ୍ୟାନେଜର ସ୍ଥାନୀୟ ଝାଡୁଆପଡା ନିବାସୀ ଅନ୍ତର୍ଯ୍ୟାମୀ ସୁପକାର (୪୦) ଙ୍କ ଆଜି ପରଲୋକ ହୋଇଛି I ଗତ ୧୧ ତାରିଖ ଠାରୁ କରୋନା ସଂକ୍ରମିତ ହୋଇ ସେ ସ୍ଥାନୀୟ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଅଶ୍ବିନୀ ହସ୍ପିଟାଲ ଦ୍ୱାରା ପରିଚାଳିତ କୋଭିଡ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିଲେ I କରୋନା କଟକଣା ମଧ୍ୟରେ ସ୍ଥାନୀୟ ରାଜଘାଟରେ ଆଜି ସନ୍ଧ୍ୟା ରେ ଶେଷକୃତ୍ୟ ସମ୍ପର୍ଣ ହୋଇଥିବା ବେଳେ ବିଧବା ପତ୍ନୀ ରଶ୍ମିତା, ଏକ ମାତ୍ର ୫ ବର୍ଷ ର ଝିଅ ଗୁଞ୍ଜନ, ମାତା ମାୟାବତୀ, ବଡ଼ ଭଉଣୀ ଜୟନ୍ତୀ ମହାନ୍ତି, ଭିଣୋଇ ଶାନ୍ତନୁ କୁମାର ମହାନ୍ତି, ପିଉସୀ ଚନ୍ଦ୍ରମା, ଶଳା ରଶ୍ମି ରଞ୍ଜନ ପଣ୍ଡା, ଏଚଡିଏସି ବ୍ୟାଙ୍କ ମ୍ୟାନେଜର ମାନସ ମହାନ୍ତି, ଯୁଯୋମୁରା ବ୍ରାଞ୍ଚ ମ୍ୟାନେଜର ରଞ୍ଜନ ସାହୁ, ବୁର୍ଲା ବ୍ରାଞ୍ଚ ମ୍ୟାନେଜର ଦେବବ୍ରତ ମିଶ୍ର, ବୁଢାରଜା ବ୍ରାଞ୍ଚ ମ୍ୟାନେଜର ରବୀନ୍ଦ୍ର ବେହେରା, ଲୋନ ମ୍ୟାନେଜର ତୁଳସୀ ପ୍ରସାଦ ପାଢ଼ୀ, ସଂଜୀବ ପାଢ଼ୀ ପ୍ରମୁଖ ପହଂଚି ଶେଷ ଦର୍ଶନ କରିଥିଲେ I ମଝିଆ ଭାଇ ବସନ୍ତ ସୁପକାର ମୂଖାଗ୍ନୀ ଦେଇଥିଲେ। ତାଙ୍କ ପରଲୋକରେ ଆତ୍ମୀୟ ସ୍ୱଜନ, ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି।