-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
26-Apr-2021
ସମ୍ବଲପୁର(ପ୍ରେରଣା ଖବର) : ସମ୍ବଲପୁର ପୋଲିସ ଦ୍ବାରା ସେକ୍ସ ରାକେଟ୍ ଠାବ । ସେକ୍ସ ରାକେଟ୍ ଚାଲୁଥିବା ନେଇ ଖବର ପାଇ ଧନୁପାଲି ପୋଲିସ ସମ୍ବଲପୁର ସାକ୍ଷୀପଡା ସ୍ଥିତ ନ୍ୟୁକଲୋନୀରେ ଚଢାଉ କରିଛି । ଏହି ଚଢାଉ ପରେ ସମ୍ବଲପୁର ଧନୁପାଲି ପୋଲିସ ଦୁଇ ଜଣ ଝିଅଙ୍କୁ ଉଦ୍ଧାର କରିବା ସହ ୩ ଜଣ ଗ୍ରାହକଙ୍କୁ ଅଟକ ରଖିଛି । ଦୀର୍ଘ ଦିନ ଧରି ଏଠାରେ ସେକ୍ସ ରାକେଟ୍ ଚାଲୁଥିବା ନେଇ ପୋଲିସ ଖବର ପାଇ ଏଠାରେ ଚଢାଉ କରିଥିବା ଜଣାପଡିଛି । ସେପଟେ ଜଣେ ଗ୍ରାହକ କୌଶଳ କ୍ରମେ ଦୌଡି ପଳାଇଥିବା ସୂଚନା ମିଳିଛି ।