-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2026
ଟିଟିଲାଗଡ଼(ପ୍ରେରଣା ଖବର): ଶୁକ୍ରବାର ଦିନ ଟିଟିଲାଗଡ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ଦାଶରଥି ଘିଭେଲାଙ୍କ ତତ୍ତ୍ଵାବଧାନରେ' ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି ଅବସରରେ ମୁଖ୍ୟଅତିଥି ଭାବରେ ଡି.ଏ. ଭି. ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ପାତ୍ର ଯୋଗଦେଇ ଗୁରୁଜୀ ଗୁରୁମା ଏବଂ ଶିଶୁ ଭାଇଭଉଣୀଙ୍କୁ ନମାମି ଭାରତ ଏବଂ ବନ୍ଦେମାତରମ୍ ବିଷୟରେ କହିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ସଭାପତି ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ପଣ୍ଡା ଶିଶୁ ମାନଙ୍କୁ ଭବିଷ୍ୟତରେ ସୁନାରିକ ହେବା ଏବଂ ଦେଶ ପାଇଁ କାମ କରିବା ବିଷୟରେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପରିଚାଳନା ସମିତିର ସମ୍ପାଦକ ଧନଞ୍ଜୟ ବେହେରା ଏବଂ କୋଷାଧକ୍ଷ ପଞ୍ଚାନନ ତାଣ୍ଡି ଏବଂ ଟିଟିଲାଗଡ଼ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଟିକେଲାଲ ବେହେରା ମଞ୍ଚାସୀନ ଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଦାଶରଥି ଘିଭେଲା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଶିଶୁ ଭାଇଭଉଣୀ ଓ ସମସ୍ତ ଗୁରୁଜୀଗୁରୁମା ଏବଂ ଅଭିଭାବକ ଅଭିଭାବିକା ସହ ପରିଚାଳନା କମିଟିର ସଦସ୍ୟ ମାନଙ୍କ ଉପସ୍ଥିତିରେ ବନ୍ଦେ ମାତରମ୍ ସଂଗୀତ ଗାନ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଅମିତ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ସମସ୍ତ ଗୁରୁଜୀଗୁରୁମା ସହ ସ୍ଥାନୀୟ ବିଦ୍ୟାଳୟର ପରିଚାଳନା ସମିତିର ସଦସ୍ୟ ଏବଂ ସେବକ ସେବିକାଙ୍କ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମଟି ସଫଳତା ସହ ସମାପ୍ତ ହୋଇଥିଲା ।