-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
05-Oct-2026
କଟକ (ତପନ ମହାନ୍ତି) ବାରିପଦା, ଆୟଠାରୁ ଅଧିକ ସମ୍ପତ୍ତି (DA) ଠୁଳ କରିଥିବା ଅଭିଯୋଗରେ ଆର୍ ଆଣ୍ଡ୍ ବି (R&B) ବିଭାଗର ବେତନଟୀ ସବ୍-ଡିଭିଜନର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଆରମ୍ଭ ହୋଇଛି।ବାରିପଦା ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ୍ ବଳରେ ଆଜି ୫ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍ ମୟୂରଭଞ୍ଜ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ମୋଟ ୧୦ଟି ସ୍ଥାନରେ ଏହି ତଲାସି ଚଳାଇଛି।ଭିଜିଲାନ୍ସ ପକ୍ଷରୁ ତଲାସି ଚାଲିଥିବା ସ୍ଥାନଗୁଡ଼ିକ ହେଲା—
୧. ବାଲେଶ୍ୱର ଅଙ୍ଗାରଗଡ଼ିଆସ୍ଥିତ ଶ୍ରୀ ମହାନ୍ତିଙ୍କ ତିନି ମହଲା ଘର।୨. ଖୋର୍ଦ୍ଧା ବାଲିଅନ୍ତାସ୍ଥିତ ତାଙ୍କ ଦୁଇ ମହଲା ଘର।୩. ମୟୂରଭଞ୍ଜ ବେତନଟୀସ୍ଥିତ ତାଙ୍କ କାର୍ଯ୍ୟାଳୟ।୪. ବେତନଟୀସ୍ଥିତ ତାଙ୍କ ବାସଭବନ।୫. ବାଲେଶ୍ୱର ଜଳେଶ୍ୱର ଅଞ୍ଚଳର ରାୟାଣ-ରାମଚନ୍ଦ୍ରପୁରସ୍ଥିତ ପୈତୃକ ଘର।୬. ବାଲେଶ୍ୱର ବସନ୍ତପୁରସ୍ଥିତ ଫାର୍ମ ହାଉସ୍।୭. ବାଲେଶ୍ୱର ବାମପଦାସ୍ଥିତ ଅନ୍ୟ ଏକ ଘର।୮. ବାଲେଶ୍ୱର ଅଙ୍ଗାରଗଡ଼ିଆସ୍ଥିତ ଜଣେ ଘନିଷ୍ଠ ସହଯୋଗୀଙ୍କ ଘର।୯. ମୟୂରଭଞ୍ଜ ବାଇସିଙ୍ଗାସ୍ଥିତ ଅନ୍ୟ ଜଣେ ସହଯୋଗୀଙ୍କ ଘର।୧୦. ବାଲେଶ୍ୱର ବାମପଦାସ୍ଥିତ ଆଉ ଜଣେ ସହଯୋଗୀଙ୍କ ଘର।ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସର ତଲାସି ଜାରି ରହିଛି। ତଲାସି ସମ୍ପୂର୍ଣ୍ଣ ହେବା ପରେ ଜବତ ସମ୍ପତ୍ତି ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଅଧିକ ସୂଚନା ମିଳିବ ବୋଲି ଜଣାପଡ଼ିଛି।