-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
30-Nov--0001
କଟକ ଜିଲ୍ଲା ମାହାଙ୍ଗାରେ ପୁଣି ଦଳିତ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ l ଘରେ କେହି ନଥିବା ବେଳେ ୫ ଜଣ ଅସାମାଜିକ ବ୍ୟକ୍ତି ଯାହାଙ୍କ ବୟସ ପାଖାପାଖି ୪୦ ବର୍ଷରୁ ଉର୍ଦ୍ଧ୍ବ। ନାବାଳିକାର ବାପ ତୁଲ୍ୟ l ଏନେଇ ନାବାଳିକାର ବଡ଼ ଭଉଣୀ ରଶ୍ମିତା ଦାସ ଗତ ୨୫/୦୪/୨୧
ତାରିଖ ଦିନ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ୍ ର ତଦନ୍ତ ଘର ଶିଥିଳତା ଚର୍ଚ୍ଚାହେଉଛିl ଯାହାକୁ ନେଇ ନାବାଳିକାର ବଡ଼ ଭଉଣୀ ଓ ନାବାଳିକା ନ୍ୟାୟ ପାଇବା ଆଶାରେ ମାହାଙ୍ଗା ଥାନା ସମ୍ମୁଖରେ କିରୋସିନି ଢାଳି ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି l ଏ ଭଳି ଲଜ୍ୟାଜନକ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତ ପୁରୁଷୋତ୍ତମ ପୁର ଗ୍ରାମରେ l ପୁରୁଷୋତ୍ତମ ପୁର ଗ୍ରାମର ସ୍ବର୍ଗତ ଜୟ ଚନ୍ଦ୍ର ଦାସ ଗତ ଦେଢ଼ ବର୍ଷ ହେବ ହାର୍ଟ ରେ ମୃତ୍ୟୁ ବରଣ କରିଥିଲେ l 38 ବର୍ଷୀୟ ବିଧବା ପତ୍ନୀ ବବିତା ଦାସ ଓ ତାଙ୍କର ୪ ଝିଅ ଓ ଗୋଟିଏ ପୁଅ କୁ ନେଇ ପରିବାର ଚଳୁଥିଲା l ତେବେ ବଡ଼ ଭଉଣୀ ବାହାଘର ପରେ ତାଙ୍କ ଘରକୁ ଯାଜପୁର ଜିଲ୍ଲା ବାଲି ଚନ୍ଦ୍ରପୁର ଥାନା ଅଞ୍ଚଳର ଭରତପୁର ଗ୍ରାମର ୪୭ ବର୍ଷୀୟ ଗଣେଶ୍ୱର ଦଳାଇ ବାରମ୍ବାର ବବିତା ଦାସଙ୍କ ଘରକୁ ଆସନ୍ତି l ହେଲେ ଘରେ କେହି ନଥିବା ବେଳେ ବବିତାଙ୍କ ଅଷ୍ଟମ ଶ୍ରେଣୀ ରେ ପଢୁଥିବା ନାବାଳିକା ଝିଅ କୁ ଦେଢ଼ ମାସ ହେବ ଗଣେଶ୍ୱର ଦଳେଇ ୪ ରୁ ୫ ଥର ଜୋର୍ ଜବର ଦସ୍ତ୍ ଦୁଷ୍କର୍ମ କରିଛି ବୋଲି ପୀଡିତ ଜଣକ ଭଉଣୀକୁ କହିଛି । ଏପରିକି ଯଦି କାହାରିକୁ କହିବୁ ତତେ ମାରିଦେବି ବୋଲି ଧମକ ଦେଇଥିଲା l କେବଳ ସେହି ବ୍ୟକ୍ତି ନୁହେଁ ବରଂ ଆଉ ଜଣ ବ୍ୟକ୍ତି ନାବାଳିକାକୁ ଜୋର ଜବରଦସ୍ତି ଗଣ ଦୁଷ୍କର୍ମ କରିଥିବା ନାବାଳିକା ଜଣକ ଅଭିଯୋଗ କରିଛନ୍ତି l ଏପଟେ ନାବାଳିକା ର ବଡ଼ ଭଉଣୀ ରଶ୍ମିତା ତାଙ୍କ ଭଉଣୀ ଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ମାହାଙ୍ଗା ଥାନାରେ ଏତଲା ଦେଇଥିଲେ ଚଳିତ ମାସ ୨୫ ତାରିଖରେ ହେଲେ ପୋଲିସ୍ କିଛି ତଦନ୍ତ କରି ନଥିବା ଏତଲା କରୀ କହିଛନ୍ତି l ଏପରିକି ଯଦି ତୁରନ୍ତ ନାବାଳିକା କୁ ନ୍ୟାୟ ଓ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଯାଏ ତେବେ ଆଗାମୀ ଦିନରେ ମାହାଙ୍ଗା ଥାନା ସମ୍ମୁଖରେ କିରୋସିନି ଢାଳି ପୀଡ଼ିତା ଓ ତାଙ୍କ ଭଉଣୀ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି l (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)