-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
05-Oct-2026
ବଲାଙ୍ଗୀର (ପ୍ରେରଣା ଖବର): ବଲାଙ୍ଗୀର ପେଲେସ ଲାଇନ ଶାନ୍ତି ମାର୍ଗ ରେ ସ୍ଥିତ ସିଦ୍ଧି ବିନାୟକ ମନ୍ଦିରରେ ପୁସ୍ତକ 'ନିର୍ବିଘ୍ନଂ କରୁ ମେ ଦେବ' ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଏହି ପୁସ୍ତକ ରେ ସିଦ୍ଧି ବିନାୟକ ମନ୍ଦିରର କଥା, ଗୁଡ଼ିଆ ସମାଜର ଇତିହାସ ବିଷୟରେ ବର୍ଣ୍ଣନା କରାଯାଇଛି l ଏହି ପୁସ୍ତକରେ ବଲାଙ୍ଗୀର ଜ଼ିଲ୍ଲା ର ପୁରାତନ ମହାନ ଆତ୍ମା ଙ୍କ ତଥା ନୂତନ ପିଢ଼ି ର ପ୍ରଶଂସିତ ବ୍ୟକ୍ତି ମାନଙ୍କ ବିଷୟରେ, ମନ୍ଦିର ର କଳସ ଯାତ୍ରା ଓ ମହାଜଜ୍ଞ ସମ୍ପର୍କରେ ଅନେକ ଉପାଦେୟ କଥାବସ୍ତୁ ରହିଛି । ଏହି ପୁସ୍ତକର ମୁଖ୍ୟ ସମ୍ପାଦକ ଦାୟିତ୍ୱରେ ଅଧ୍ୟାପକ ଜୟକୃଷ୍ଣ ସାହୁ ରହିଥିବା ବେଳେ ବିମଳ ଚୋପଦାର, ଦିବ୍ୟସିଂ ସାହୁ ଏବଂ ଭଗବାନ ସରାଫ ସମ୍ପାଦନା ମଣ୍ଡଳୀ ରେ ରହିଛନ୍ତି।
ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜ ର ଉପସଭାପତି ସୁନୀଲ କୁମାର ସାହୁ, ସମ୍ମାନିତ ଅତିଥି ଭାବରେ ଜ଼ିଲ୍ଲା ସଭାପତି ତ୍ରିନାଥ ସରାଫ, ଲକ୍ଷ୍ମଣ ସାହୁ, ଅର୍ଜୁନ ସାହୁ ଓ ନିତ୍ୟାନନ୍ଦ ସାହୁ ଯୋଗ ଦେଇଥିଲେ l ଏହି ଉତ୍ସବରେ ଜିଲ୍ଲ ଗୁଡ଼ିଆ ସମାଜର ସଭ୍ୟ
ପ୍ରକାଶ ଚୋପଦାର, ରମେଶ ସାହୁ, ବିକାଶ ନନ୍ଦ, ଅନୁପ ଚୋପଦାର, କୈଳାଶ ଚୋପଦାର, ଆଶୀଷ ସାହୁ, ପ୍ରତାପ ସାହୁ ଅଶୋକ ସାହୁ ଓ ସମ୍ପାଦକ ଗଣ ଯୋଗ ଦେଇଥିଲେ।