-+91-9937148622 |

prerana_bgr@rediffmail.com |

  Monday 29th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||      ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   (29-Jun-2026)       ||      ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||      ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ    (28-Jun-2026)       ||      ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   (28-Jun-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ    (28-Jun-2026)       ||      *ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   (28-Jun-2026)       ||      ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   (28-Jun-2026)       ||      ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Jun-2026)       ||      ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   (28-Jun-2026)       ||      ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (27-Jun-2026)       ||      ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   (27-Jun-2026)       ||      ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   (27-Jun-2026)       ||      ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   (27-Jun-2026)       ||      ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ମହିଳା ସଭ୍ୟ ସ୍ୱାଗତ ସମାରୋହ    (27-Jun-2026)       ||      ମୋଟୁରେ ଅବ୍ୟବହୃତ ହୋଇ ପଡ଼ିଛି ସରକାରୀ ଆମ୍ବୁଲାନ୍ସ ♦️ସୀମାନ୍ତ ଅଞ୍ଚଳ ମୋଟୁରେ ସରକାରୀ ଆମ୍ବୁଲାନ୍ସ ଥିଲେ ମଧ୍ୟ ଏହାର ବ୍ୟବହାର ବହୁତ କମ୍   (27-Jun-2026)       ||      ସ୍କୁଲ ପାଠ୍ୟପୁସ୍ତକରେ ବିଭ୍ରାଟ ସଂପର୍କରେ ଆଲୋଚନା ଚକ୍ର   (27-Jun-2026)       ||      ବରପାଲି ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ଏଡ଼ସ୍ ସଚେତନତା ଶିବିର   (27-Jun-2026)       ||     

HOME   ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହିଞ୍ଜିଳି ପୌରାଞ୍ଚଳରେ 28 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଉଦଘାଟିତ: ଛୋଟ ଛୋଟ ସହରର ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵ

11-Feb-2021



ଭୁବନେଶ୍ବର (ଶୁଭାଶିଷ ନାୟକ):  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ହିଞ୍ଜିଳି ପୌର ପରିଷଦ ଅଞ୍ଚଳରେ 28କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି।  

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ହେଉଛନ୍ତି ଏ ଜାତିର, ଏ ଦେଶର ଭବିଷ୍ୟତ । ଶିକ୍ଷା ହେଉଛି ପରିବର୍ତ୍ତନର  ଚାବିକାଠି। ଶିକ୍ଷା ହେଉଛି ପ୍ରକୃତ ସଶକ୍ତିକରଣ। ତେଣୁ ହିଞ୍ଜିଳିରେ ଶିକ୍ଷାର ବିକାଶ ଉପରେ ସେ ଗୁରୁତ୍ବ ଦେଇଆସିଛନ୍ତି ବୋଲି ପ୍ରକାଶ କରି ହିଞ୍ଜିଳିକୁ ଶିକ୍ଷା କ୍ଷେତ୍ରରେ ଏକ ଆଗୁଆ ଅଞ୍ଚଳ ଭାବେ ବିକଶିତ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ମହାମାରୀ ଯୋଗୁ ସେ ବହୁତ ଦିନ ହେଲା ହିଞ୍ଜିଳି ଯାଇପାରି ନାହାନ୍ତି । ଏବେ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ସେ ଖୁବ ଶୀଘ୍ର ହିଞ୍ଜିଳି ଗସ୍ତ କରି ଜନସାଧାରଣଙ୍କୁ ଭେଟିବେ ।

କୋଭିଡ ଯୁଦ୍ଧରେ ଗଞ୍ଜାମବାସୀଙ୍କ ଭୂମିକାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ “କରୋନା ମହାମାରୀ ସହ ଆପଣମାନେ ଯେପରି ଲଢିଲେ, ଗଞ୍ଜାମ ଯେପରି ଲଢିଲା, ତାହା ସାରା ବିଶ୍ବ ଦେଖିଛି । ଆପଣମାନଙ୍କ ସହଯୋଗରେ ଆଜି କରୋନାକୁ ନିୟନ୍ତ୍ରଣ କରିବାରେ ଆମେ ସଫଳ ହୋଇଛୁ। ଏ ଦିଗରେ ଗଞ୍ଜାମର ସଫଳତା ସାରା ବିଶ୍ବର ପ୍ରଶଂସା ପାଇଥିଲା । ସେଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ, ଆମର ପଞ୍ଚାୟତ ପ୍ରତିନିଧି ମାନଙ୍କୁ, ମିଶନ ଶକ୍ତିର ମା ମାନଙ୍କୁ ଓ କୋଭିଡ ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଜଣାଉଛି। ଟୀକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିପଦ ପୁରା ଦୂର ହୋଇନାହିଁ । ତେଣୁ ଆମକୁ ସାବଧାନ ରହିବାକୁ ହେବ ।”

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ହିଞ୍ଜିଳିର ଜନସାଧାରଣଙ୍କ ସୁଖଦୁଃଖ, ସବୁଥିରେ ସେ ସେମାନଙ୍କ ସହିତ ରହିଛନ୍ତି ଓ ରହିଥିବେ । ସାରା ଓଡିଶା ସହିତ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅଞ୍ଚଳର ବିକାଶ ଉପରେ ସେ ନଜର ରଖିଛନ୍ତି ବୋଲି କହିଥିଲେ ।

ହିଞ୍ଜିଳି ସହରର ବିକାଶ ପାଇଁ 28କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଗଲା ବୋଲି ପ୍ରକାଶ କରି ସେ କହିଥିଲେ ଯେ ଆଧୁନିକ ସହର ମାନଙ୍କରେ ମିଳୁଥିବା ବିଭିନ୍ନ ସୁବିଧା ହିଞ୍ଜିଳିବାସୀ ଯେପରି ପାଇପାରିବେ, ସେଥିପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟର ଛୋଟ ଛୋଟ ସହରର ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ସେ ପ୍ରକାଶ କରିଥିଲେ।  

 ଏହି ଅବସରରେ ହିଞ୍ଜିଳିର ନୂତନ ପ୍ରକଳ୍ପ ଗୁଡିକ ସଂପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର  ପ୍ରଦର୍ଶିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋଇ, ପୋଲସରା ବିଧାୟକ ଶ୍ରୀ ଶ୍ରୀକାନ୍ତ ସାହୁ, ମୁଖ୍ୟ ଶାସନ ସଚିବ ଶ୍ରୀ  ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ.ମହାପାତ୍ର, ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାତନନ୍, ଗଞ୍ଜାମ ଜିଲ୍ଲାପାଳ ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   29-Jun-2026
  ଜିଲ୍ଲା  
ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   29-Jun-2026
  ଜିଲ୍ଲା  
ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   29-Jun-2026
  ଜିଲ୍ଲା  
ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   28-Jun-2026
  ଜିଲ୍ଲା  
ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ   28-Jun-2026
  ଜିଲ୍ଲା  
ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ   28-Jun-2026
  ଜିଲ୍ଲା  
ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   28-Jun-2026
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ   28-Jun-2026
  ଜିଲ୍ଲା  
*ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   28-Jun-2026
  ଜିଲ୍ଲା  
ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   28-Jun-2026
  ଜିଲ୍ଲା  
ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Jun-2026
  ଜିଲ୍ଲା  
ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   28-Jun-2026

You Might Also Like