-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||     

HOME   ଅପରାଧ

କେବିସିରେ ଲଟେରୀ ଜିତିଥିବା କହି ଯୁବତୀଙ୍କୁ ଠକିଥିଲା, ସାଇବର ଠକକୁ ବିହାର-ନେପାଳ ସୀମାରୁ ଧରିଲା ପୋଲିସ

18-Mar-2021



ଝାରସୁଗୁଡ଼ା(ପ୍ରେରଣା ଖବର ବ୍ୟୁରୋ): ରାଜ୍ୟରେ ସାଇବର ଠକେଇ ବଢ଼ି ବଢ଼ି ଚାଲିଥିବା ବେଳେ ଝାରସୁଗୁଡା ପୋଲିସ କୁ ମିଳିଛି ବଡ ସଫଳତା। ଅନଲାଇନରେ ଲୋକଙ୍କୁ ଠକୁଥିବା ଏକ ସାଇବର ଠକକୁ ଟ୍ରାକ୍ କରି ବିହାରର ନେପାଳ ସୀମାବର୍ତ୍ତୀ ଅଞ୍ଚଳରୁ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ, ବେଲପାହାଡ଼ର ଜଣେ ଯୁବତୀଙ୍କୁ ଲଟେରୀ ଲାଗିଥିବା କହି ତାଙ୍କଠାରୁ ଟଙ୍କା ଠକିନେଇଥିଲା ଏହି ସାଇବରର୍ ଠକ। ଠକେଇର ଶିକାର ହୋଇଥିବା ଯୁବତୀ ଜଣକ ଗାନ୍ଧୀନଗରର ଶକ୍ତି ଛତରଙ୍କ ଝିଅ ନିତା ଛତର। ଗତ ଫେବ୍ରୁଆରୀ ୨୩ ରାତିରେ ଏକ ଅଜଣା ନମ୍ବରରୁ ନିତାଙ୍କ ପାଖକୁ ଫୋନ ଆସିଥିଲା। କୌନ ବନେଗା କରୋଡପତିର ଲଟେରୀ ବିଜେତା ହୋଇଥିବା ଦର୍ଶାଇ ବେଲପାହାଡ଼ର ଏହି ଯୁବତୀଙ୍କୁ ଫୋନ କରିଥିଲା ସାଇବର ଠକ । କୌନ ବନେଗା କରୋଡପତିରେ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି ବୋଲି କହିଥିଲା । ଏହାପରେ ୫ଟି ପର୍ଯ୍ୟାୟରେ ଲକ୍ଷେ ୬୯ ହଜାର ଟଙ୍କା ଠକି ନେଇଥିଲା।

ଠକେଇର ଶିକାର ହୋଇଥିବା ଜାଣି ନିତା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏକ ସ୍କ୍ୱାର୍ଡ ଗଠନ କରି ପୋଲିସ ସାଇବର ଠକଙ୍କୁ ଟ୍ରାକ କରିଥିଲା। ବିହାରର ଚମ୍ପାରନ ଜିଲ୍ଲାରୁ ଏହି ଅପରାଧୀମାନେ ନେଟୱର୍କ ଚଳାଉଥିବା ଜାଣିଥିଲା ପୋଲିସ। ଚମ୍ପାରନରୁ ନିରଜ କୁମାର ନାମକ ଏହି ଗ୍ୟାଙ୍ଗର କିଙ୍ଗପିନ୍ କୁ ଗିରଫ କରିଥିଲା ଝାରସୁଗୁଡ଼ା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ। ନିରଜକୁ ପୋଲିସ ନେପାଳ ସୀମାରୁ ଉଠାଇ ଆଣିବାରେ ସକ୍ଷମ ହୋଇଥିବା ବେଳେ , ତାର ସହଯୋଗୀମାନେ ଖୁବ୍ ଶୀଘ୍ର ଧରାପଡିବେ ବୋଲି ଏସ.ପି କହିଛନ୍ତି ।


ତେବେ ମୁଖ୍ୟ ଆସାମୀ ନିରଜ କୁମାର ସଂଗଠିତ ଭାବେ କ୍ରାଇମ କରୁଥିଲା । ବୟସ ପାଖାପାଖି ୨୫ ହେବ । ବେଶୀ ଶିକ୍ଷିତ ହୋଇ ନଥିବା ସତ୍ତ୍ୱେ ବ୍ୟାଙ୍କ ଖାତାରୁ କିପରି ଲୁଟ କରାଯାଇ ପାରିବ ସେ ସେଥିରେ ଖୁବ ମାହିର ବୋଲି ଜଣାପଡ଼ିଛି। ଅଳ୍ପ ସମୟ ମଧ୍ୟରେ ନିରଜ ୩ କୋଟି ଟଙ୍କାର ମାଲିକ ହୋଇଥିବା ବେଳେ, ତାର ସହଯୋଗୀମାନେ ମଧ୍ୟ ମାଲାମାଲ ହୋଇଛନ୍ତି । ନିରଜ ଓ ତା ସହଯୋଗୀଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ୪୪ ଲକ୍ଷ ଟଙ୍କା କୁ ଫ୍ରିଜ୍ କରାଯାଇଥିବା ଝାରସୁଗୁଡ଼ା ଏସ .ପି କହିଛନ୍ତି ।

ଅପରପକ୍ଷରେ ନିରଜ କୁମାର କ୍ୟାମେରା ଆଗରେ ଅନଲାଇନ୍ ଠକେଇକୁ ସ୍ୱୀକାର କରିଛି। ଲୋଭର ବଶବର୍ତ୍ତି ହୋଇ ସିମ୍ କାର୍ଡକୁ ୧୦ ହଜାର ଟଙ୍କା ବଦଳରେ ଅନ୍ୟ ଲୁଟେରାଙ୍କୁ ଦେଇଥିଲା ବୋଲି କହି କାନ୍ଦିବାର ଅଭିନୟ କରିଥିଲା । ନିରଜ କୁମାର ଗିରଫ ଘଟଣାରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଜିଲ୍ଲା ପୋଲିସକୁ ପ୍ରଶଂସା କରିବା ସହ ୨୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026

You Might Also Like