-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
05-Apr-2021
ଭୁବନେଶ୍ୱର,(ଶୁଭାଶିଷ ନାୟକ): କର୍ଫ୍ୟୁ ନେଇ ରବିବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିବା କଥାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୋମବାର ଦୋହରାଇଛନ୍ତି । ବାଚସ୍ପତିଙ୍କ ପରି ସମାନ ମତ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ରାଜ୍ୟରେ ଆବଶ୍ୟକ ପଡ଼ିଲେ ଦିନ ବେଳା କର୍ଫ୍ୟୁ ଲାଗୁ ହେବ ବୋଲି ନବ ଦାଶ କହିଛନ୍ତି ।
ସେ କହିଛନ୍ତି ଯେ, ସୀମାବର୍ତ୍ତୀ ଅଞ୍ଚଳରେ ଆମ ପର୍ଯ୍ୟବେକ୍ଷକ ଗସ୍ତ କରୁଛନ୍ତି । ଶିକ୍ଷାନୁଷ୍ଠାନ, ଷ୍ଟେସନ ଓ ବିମାନବବନ୍ଦରରୁ ପଜିଟିଭ ବାହାରିଲାଣି । ଦରକାର ପଡ଼ିଲେ ରାତ୍ରି କର୍ଫ୍ୟୁ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।
ପ୍ରକାଶ ଯେ, ରବିବାର ରାଜ୍ୟର କରୋନା ପରିସ୍ଥିତି ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହୁ କହୁ ଏକ ବଡ଼ କଥା କହିଥିଲେ । କରୋନା ପରିସ୍ଥିତି ନେଇ ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ସମ୍ପର୍କରେ ଘୋଷଣା କରାଯାଇଥିବାବେଳେ ଏଣିକି ରାଜ୍ୟରେ ଦିନବେଳେ କର୍ଫୁ୍ୟ ଲାଗୁ ହୋଇପାରେ ବୋଲି ବାଚସ୍ପତି କହିଥିଲେ । ଆସନ୍ତା ୪/୫ ଦିନ ମଧ୍ୟରେ ଦିନରେ କର୍ଫ୍ୟୁ ଲାଗୁ ହୋଇପାରେ । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇପାରେ । ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅନୁଧ୍ୟାନ କରୁଥିବା ବାଚସ୍ପତି ଶ୍ରୀ ପାତ୍ର କହିଥିଲେ । ତେବେ ପରେ ଏସଆରସି ରାଜ୍ୟରେ ଦିନ ବେଳା କର୍ଫ୍ୟୁ ଲାଗୁ ହେବ ନାହିଁ ବୋଲି କହିଥିଲେ ।