-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2026
ବଲାଙ୍ଗିର(ପ୍ରେରଣା ଖବର) ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରଠାରେ ଆଜି ଏଡ୍ସ ସଚେତନତା ଓ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଏଚଆଇଭି/ଏଡ୍ସ ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀ ହେମନ୍ତ କୁମାର ଦାସ ଯୋଗ ଦେଇ ଏଡ୍ସ ସଂକ୍ରମଣର କାରଣ, ଲକ୍ଷଣ, ପ୍ରତିରୋଧ ଉପାୟ ଏବଂ ସମାଜରେ ରହିଥିବା ଭ୍ରାନ୍ତ ଧାରଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ
ସହକାରୀ ପ୍ରଫେସର ଡ. କୌତୁକ ପନ୍ଦର। ଏହି ଅବସରରେ ଅର୍ଥନୀତି ବିଭାଗମୁଖ୍ୟ ସହକାରୀ ପ୍ରଫେସର ଲେଫ୍ଟନାଣ୍ଟ କୁଶ କହଁର, ଇତିହାସ ବିଭାଗମୁଖ୍ୟ ଡ. ରମଣୀ ନାଏକ ଏବଂ ଶିକ୍ଷା ବିଭାଗମୁଖ୍ୟ ମଧୁସ୍ମିତା ମିଶ୍ର ଉପସ୍ଥିତ ରହି ନିଜ ନିଜ ବାର୍ତ୍ତା ପ୍ରଦାନ କରିଥିଲେ।ଏଡ୍ସ ସଚେତନତାକୁ ନେଇ ମହାବିଦ୍ୟାଳୟ ପକ୍ଷରୁ ପ୍ରବନ୍ଧ, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଓଡ଼ିଆ ବିଭାଗର ସ୍ନାତକ ପ୍ରଥମବର୍ଷର ଛାତ୍ର
ରଶ୍ମିରଞ୍ଜନ ଛତ୍ରିଆ, ଦ୍ୱିତୀୟ ସ୍ଥାନରେ ଶିକ୍ଷାବିଭାଗର ରଞ୍ଜିତ ନାଏକ ଏବଂ ତୃତୀୟ ସ୍ଥାନରେ ବନ୍ଦନା ଦୀପ।କୁଇଜ୍ ପ୍ରତିଯୋଗିତାରେ ଓଡ଼ିଆ ବିଭାଗର ସ୍ନାତକ ପ୍ରଥମ ବର୍ଷର ଛାତ୍ରୀ ବଲ୍ଲଭୀ ବନଚୋର, ଅର୍ଥନୀତି ବିଭାଗର ସୁଶୀଲ ଚୌହାନ ଏବଂ ଇଂରାଜୀ ବିଭାଗର ସୁଶାନ୍ତ କୁମାର ସାହୁ ବିଜୟୀ ହୋଇଥିଲେ।ଚିତ୍ରାଙ୍କନ ପ୍ରତିଯୋଗିତାରେ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗର ଛାତ୍ର ସାଗର ନାଏକ, ଯୁକ୍ତଦୁଇ କଳାର ଛାତ୍ରୀ ଲିପି ପଟେଲ ଏବଂ ଇଂରାଜୀ ବିଭାଗର ଅମିତ କୁମାର ରଣା ପୁରସ୍କୃତ ହୋଇଥିଲେ।ସଭା ସଞ୍ଚାଳନା କରିଥିଲେ ଅଧ୍ୟାପିକା ସଙ୍ଗୀତା ସାହୁ ଏବଂ ଶେଷରେ ସହକାରୀ ପ୍ରଫେସର ଡ. ଶ୍ରୀକାନ୍ତ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।