-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2026
ଟିଟିଲାଗଡ଼(ପ୍ରେରଣା ଖବର): ଜେଶିଆଇ ଟିଟିଲାଗଡ ସିଟି ପକ୍ଷରୁ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟର ମାଳତୀ ଦେବୀ ବାଳିକା ଛାତ୍ରାବାସକୁ ଏକ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ କରାଯାଇଅଛି, ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲିଙ୍ଗରାଜ ପାତ୍ରଙ୍କ ଉପସ୍ଥିତିରେ ଲୋକାର୍ପଣ କରଯାଇଥିଲା। ଏହି ପ୍ରକଳ୍ପଟି ସ୍ୱର୍ଗତ ସିଏ ପଙ୍କଜ ଜୈନଙ୍କ ପବିତ୍ର ସ୍ମୃତିରେ ଉତ୍ସର୍ଗ କରାଯାଇଛି।
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ କୁହାଯାଇଛି ଯେ, ଏହି ସହଯୋଗ କେବଳ ଏକ ଦାନ ନୁହେଁ ବରଂ ଛାତ୍ରୀମାନଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତର ଉପହାର। ଏହି ମହତ୍ ପ୍ରୟାସ ମାଧ୍ୟମରେ ସ୍ମୃତିକୁ ଏକ ସାର୍ଥକ ସେବାରେ ପରିଣତ କରାଯାଇଥିବା ସହ ବହୁ ଯୁବ ଜୀବନ ପାଇଁ ଏକ ସ୍ଥାୟୀ ଉପକାରର ମାର୍ଗ ସୃଷ୍ଟି ହୋଇଛି।
“ସ୍ୱଚ୍ଛ ଜଳ, ଉତ୍ତମ ସ୍ୱାସ୍ଥ୍ୟ ଓ ଉଜ୍ଜ୍ୱଳ ଭବିଷ୍ୟତ” ଲକ୍ଷ୍ୟକୁ ନେଇ ଏହି ପ୍ରକଳ୍ପ ସମାଜସେବା କ୍ଷେତ୍ରରେ ଏକ ସାର୍ଥକ ପଦକ୍ଷେପ ବୋଲି ଜେସିଆଇ ଟିଟିଲାଗଡ଼ ସିଟିର ସଭାପତି ଶ୍ରୀ ଶୈଳେଶ ଗୋଏଲ ପ୍ରକାଶ କରିଛନ୍ତି।
ଏହି ଅବସରରେ ଶ୍ରୀ ମାଣିକ ଚନ୍ଦ ଧୀରଜ କୁମାର ଜୈନଙ୍କ ଉଦାରତା, ସମାଜ ପ୍ରତି ଦାୟିତ୍ୱବୋଧ ଓ ସହଯୋଗ ପାଇଁ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଗଭୀର କୃତଜ୍ଞତା ଓ ଆଭାର ପ୍ରକାଶ କରାଯାଇଛି। ଆଗାମୀ ଦିନରେ ମଧ୍ୟ ସମାଜର ହିତ ପାଇଁ ଏଭଳି ସାର୍ଥକ ସେବା କାର୍ଯ୍ୟ ଜାରି ରହିବ ବୋଲି ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ କୁହାଯାଇଛି। ଏହି ଲୋକାର୍ପଣ ଅବସରରେ ଜେଶିଆଇ ଟିଟିଲାଗଡ ସିଟିର ସଦସ୍ୟ, ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରାବାସର ଛାତ୍ରୀ ମାନେ ଉପସ୍ଥିତ ଥିଲେ।