-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
04-Oct-2026
(ମନୋରଞ୍ଜନ ତ୍ରିପାଠୀ )
ସ୍ୱଚ୍ଛତା ହିଁ ସେବା–୨୦୨୬ ଅବସରରେ “ଏକ ପେଡ୍ ମାଆ କେ ନାମ” ବିଷୟବସ୍ତୁକୁ ଆଧାର କରି ସୋନପୁର ପୌରପରିଷଦ ପକ୍ଷରୁ ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ନାରାୟଣ ନାଏକ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ, ଜିଲ୍ଲା ବନ ଖଣ୍ଡ ଅଧିକାରୀ ଶ୍ରୀ ବିଶ୍ୱ ରାଜ ପଣ୍ତା, ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ୍, ଉପାଧ୍ୟକ୍ଷା ମଲ୍ଲିକା ଦାନୀ, ପୌର ନିର୍ବାହୀ ଅଧିକାରୀ ରୁଷି ମାଝୀ, ସମସ୍ତ କାଉନସିଲର, ସାନିଟାରୀ ଵିଭାଗ ଅଧିକାରୀ ଅଜୟ ସ୍ୱାଇଁ, ସମସ୍ତ ଅଧିକାରୀ ଓ କର୍ମଚାରୀ, ସ୍ୱଚ୍ଛତା କର୍ମଚାରୀ, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ କର୍ମୀ, ସ୍ଥାନୀୟ ଜନସାଧାରଣ, ବେସରକାରୀ ସଂଗଠନ (NGO), ଗଣମାଧ୍ୟମ ପ୍ରତିନିଧି ଏବଂ ପୌରପରିଷଦର ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏକ ସ୍ୱଚ୍ଛ, ସୁସ୍ଥ ସୁନ୍ଦର ପରିବେଶ ଗଠନ l