-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
12-Feb-2021
ଖୋର୍ଦ୍ଧା (ପ୍ରେରଣା ଖବର ବ୍ୟୁରୋ) ଶଶୁରଙ୍କ ଘରକୁ ଗୁଳିମାଡ଼। ଘଟଣା ଘଟିଛି ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଦେବାନ ସାହିରେ। ଗୁରୁଜଙ୍ଗ ର ହରି ବେହେରାଙ୍କ ଘର ଉପରକୁ ତାଙ୍କ ଜ୍ବାଇଁ ଦୁଇ ରାଉଣ୍ଡ ଗୁଳି ମଦ କରି ଫେରାର ହୋଇଯାଇଥିଲା। ଗୁଳିମାଡ଼ ରେ ହରି ବେହେରାଙ୍କ କାଁଥ, ଘର ଭିତରେ ଦାଗ ହୋଇଛି। କାହାର କିଛି କ୍ଷତି ହୋଇନି। ହରି ବେହେରା ଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖୋକା ଜବତ କରିଛି। ଅଭିଯୁକ୍ତ ସହ ଅନ୍ୟ କେତେଜଣ କୁ ମଧ୍ୟ ପୋଲିସ ଅଟକ ରଖି ଘଟଣା ର ତଦନ୍ତ ଚଳାଇଛି।।