-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
04-Oct-2026
(ମନୋରଞ୍ଜନ ତ୍ରିପାଠୀ )
ଭାରତ ବିକାଶ ପରିଷଦ ସୋନପୁର ଶାଖା ତରଫରୁ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ସୋନପୁର ଠାରେ ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଷଷ୍ଠ ରୁ ଦଶମ ଶ୍ରେଣୀ ର ଜୁନିୟର ବର୍ଗ ର ୭ ଟି ବିଦ୍ୟାଳୟ ର ଓ ସିନିଅର ବର୍ଗ ର ୮ ଟି ବିଦ୍ୟାଳୟ ର ମୋଟ ୫୬ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ର ଉଦଘାଟନୀ ସଭାରେ ପରିଷଦ ର ସମ୍ପାଦକ ଆଶିଷ କୁମାର ଅଗ୍ରୱାଲ ସ୍ୱାଗତ ଭାଷଣ ରଖିଥିଲା ବେଳେ ମୁଖ୍ୟ ଅତିଥି ତଥା ପରିଷଦ ର ପର୍ଯ୍ୟବେକ୍ଷକ କ୍ଷେତ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ ପ୍ରକାଶ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ନିୟମାବଳୀ ସମ୍ବଦ୍ଧରେ ମାର୍ଗଦର୍ଶନ କରିଥିଲେ। ପ୍ରଥମ ପର୍ଯ୍ୟାୟ ରେ ଅଗଷ୍ଟ ୩୧ ତାରିଖରେ ବିଦ୍ୟାଳୟ ସ୍ତରରେ ଏକ ଲିଖିତ ପରୀକ୍ଷା ରେ ପ୍ରାୟ ୬୧୬୫ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଆଜିର ଭାରତ କୋ ଜାନୋ ପ୍ରତିଯୋଗିତା ର କନିଷ୍ଠ ବର୍ଗରେ ଓ ଏ ଭି ରଥପୁର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ବରିଷ୍ଠ ବର୍ଗ ଓ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ରେ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ସୋନପୁର ପ୍ରଥମ ସ୍ଥାନ ଅଧିକାର କରି ଆସନ୍ତା ଅକଟୋବର ୧୧ ତାରିଖରେ ସମ୍ବଲପୁର ଠାରେ ଓ ଅକଟୋବର ୨୫ ତାରିଖରେ ଝାରସୁଗୁଡା ଠାରେ ଯଥାକ୍ରମେ ହେବାକୁ ଥିବା ପ୍ରଦେଶ ସ୍ତର ରେ ଅଂଶଗ୍ରହଣ କରିବାପାଇଁ ମନୋନୀତ ହୋଇଛନ୍ତି। ଶାଖାର କୋଷାଧକ୍ଷ ଶ୍ରୀମତୀ ସୁନନ୍ଦା ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପରିଷଦ ର ପଶ୍ଚିମ ପ୍ରାନ୍ତ ର ମହାସଚିବ ଶ୍ରୀଯୁକ୍ତ ଦୁର୍ୟୋଧନ ସାହୁ, ପ୍ରାନ୍ତ ର ମହିଳା ସହାଭାଗିତା ସଚିବ ଶ୍ରୀମତୀ ତନୁଜା ପାଢ଼ୀ, ଶାଖା ର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପାଢ଼ୀ, ସଂସ୍କାର ସଚିବ ଦାମୋଦର ପଣ୍ଡା, ସେବା ସଚିବ ପ୍ରମୋଦ କୁମାର ସାହୁ, ମହିଳା ସହାଭାଗିତା ସଚିବ ଶ୍ରୀମତୀ ପ୍ରତିମା ରଥ, ପର୍ଯ୍ୟାବରଣ ସଚିବ ଅରବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଶିଷ୍ଟ ସଂଗୀତ ନିର୍ଦେଶକ ଚୌଧୁରୀ ବିଭାର, ସୁର ସରିତା ସଂଗୀତ ବିଦ୍ୟାଳୟ ର ମୁଖ୍ୟ ସରିତା ମେହେର ଓ ଶ୍ରୀମତୀ ତନୁଜା ପାଢ଼ୀ ସମୂହଗନ ପ୍ରତିଯୋଗିତା ର ବିଚାରକ ଭାବରେ ନିଯୁକ୍ତ ହୋଇଥିଲେ। ଭାରତ ବିକାଶ ପରିଷଦ ର ସମସ୍ତ ସଦସ୍ୟ ସଦସ୍ୟା ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ର ଅଧକ୍ଷ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସକ୍ରିୟ ସହାଭାଗିତା ରେ କାର୍ଯ୍ୟକ୍ରମ ଟି ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ କୁଇଜ ମାଷ୍ଟର ଭାବରେ ଅବସର ପ୍ରାପ୍ତ ଅଧ୍ୟାପିକା ଶ୍ରୀମତୀ କଳ୍ପନା ମିଶ୍ର, ଶ୍ରୀମତୀ ରାଜେଶ୍ୱରୀ କର, ଅଧ୍ୟାପକ ମଦନ ସୁନ୍ଦର ଖେତି, ଅଧ୍ୟାପକ ରାଜେନ୍ଦ୍ର ରଣା, ଅଧ୍ୟାପକ ଦେବାଶିଷ ପ୍ରଧାନ, ଅଧ୍ୟାପକ ସୁଦାମ ଦୀପ, ଅଧ୍ୟାପକ କ୍ଷୀରୋଦ କୁମାର ମେହେର,କବିତା ପଧାନ, ଜ୍ୟୋତି ପାତ୍ର ସହଯୋଗ କରିଥିଲେ।ଶେଷରେ ସୁନନ୍ଦା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।