-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||     

HOME   ଜୀବନଶୈଳୀ

କଳା, ସଙ୍ଗୀତର ଏକାଧିକ ବିଭାଗକୁ ଛୁଇଁ ପାରିଥିବା ଜଣେ ନିଆରା ସାଧିକା ଅନୀତା 

05-Apr-2021



ଅଭିନୟ ଓ ଗୀତ ପାଇଁ କୌଣସି ବିଧିବଦ୍ଧ ତାଲିମ ନେଇନଥିଲେ ବି କଳା କ୍ଷେତ୍ରରେ ନିଜର ବିଚକ୍ଷଣ ପ୍ରତିଭା ପ୍ରଦର୍ଶନ କରିଛନ୍ତି ।   ଗୋଟିଏ ପଟେ ଘରର ଜାବତୀୟ ଜଂଜାଳ, ଅନ୍ୟପଟେ ଅଭିନୟ ଓ ସଙ୍ଗୀତ ସାଧନା, ଏହି ଦୁଇଟି ଗୁରୁ ଦାୟିତ୍ୱକୁ ବେଶ ବ୍ୟବସ୍ଥିତ ଢ଼ଙ୍ଗରେ ତୁଲାଇ ପାରିଥିବା ଜଣେ ଏପରି ମହିଳା ହେଉଛନ୍ତି ଅନୀତା ଦାସ ତ୍ରିପାଠୀ ।  ସ୍ୱାମୀ ଇଂ. ଉମେଶ ଚନ୍ଦ୍ର ତ୍ରିପାଠୀ ପେଶାରେ ଜଣେ ସିଭିଲ ଇଂଜିନିୟର ହୋଇଥିଲେ ମଧ୍ୟ ଅନୀତାଙ୍କୁ କଳା

କ୍ଷେତ୍ରରେ ନିଜର ପ୍ରତିଭା ଦେଖାଇବା ପାଇଁ ସବୁବେଳେ ପ୍ରୋତ୍ସାହିତ କରିଛନ୍ତି । ଗୀତ ଲେଖିବା, ଗୀତ ଗାଇବା, ଅଭିନୟ କରିବା ତଥା ଗୀତ କମ୍‌ପୋଜ୍ କରିବା, ଏହି ଚାରୋଟି କ୍ଷେତ୍ରରେ ବେଶ୍ ମାହିର ଅନୀତା । ବରଗଡ଼ ଜିଲ୍ଲା କାଦୋବାହାଲ ଗାଁ ର ଏକ ସମ୍ଭ୍ରାନ୍ତ ଜମିଦାର ପରିବାରର ଅଳିଅଳ ଝିଅ ଅନୀତାଙ୍କ କଳା ପ୍ରତି ଝୁଙ୍କ ତୃତୀୟ ଶ୍ରେଣୀରେ ପଢ଼ୁଥିବା ସମୟରୁ ହିଁ ଆରମ୍ଭ ହୋଇଥିଲେ । ଝିଅର ଆଗ୍ରହକୁ ଦେଖି ଅନୀତାଙ୍କ ବାପା ନୀଳାଞ୍ଚଳ ଦାସ ଓ ମାତା ମୋହିନୀ ଦେବୀ ତାଙ୍କୁ ଏହି କ୍ଷେତ୍ରରେ ଯିବା ପାଇଁ ଉତ୍ସାହିତ କରିଥିଲେ । ଅନୀତାଙ୍କ ବାପା ଜଣେ ହାରମୋନିୟମ ବାଦକ ଓ ମାଁ ଙ୍କ କଳା ପ୍ରତି ଗଭୀର ଅନୁରକ୍ତି ରହିଥିଲା । ତେବେ ଛୋଟଦିନରୁ ବାପାମାଁଙ୍କ ପ୍ରଭାବ ଅନୀତାଙ୍କ ଉପରେ ପଡଥିଲା ।  ଆଜି ପର୍ଯ୍ୟନ୍ତ ଅନେକ ସର୍ଟ ଫିଲ୍ମରେ ଅଭିନୟ ସହ ଗୀତ ଗାଇ ସମସ୍ତଙ୍କ ପ୍ରଶଂସାଭାଜନ ହୋଇପାରିଛନ୍ତି ଅନୀତା । ବଲାଙ୍ଗୀରର ଚଟ୍‌ନୀ ଓ ଆଧୁନିକ ସେଡ୍ ସଙ୍ଗ ପ୍ରିୟା ବୋଲି ମନେ ଓ ଝରା ଫୁଲ ଗୀତ ଅନୀତlଙ୍କ ହିଟ ଗୀତ ମଧ୍ୟରେ ଅନ୍ୟତମ । ସମ୍ବଲପୁରୀ ସର୍ଟ ଫିଲ୍ମ ‘ବଙ୍କୁ’ରେ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରି ଅନୀତା ନିଜର ଅଭିନୟ ଜାଦୁଗରୀ ଦେଖାଇଛନ୍ତି । ସର୍ଟ ଫିଲ୍ମ ଭାବର ତିହାର୍ ନୂଆଁଖାଇ ଏବଂ ଓଁ ଶାନ୍ତିରେ ତାଙ୍କ ଅଭିନୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ବଡ କଥା ହେଲା ଆଉ ଏକ ନିର୍ମାଣଧୀନ ୟୁଟୁବ୍ ଭର୍ସନ ସର୍ଟ ଫିଲ୍ମରେ ଅନୀତା ଜଣେ ବିଧାୟିକା ଭାବରେ ଲିଡ୍ ରୋଲ୍‌ରେ ଆସିବା ସହ ଏହି ସର୍ଟ ଫିଲ୍ମର ପ୍ରଯୋଜକ ମଧ୍ୟ ଅଛନ୍ତି ।   ଏହି ଦୁଇଟି ଗୀତ ୟୁଟୁବ୍‌ରେ ବେଶ ଭାଇରାଲ୍ ହୋଇଛି । କେବଳ ଆଧୁନିକ ଗୀତ ନୁହେଁ ଭଜନ, ଜଣାନ ଗାଇବାରେ ମଧ୍ୟ ବେଶ ନିପୁଣା ଅନୀତା । ଶାନ୍ତିଲତା ବାରିକ ଗାଇଥିବା ଭଜନକୁ ଅନିତା ନିଜର ସ୍ୱର  ଓ ଭାବ ଦେଇ ଅତି ଚମତ୍କାର ଭାବରେ ଗାଇ ଦର୍ଶକଙ୍କ ମନ ମୋହି ପାରିଛନ୍ତି । ଉଭୟ ଓଡ଼ିଆ,କୋସଲୀ ଓ ହିନ୍ଦୀ ଭାଷାରେ ଭାଷାରେ ଗୀତ ଗାଇପାରୁଥିବା ଅନୀତାଙ୍କ ଅଭିନୀତ ଭଜନ ତରଙ୍ଗ ଚେନାଲରେ ପ୍ରସାରିତ ହେଉଛି । 
 ଗୀତ ଓ ଅଭିନୟ ପ୍ରତି ତ ଅନୀତା ଙ୍କ ଅହେତୁକ ଦୁର୍ବଳତା ରହିଛି । ତା ବାହାରେ ବଲାଙ୍ଗୀରସ୍ଥିତ ନିଜ ସରକାରୀ ବାସ ଭବନରେ ଅନୀତା ନିଜ ଉଦ୍ୟମରେ ଏକ ମନୋରମ ବଗିଚା ସୃଷ୍ଟି କରିଛନ୍ତି । ଗଛଲତା ପ୍ରତି ଯତ୍ନ ନେବା ଅନୀତାଙ୍କ ଆଉ ଏକ ସୌକ୍ ଅଟେ । କଳା କ୍ଷେତ୍ରରେ ଏତେ ସକ୍ରିୟ ରହି ମଧ୍ୟ ପରିବାରକୁ ସେ କେବେ ଅବହେଳା କରି ନାହାନ୍ତି । ନିଜର ସ୍ୱପ୍ନ ଥିଲା ପୁଅକୁ ଇଂଜିନିୟର କରାଇବା । ସେ ସ୍ୱପ୍ନ ଆଜି ପୂରଣ ହୋଇଛି । ପୁଅ ବର୍ତ୍ତମାନ ବୁର୍ଲା ଇଂଜିନିୟରଂ 

କଲେଜର ନିଜର ଅଧ୍ୟୟନ ଜାରି ରଖିଛି ବୋଲିି କହିଚ୍ଛନ୍ତି ଅନୀତା । ତେବେ ନିଜକୁ ଘରର ଚାରିକୋଣ ମଧ୍ୟରେ ସୀମତି ନରଖି ଅନୀତା ନିଜର ଅଭିନୟ ଯାତ୍ରା ସଫଳତାର ସହ ଜାରି ରଖିଛନ୍ତି, ଯାହା ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । କଳାର ଏକାଧିକ ବିଭାଗରେ ନିଜର ପ୍ରତିଭାର ମହକ ବିିଛୁରିତ କରିଚାଲିଥିବା ଅନୀତା ଅଭିନୟ ଯାତ୍ରା ସରସ ଓ ସୁଗମ ହେଉ, ପ୍ରେରଣା ତରଫରୁ ଏତିକି କାମନା ।  


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ