-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
01-May-2021
କଟକ (ପ୍ରେରଣା ଖବର ବ୍ୟୁରୋ) : ଜୁନ୍ ୫ ଯାଏ ବନ୍ଦ ରହିବ ସମସ୍ତ କୋର୍ଟ l ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବା କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ନିମ୍ନ ଅଦାଳତର ଗ୍ରୀଷ୍ମକାଳୀନ ଅବକାଶକୁ ଆଗୁଆ ଭାବେ ଲାଗୁ କରାଯାଉଛି । ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇ ଜୁନ ୫ ତାରିଖ ଯାଏଁ ରାଜ୍ୟର ସମସ୍ତ ଅଦାଳତ ଗ୍ରୀଷ୍ମ ଅବକାଶ ପାଇଁ ବନ୍ଦ ରହିବ । ପୂର୍ବ କ୍ୟାଲେଣ୍ଡର ଅନୁଯାୟୀ ହାଇକୋର୍ଟରେ ଏହି ଗ୍ରୀଷ୍ମ ଅବକାଶ ୨୪ ମେରୁ ଏବଂ ନିମ୍ନ ଅଦାଳତ ଗୁଡିକରେ ୨୨ ମେରୁ ଆରମ୍ଭ ହୋଇଥାନ୍ତା । ସେହିପରି ହାଇକୋର୍ଟ ପରି ସମସ୍ତ ନିମ୍ନ ଅଦାଳତ ଜୁନ ୭ ତାରିଖରେ ଖୋଲା ହେବ!.*ରଜ ପର୍ବ ପାଇଁ ଜୁନ ୧୪ରୁ ୧୭ ଯାଏଁ ସମସ୍ତ ଅଦାଳତ ବନ୍ଦ ରହିବ । ଗ୍ରୀଷ୍ମ ଅବକାଶ ସମୟରେ ହାଇକୋର୍ଟ ଓ ସମସ୍ତ ନିମ୍ନ ଅଦାଳତ ଭର୍ଚୁଆଲ ମୋଡରେ କାର୍ଯ୍ୟ କରିବେ ବୋଲି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଅପରପଟେ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ପୂର୍ବରୁ ଜାରି କରାଯାଇଥିବା ସମସ୍ତ ଅନ୍ତରୀଣ ଆଦେଶ ଆସନ୍ତା ଜୁନ ୩୦ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି!.*ସେପଟେ ହାଇକୋର୍ଟ ପରେ ଜିଲ୍ଲା ଅଦାଳତ ଗୁଡିକର ସମସ୍ତ ରେକର୍ଡ ପତ୍ର ଡିଜିଟାଇଜେସନ ପ୍ରକିୟା ଆରମ୍ଭ ହୋଇ ଯାଇଛି । ପ୍ରାଥମିକ ପର୍ଯ୍ୟାୟରେ କଟକ, ଗଞ୍ଜାମ, ସମ୍ବଲପୁର ଏବଂ ବାଲେଶ୍ୱର ଜିଲ୍ଲା ଅଦାଳତରେ ଏହି ପ୍ରକିୟାକୁ ହାଇକୋର୍ଟ ମୁଖ୍ୟ ବିଚାରପତି ଉଦଘାଟନ କରିଛନ୍ତି । ଏହି ୪ଟି ଜିଲ୍ଲା ଅଦାଳତ ପରିସରରେ ଜିଲ୍ଲା ଅଦାଳତ ଡିଜିଟାଇଜେସନ କେନ୍ଦ୍ର ଗତକାଲି ଠାରୁ କାର୍ଯ୍ୟକ୍ଷମ ହୋଇଛି । ଏହି କେନ୍ଦ୍ର ଗୁଡିକରେ ଶୁଣାଣି ଶେଷ ହୋଇଥିବା ସମସ୍ତ ମାମଲା ଗୁଡିକର ରେକର୍ଡ ପତ୍ରକୁ ସ୍କାନିଂ କରି ଡିଜିଟାଲ ମାଧ୍ୟମରେ ସୁରକ୍ଷିତ ରଖାଯିବ। ପୂର୍ବରୁ ହାଇକୋର୍ଟରେ ଏହି ପ୍ରକିୟା ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ସୁଧା ପ୍ରାୟ ୨ କୋଟିରୁ ଉର୍ଦ୍ଧ ଡକୁମେଣ୍ଟକୁ ଡିଜିଟାଇଜ କରାଯାଇ ପାରିଛି । ଏହା ଦ୍ୱାରା ରେକର୍ଡ ପତ୍ର ନଷ୍ଟ ହେବାର ଆଶଙ୍କା ସଂମ୍ପୃର୍ଣ୍ଣ ଭାବେ ଦୂର ହୋଇପାରିବ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି!.