-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2026
ବିନିକା(ହିମାଂଶୁ ଶେଖର ପୁଟେଲ)ଓଡ଼ିଶା ସରକାରଙ୍କ ଯୁବ ରେଡ଼କ୍ରସ ବିଭାଗ ଓଡିଶା ଚିଠି ନମ୍ବର -୨୩୩ ବିଜ୍ଞପ୍ତି ଅନୁଯାଇ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ଯୁବ ରେଡକ୍ରସ ବିଭାଗ ରାଜ୍ୟପାଳ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଖବର ଜଣାପଡ଼ିବା ପରେ କଲେଜ ଷ୍ଟାଫ ଓ ସେଚ୍ଛାସେବୀ ମହଲରେ ଖୁସିର ଲହରୀ ଖେଳିଯାଇଛି।ଏଥିପାଇଁ ଆଜି କଲେଜ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା,ଅଧ୍ୟୟନରତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।ସୁବର୍ଣ୍ଣପୁର ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ତଥା ଅର୍ଥନୀତି ବିଭାଗ ଅଧ୍ୟାପକ ବିଶ୍ୱନାଥ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ୟୁନିଟ ବିଭାଗ ୨୦୨୫-୨୬ବର୍ଷ ସକାଶେ ରାଜ୍ୟପାଳ ପୁରସ୍କାର ପାଇଁ ମନୋନୀତ ହୋଇଛି ବୋଲି କହିଥିଲେ । ଏହି ଅପୂର୍ବ ସଫଳତା ପାଇଁ କଲେଜ ଅଧକ୍ଷl ରେଖା ପ୍ରଧାନ ଏବଂ ଯୁବ ରେଡକ୍ରସ ପରାମର୍ଶଦାତା ଧନେଶ୍ୱର ସାହୁଙ୍କୁ ପୁଷ୍ପଗୁଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଯୁବ ରେଡ଼କ୍ରସ ଜିଲ୍ଲା ସଂଯୋଜକ ଶ୍ରୀମିଶ୍ର,ସମ୍ମାନିତ ଅତିଥି ଖେଳ ଶିକ୍ଷକ ନାରାୟଣ ଚୌଧୁରୀ,ଡକ୍ଟର ନୀଳମାଧବ ଛତ୍ର ଯୋଗଦେଇ ଯୁବ ରେଡକ୍ରସ ବିଭାଗରେ ସାମିଲ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସମ୍ପାଦନା ଯୋଗୁଁ ଆଜି ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ରାଜ୍ୟ ସ୍ତରରେ ପୁରସ୍କୃତ ହେବାର ସୌଭାଗ୍ୟ ଅର୍ଜନ କରିଛି ବୋଲି କହିଥିଲେ। ଅନୁଷ୍ଟିତ ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟ ଅନଙ୍କ ମଧ୍ୟରେ ଅଧ୍ୟାପକ ଝଲକ କୁମାର ମିଶ୍ର,ରୋହିତ ଧରୁଆ,ଦେବେଶ ଗଡ଼ନାୟକ,ବିଶ୍ୱମୟ ଗୁରୁ,ଆଶୀର୍ବାଦ ପଧାନ,ଗରିବ ସେଲମା,ମନୋଜ ନାୟକ ଏବଂ କଲେଜର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଶେଷରେ ଯୁବ ରେଡକ୍ରସ ପରାମର୍ଶ ଦାତା ଧନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l