-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
04-Oct-2026
ବିନିକା(ହିମାଂଶୁ ଶେଖର ପୁଟେଲ)ଆସନ୍ତା ନଭେମ୍ୱର ମାସ ୨୮ତାରିଖରୁ ହେବ ବିନିକାର ଐତିହାସିକ ୨୪୩ତମ ଗୋକୁଲାଷ୍ଟମି ମହୋତ୍ସବ ।ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ମହୋତ୍ସବକୁ ଆକର୍ଷଣୀୟ କରିବା ସହିତ ଆଡ଼ମ୍ବରପୂର୍ଣ୍ଣ ଓ ଧୂମଧାମରେ ପାଳନ କରିବା ନେଇ ରବିବାର ସ୍ଥାନୀୟ କମ୍ୟୁନିଟୀ ସେଣ୍ଟର ଠାରେ କମିଟି ସଭାପତି ମନୋଜ ଦାସଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।କମିଟି ସମ୍ପାଦକ ପଦ୍ମ ଲୋଚନ ସାହୁ ବିଗତ ବର୍ଷର ସଫଳତା ଉପରେ ସୂଚନା ଦେବା ସହ ଚଳିତ ବର୍ଷ ମହୋତ୍ସବକୁ ଯେପରି ଆହୁରି ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯିବ ସେନେଇ ଉପସ୍ଥିତ ସଦସ୍ୟ ମାନଙ୍କ ମତାମତ ଲୋଡ଼ିଥିଲେ । କଂସାରୀପଡା ସ୍ଥିତ ବ୍ରଜବିହାରି ନୃତ୍ୟ କଲାପରିଷଡ ଓ ପଡ଼ା ବାସୀଙ୍କ ମିଳିତ ଆୟୋଜନରେ ହେବାକୁ ଯାଉଥିବା ଏହି ମହୋତ୍ସବ ସଫଳତାର ସହ ପାଳନ ନେଇ ବିଶଦ ଭାବରେ ଆଲୋଚନା କରାଯାଇଥିଲା ।