-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
04-Oct-2026
(ତ୍ରିନାଥ ବେଶ୍ରi )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଯୋନ ର ୮ ପଞ୍ଚାୟତ କୁ ନେଇ ଗଠିତ ଆମପାଣି ଯୋନ ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରବିବାର ଡୁଡୁକାଠେଙ୍ଗା ଗ୍ରାମ ପଂଚାୟତ ଧାନ ମଣ୍ଡି ପରିସର ରେ ଆଞ୍ଚଳିକ ଡମ୍ବ ସମାଜ ର କର୍ମକର୍ତ୍ତା ରଘୁନାଥ ଖମାରି ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଆମପାଣି ଆଞ୍ଚଳିକ ଡମ୍ବ ସମାଜ ର ଯୋନ ସ୍ତରୀୟ ସଭାପତି ବନମାଳୀ ବାଗ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବୈଚନ୍ଦ୍ର ବେଶ୍ରା ଯୋଗଦେଇ ନୂଆଁଖାଇ ଗଣପର୍ବ ଆମ ସମାଜ ମଧ୍ୟରେ ରହିଥିବା ଭାଇଚାରା ଓ ନିବିଡ଼ ସମ୍ପର୍କ କୁ ଆହୁରି ନିକଟତର କରିଥାଏ ବୋଲି କହିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଆଇନଜୀବୀ ପଞ୍ଚାନନ ବେଶ୍ରା,ସମାଜସେବି ମନୁ ଖମାରି, ସମ୍ମାନିତ ଅତିଥି ଭାବେ ଆମପାଣି ଯୋନ ଉପ ସଭାପତି ବାଲେଶ୍ଵର ବେଶ୍ରା,ସମ୍ପାଦକ କ୍ଷେତୁରାମ ପାତ୍ର, ସହ ସମ୍ପାଦକ ଯୁଗେଶ୍ୱର ବେଶ୍ରା, ଯୋନ ଅଧ୍ୟକ୍ଷ ଗଙ୍ଗାରାମ ନାଏକ, କୋଷାଧ୍ୟକ୍ଷ ନୀଳମଣି ଖମାରି ଅତିଥି ଭାବେ ଯୋଗଦେଇ ଆଞ୍ଚଳିକ ଡମ୍ବ ସମାଜ ର ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପର୍ବ କୁ ସମାଜ ର ଏକତା ଓ ଅଖଣ୍ଡତା କୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।ପରେ ନୂଆଁଖାଇ ଭେଟଘାଟ ନେଇ ସମ୍ବଲପୁରୀ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
ମଞ୍ଚ ପରିଚାଳନା ଓ ସଂଯୋଜନାନରେ ଖଗେଶ୍ବର ପାଣିଗ୍ରାହୀ,ତୁଳସିରାମ ବାଗ ସହଯୋଗ କରିଥିଲେ। ଆମପାଣି ଯୋନ ର ୮ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଶତାଧିକ ଆଞ୍ଚଳିକ ଡମ୍ବ ସମାଜ ର କର୍ମକର୍ତ୍ତା ଓ ଜନ ସାଧାରଣ ଏହି ନୂଆଁଖାଇ ଭେଟଘାଟ ଉତ୍ସଵ ରେ ସାମିଲ ହୋଇଥିଲେ।