-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
05-Oct-2026
ଟିଟିଲାଗଡ(ପ୍ରେରଣା ଖବର)- ଗ୍ରାମୀଣ ସତ୍ତା ପଞ୍ଚାୟତୀରାଜ ସଂଗଠନ ପକ୍ଷରୁ ଗ୍ରାମ ପଞ୍ଚାୟତର ବିକାଶ, ଗ୍ରାମୀଣ ସମାଜର ଉନ୍ନତି ଏବଂ ପଞ୍ଚାୟତୀରାଜ ସଂସ୍ଥାଗୁଡ଼ିକୁ ସଶକ୍ତ ଓ ପ୍ରଭାବଶାଳୀ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ପଞ୍ଚାୟତ ରତ୍ନ–୨୦୨୬’ ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ସେଇ ମାନଙ୍କୁ ପ୍ରଦାନ କରାଯାଇଥାଏ ଯେଉଁମାନେ ନିଜର ପଞ୍ଚାୟତର ଉନ୍ନତି ନିମନ୍ତେ ଉତ୍କୃଷ୍ଟ ଯୋଗଦାନ, ସମର୍ପିତ ସେବା, ସଚ୍ଚୋଟ ନେତୃତ୍ୱ ଏବଂ ଜନହିତ ପ୍ରତି ପ୍ରତିବଦ୍ଧତା ପାଇଁ ଏହି ସମ୍ମାନ ଦିଆଯାଇଥାଏ । ଜନସେବା ଓ ଗ୍ରାମ ବିକାଶ କ୍ଷେତ୍ରରେ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ଅନ୍ୟ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ମଧ୍ୟ ଅନୁକରଣୀୟ ଓ ପ୍ରେରଣାଦାୟକ ଅଟେ। ଏହି ପରିପ୍ରେକ୍ଷୀରେ ୨ ଅକ୍ଟୋବର ୨୦୨୬ ତାରିଖରେ ଉତ୍ତରପ୍ରଦେଶର ଆଜମଗଡ଼ ଜିଲ୍ଲା ଅନ୍ତର୍ଗତ ବୀନାପାରା ପଞ୍ଚାୟତ ଭବନରେ ଏହି ସମ୍ମାନ ପ୍ରଦାନ ଓଡ଼ିଶା ରାଜ୍ୟରୁ କେବଳ ଜଣେ ସରପଞ୍ଚ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକର ଶିହିନି ସରପଞ୍ଚ ଶ୍ରୀଯୁକ୍ତ ବୀରବର ସାହୁଙ୍କୁ ଦିଆଯାଇଛି। ଗ୍ରାମୀଣ ସତ୍ତା ପଞ୍ଚାୟତୀରାଜ ସଂଗଠନର ଜାତୀୟ ଅଧ୍ୟକ୍ଷ ବିବେକ ଚନ୍ଦ୍ର ଅବସ୍ଥୀଙ୍କ ପକ୍ଷରୁ ଏହି ସମ୍ମାନପତ୍ର ପ୍ରଦାନ କରାଯାଇଛି।
‘ପଞ୍ଚାୟତ ରତ୍ନ–୨୦୨୬’ ସମ୍ମାନ ବର୍ତ୍ତମାନର ଅବଦାନ ପ୍ରତି ସମ୍ମାନ ଓ ପ୍ରଶଂସାର ପ୍ରତୀକ ହେବା ସହ ଭବିଷ୍ୟତରେ ମଧ୍ୟ ନିଷ୍ଠା, ସମର୍ପଣ ଓ ଉତ୍ତରଦାୟିତ୍ୱର ସହିତ ଜନସେବା ଜାରି ରଖିବାକୁ ପ୍ରେରଣା ଯୋଗାଇବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏହି ସମ୍ମାନରେ ସମ୍ମାନିତ ହେବା ପରେ ସିହିନି ସରପଞ୍ଚ ବୀରବର ସାହୁ ଗ୍ରାମ ପଞ୍ଚାୟତର ସମସ୍ତ ଜନ ସାଧାରଣଙ୍କ ନିମନ୍ତେ ଆଗକୁ ଆହୁରି ପରିଶ୍ରମ କରିବାର ପ୍ରୟାସ କରିବି ବୋଲି କହୁଛନ୍ତି।