-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
04-Oct-2026
କୋକସରା (ତ୍ରିନାଥ ବେଶ୍ରା )
ଦେଶ ସେବା କରି ଜଣେ ସେନା ନିବୃତ ସିପାହୀ ଯେତେବେଲେ ନିଜ ଭିଟାମାଟି କୁ ଫେରେ ତାର ସ୍ୱାଗତ ସମ୍ବର୍ଦ୍ଧନା ରେ ଗ୍ରାମବାସୀ ମାନେ କୁଣ୍ଢେମୋଟ ହୋଇ ପଡନ୍ତି। ଆଜି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଡୁମେର ବାହାଲ ଗ୍ରାମ ର ଯବାନ ଧିରଜ କୁମାର ମାଝୀ ଭାରତୀୟ ସେନା ବାହିନୀ ରେ ଜଣେ ଯବାନ ଭାବେ ଦିର୍ଘ ୨୪ ବର୍ଷ ଦେଶ ମାତୃକା ର ସେବା ର ରକ୍ଷା କରି ଅବସର ଗ୍ରହଣ ପରେ ନିଜ ଭିଟାମାଟି କୁ ପ୍ରତ୍ୟାବର୍ତ୍ତନ ପରେ ଗାଁ ମାଟି ର ପୁଅ କୁ ଗ୍ରାମବାସୀ ମାନେ ସସମ୍ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଗ୍ରାମ ରେ ପହଞ୍ଚିବା ପରେ ଗ୍ରାମ ର ଏକ ଭବ୍ୟ ଶୋଭାଯାତ୍ରାରେ ବାଜଗାଯା ବଜାଇ ନାଚିଗାଇ ପାଛୋଟି ନେଇଛନ୍ତି। ଆଜି ସେ ଗ୍ରାମ ରେ ପହଞ୍ଚିବା ପରେ ଆମପାଣି ବୁଢ଼ାରଜା ମନ୍ଦିର ରେ ଅଞ୍ଚଳ ର ଆରାଧ୍ୟ ଠାକୁର ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ଏକ ଭବ୍ୟ ଶୋଭାଯାତ୍ରାରେ ଆମପାଣି ଓ ଡୁମେର ବାହାଲ ଗ୍ରାମବାସୀ ମାନେ ପାଛୋଟି ନେଇଥିଲେ। ଯବାନ ଙ୍କ ପରିବାବର୍ଗ ସମେତ ତ୍ରିନାଥ ପ୍ରସନ୍ନ ରାୟ, ଜିତେନ୍ଦ୍ର ପଣ୍ଡା,ବି ଭାସ୍କର ରାଓ ,ଧନୁ ଦୁର୍ଗା, ସନ୍ତୋଷ ମାଝୀ ମନୋରଞ୍ଜନ ବାଣୁଆ, ବିକାଶ ପଣ୍ଡା,କୃଷ୍ଣଚନ୍ଦ୍ର ଭୋଇ ସମେତ ଆମପାଣି ଓ ଡୁମେର ବାହାଲ ଗ୍ରାମବାସୀ ମାନେ ଗାଁ ର ଯବାନ କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।