-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
29-Apr-2021
ଘଟଗାଁ (ପ୍ରେରଣା ଖବର) : ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ମେଲାଣ ଗାଁ ନିକଟସ୍ଥ ରାସ୍ତା କଡରୁ ମିଳିଛି ମୃତଦେହ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଗୁରୁବାର ଦିନ ସକାଳ ସମୟରେ ମେଲାଣ ଗାଁ ନିକଟରେ ଯୁବକଙ୍କ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ତେବେ ଯୁବକଙ୍କ ମୃତଦେହ ଏଠାରେ କିପରି ପଡିଲା , ସେନେଇ ଅନେକ ପ୍ରଶ୍ନ ଉଠିଛି । ଯୁବକଙ୍କୁ ଘରୁ ଡାକି ତଣ୍ଟି କାଟି ହତ୍ୟା କରାଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି । ପୋଲିସର ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ଯୁବକଙ୍କୁ କିପରି ହତ୍ୟା କରାଗଲା ଏବଂ କଣ ପାଇଁ ହତ୍ୟା କରାଯାଇଛି । ସେନେଇ ଖୋଲ୍ତାଡ଼ ଜାରି ରଖିଛି ପୋଲିସ ।