-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2026
(ପ୍ରିୟଦର୍ଶିନୀ ପାତ୍ର,)
କ୍ଷତ୍ରିୟ ଧାକଡ ସମାଜ ତରଫରୁ ଆସନ୍ତା ଅକ୍ଟୋବର ଏଗାର ତାରିଖରେ ଜାମଗୁଡା ରେ ଅନୁଷ୍ଠିତ ହେବ ନୂଆଁଖାଇ ଭେଟଘାଟ। ଏହି ଅବସରରେ ନବରଙ୍ଗପୁର ତୃପ୍ତି ଲଡ୍ଜ ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ସଭାପତି ଚକ୍ରଧର ସିଂ, ସଂଗଠନ ସାଧାରଣ ସମ୍ପାଦକ ସୂର୍ଯ୍ୟବଂଶୀ ଜୟନ୍ତ, କାର୍ଯ୍ୟକାରୀ ସଭାପତି ଧନେଶ୍ଵର ସିଂ, ଉପସଭାପତି କାର୍ତ୍ତିକ ଦାସ, ପଦ୍ମନ ନାୟକ, ସୁରେନ୍ଦ୍ର ନାୟକ, ମନମୋହନ ସିଂ ଓ ହରିହର ଧାକଡ, କୋଷାଧ୍ୟକ୍ଷ ଭୀକାରୀ ଚରଣ ନାୟକ ଉପସ୍ଥିତ ଥିଲେ। ନୂଆଁଖାଇ ଭେଟଘାଟ ପାଇଁ ସବିସ୍ତୃତ ଆଲୋଚନା କରାଯାଇ ଥିଲା। ଅନ୍ୟ ପ୍ରମୁଖ ବ୍ୟକ୍ତି ମାନଙ୍କ ମଧ୍ୟରେ, ଉପସଭାପତି ସଦନ ନାୟକ, ସଂପାଦକ ଲକ୍ଷ୍ମଣ ସିଂ ଓ ବିଭୁତି ନାୟକ, ସଂଯୋଜକ ବଳଭଦ୍ର ସିଂ, ନୀଲମ ପାତ୍ର, ଦଷମୁ ପାତ୍ର, ଭଗବାନ ଧାକଡ, ଲମ୍ବୋଦର ନାୟକ, ଦେବରାଜ ଧାକଡ, ଯଦୁନାଥ ପଣ୍ଡା ଓ କୋର କମିଟି ର ସଦସ୍ୟମାନେ ଉପସ୍ଥିତ ଥିଲେ। ଧୂମଧାମରେ ନୂଆଁଖାଇ ଭେଟଘାଟ ପାଳନ କରାଯିବ ବୋଲି କାର୍ଯ୍ୟକାରୀ ସଭାପତି ଧନେଶ୍ଵର ସିଂ ପ୍ରେମକୁ ସୂଚନା ଦେଇଛନ୍ତି।