-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
03-Mar-2021
ଭୁବନେଶ୍ବର(ପ୍ରେରଣା ଖବର) ଦିନକୁ ଦିନ ରାଜଧାନୀ ଅଶାନ୍ତ ହୋଇପଡ଼ିଲାଣି । କେତେବେଳେ ସକାଳ ସମୟରେ ଲୁଟୁଛନ୍ତି ତ ଆଉ କେତେବେଳେ ଦିନ ଦ୍ୱିପ୍ରହରରେ ଲୁଟି ନେଉଛନ୍ତି । କିଛିଦିନ ହେବ ଏତି ରୁଟତରାଜ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ସାରିଲାଣି । ଆଜି ଅର୍ଥାତ ବୁଧବାର ସ୍ମାର୍ଟ ସିଟିରେ ଜଣେ ମହିଳାଙ୍କୁ ଠାରୁ ଦିନ ଦ୍ୱିପ୍ରହରରେ ଲୁଟ୍ ହୋଇଥିବା ଖବର ମିଳିଛି॥*ଘଟଣା ଅନୁସାରେ, ଶ୍ରୀୟା ସିନେମା ହଲ ଛକରେ ଜଣେ ମହିଳା ଏକ ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇ ସେହି ଛକ ପାଖରେ ଥିବା ଅନ୍ୟ ଏକ ବ୍ୟଙ୍କକୁ ଯାଇଥିଲେ । ଟଙ୍କା ଭର୍ତ୍ତି ବ୍ୟାଗ୍କୁ ସେ ନିଜ କାର ଭିତରେ ରଖିଦେଇ ଯାଇଥିଲେ । ତେବେ କିଛି ଦୃର୍ବୁତ୍ତ କାରର କାଚ ଭାଙ୍ଗି ଏହି ଟଙ୍କାକୁ ଲୁଟି ନେଇଥିଲେ॥*ମହିଳା ବ୍ୟାଙ୍କରୁ ଫେରିବା ପରେ କାର୍ କାଚ ଭଙ୍ଗା ଯାଇଥିବା ଦେଖିଥିଲେ ଏବଂ ଟଙ୍କା ଲୁଟ୍ ହୋଇଥିବାରୁ ଆଖପାଖ ଲୋକଙ୍କୁ ଡାକିଥିଲେ । ହେଲେ ଲୁଟେରା ଫେରାର୍ ହୋଇଯାଇଥିଲେ । ତେବେ ଉକ୍ତ ମହିଳା ଏନେଇ ପୋଲିସ୍ରେ ଅଭିଯୋଗ କରିଥିବା ଜଣାପଡ଼ିଛି॥