-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ରାଜ୍ୟ

ଶିକ୍ଷୟତ୍ରୀଙ୍କ ଅପମୃତ୍ୟୁ କାରଣ ଜଟିଳ : ୨୦ବର୍ଷ ସାନ ପୁରାତନ ଛାତ୍ରଙ୍କ ସହ ଲିଭ୍‌-ଇନ୍‌ ରହୁଥିଲେ, ବାହାଘର କଳିରୁ ହେଲା ମନାନ୍ତର

26-Apr-2021



ଭୁବନେଶ୍ୱର (ପ୍ରେରଣା ଖବର ବ୍ୟୁରୋ) : କଥାରେ ଅଛି ପ୍ରେମ ଅନ୍ଧ । ନା ଦେଖେ ଜାତି , ଧର୍ମ ଓ ବୟସ । କାହାକୁ କେତେବେଳ ଯେ ପ୍ରେମ ହୋଇଯାଏ, ତାହା ବୁଝିବା ଅସମ୍ଭବ । ଭୁବନେଶ୍ୱରରୁ ଏପରି ଏକ ଅନ୍ଧ ପ୍ରେମ ଏବଂ ଏହାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ପାଠ ପଢାଉଥିବା ଛାତ୍ରଙ୍କ ପ୍ରେମରେ ପଡିଯାଇଛିଥିଲେ ଶିକ୍ଷୟତ୍ରୀ । ଛାତ୍ରଙ୍କ ବୟସ ୨୩କୁ , ଶିକ୍ଷୟତ୍ରୀଙ୍କ ବୟସ ୪୩ । ଉଭୟ ବିବାହ କରିବାକୁ ମନସ୍ଥ କଲେ, ଏବଂ ଲିଭ୍‌-ଇନ୍‌ରେ ରହିଲେ । କିନ୍ତୁ ଯୁବକ ବିବାହ କରିବାକୁ ମନା କରିବାରୁ ଆତ୍ମହତ୍ୟା କରିଛନ୍ତି ଇଂରାଜୀ ଶିକ୍ଷୟତ୍ରୀ ଶବନମ୍‌ ବର୍ମା ।

ରବିବାର ଦିନ ଅପରାହ୍ନ ୧ ଟା ସମୟରେ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଏକ ଫୋନ୍‌ କଲ୍‌ ଆସିଲା । ଫୋନ୍‌ କଲ୍‌ରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ନେଇ ଖବର ଆସିଥିଲା । ପୋଲିସ ଖବର ପାଇବା ମାତ୍ରେ ଘଟଣାସ୍ଥଳର ପହଞ୍ଚି ଶବନମ୍‌ର ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲା । ଶୋଇବା ଘରର ଖଟ ଉପରେ ତାଙ୍କ ମୃତଦେହ ଝୁଲୁଥିଲା । ଆଣ୍ଠୁ ଯାଏଁ ଖଟକୁ ଲାଗିଥିଲା । ୨ ଗୋଡ଼ର ଭାରାରେ ଶରୀର ବସିବା ଭଙ୍ଗୀରେ ରହିଥିଲା । ଏକ ପ୍ଲାଷ୍ଟିକ୍‌ ପାଇପ୍‌ ଯୋଗେ ତାଙ୍କ ବେକକୁ ଗୁଡ଼ା ଯାଇ ପାଇପ୍‌ଟିକୁ ଫ୍ୟାନ୍‌ରେ ବନ୍ଧାଯାଇଛି । ଝୁଲନ୍ତା ଶରୀର ପାଖରେ ଏକ ନାଲି ରଙ୍ଗର ପ୍ଲାଷ୍ଟିକ୍‌ ଚେୟାର ପଡ଼ିଛି । ଶବନମ୍‌ ଏକ ନାଲି ରଙ୍ଗର ପୋଷାକ ପିନ୍ଧିଥିଲେ । ପୋଲିସ ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୁରୁଷ ବନ୍ଧୁ ରୋହନ ଓରାମ୍‌ଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି । ପୋଲିସ ଘର ମାଲିକ ଓ ପାଖ ପଡ଼ୋଶୀଙ୍କ ବୟାନ ରେକର୍ଡ କରିଛି । ପୂର୍ବରୁ ଶବନମ୍‌ଙ୍କ ପରିବାରବର୍ଗଙ୍କୁ  ମୃତ୍ୟୁ ନେଇ ଖବର ଦିଆଯାଇଛି ।

ସେପଟେ ଘର ମାଲିକଙ୍କ ବୟାନ ଅନୁଯାୟୀ, ସିଦେ୍ଧଶ୍ୱର ନଗରର ପ୍ଲଟ ନମ୍ବର ୯୩୫/୫୩୯୩ର ଦ୍ୱିତୀୟ ମହଲାରେ ଶବନମ୍‌ ୨ ବର୍ଷ ତଳୁ ରହୁଥିଲେ । ଅଧିକାଂଶ ଥର ରୋହନ ତାଙ୍କ ଘରକୁ ଯିବା ଆସିବା କରନ୍ତି । ରୋହନଙ୍କୁ ସେ ନିଜର ସମ୍ପର୍କୀୟ ଭାଇ ବୋଲି ପରିଚୟ ଦେଉଥିଲେ । ପୁରୁଷବନ୍ଧୁଙ୍କ ଘର ହେଉଛି କୋରାପୁଟ ସୁନାବେଡ଼ା ଅଞ୍ଚଳରେ । ସେ ପଶ୍ଚିମବଙ୍ଗରେ ଏକ ସଫ୍ଟୱେର କମ୍ପାନିରେ କାମ କରନ୍ତି ବୋଲି ପୋଲିସ କହିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଶବନମ୍‌ ବର୍ମା ଇଂରାଜୀ ପାଠ ପଢାନ୍ତି । ତାଙ୍କ ଘର ବିହାର ପାଟଣା ସହରରେ ।  ଶବନମ୍‌ ୨ ବର୍ଷ ତଳେ କୋରାପୁଟର ଏକ ଇଂରାଜୀ ସ୍କୁଲରେ ପଠା ପଢାଉଥିଲେ । ସେଠାରେ  ରୋହନ ଓରାମ୍‌ଙ୍କ ଶବନମ୍ ପାଠ ପଢାଉଥିଲେ । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ଇତିମଧ୍ୟରେ ଶବନମ୍‌ଙ୍କର ଭୁବନେଶ୍ୱରରେ ଉପକଣ୍ଠରେ ଥିବା ଏକ ସ୍କୁଲରେ ଚାକିରି ହୋଇଯାଇଥିଲା । ଯାହାଫଳରେ ତାଙ୍କୁ କୋରାପୁଟ ଛାଡି ଭୁବନେଶ୍ୱରର ଜାଗମରାରେ ଘର ଭଡ଼ା ନେଇ ରହିବାକୁ ଲାଗିଥିଲେ । ମଝିରେ ମଝିରେ ରୋହନ ଏଠାକୁ ଆସନ୍ତି। ଉଭୟଙ୍କ ମଧ୍ୟରେ ୭ବର୍ଷରୁ ଅଧିକ ଦିନ ହେଲା ସଂପର୍କ ରହିଆସିଛି । ତେବେ ରବିବାର ଦିନ କୌଣସ କାରଣକୁ ନେଇ ରୋହନ ଓ ଶବମନ୍‌ ମଧ୍ୟରେ ଝଗଡା ହୋଇଥିଲା । ଯାହାପରେ ରୋହନ୍‌ ନିଜ ପାତ୍ରପଡ଼ା ଘରକୁ ଯାଇଥିଲା । ଏହାପରେ ଶବନମ୍‌ ବାରମ୍ବାର କଲ୍‌ କରିଥିଲେ ମଧ୍ୟ ରୋହନ ଫୋନ୍‌ ଉଠାଇନଥିଲା । ଏଥିରେ ଶବନମ୍‌ ରାଗିଯାଇ ଧମକ ଭରା ମେସେଜ୍‌ ଦେଇଥିଲା । ତୁ ତୁରନ୍ତ ଘରକୁ ଆସେ, ନହେଲେ ମୁଁ ଆତ୍ମହତ୍ୟା କରିବି ବୋଲି କହିଥିଲେ । ପୋଲିସ ଜେରା ବେଳେ ରୋହନ ଏକଥା କହିଛି ବୋଲି ସୂଚନା ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like