-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||     

HOME   ଜିଲ୍ଲା

ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ମହିଳା ସଭ୍ୟ ସ୍ୱାଗତ ସମାରୋହ

27-Jun-2026



 ବରଗଡ଼(ତୁଳସୀ ଚରଣ ଦାଶ):  ଆଜି ବରଗଡ଼ ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା "ବରିଷ୍ଠ ମହିଳା ସଦସ୍ୟା  ସ୍ୱାଗତ ଉତ୍ସବ -୨୦୨୬ " ମହା ଉଲ୍ଲାସ ରେ ପାଳିତ ହୋଇଯାଇଅଛି I ମାଁ ସମଲେଶ୍ୱରୀଙ୍କ ପୂଜା ଅର୍ଚନା ଓ ସାମୁହିକ ଓଁକାର ଉଚ୍ଚାରଣ ପରେ ସଭାରମ୍ଭ ହେଲା I ଏହି ଉତ୍ସବରେ ବରଗଡ଼ ସାଂସଦ ଶ୍ରୀମାନ ପ୍ରଦୀପ କୁମାର ପୁରୋହିତ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଭାବେ ଶ୍ରୀମତୀ ମାନିନୀ ଭୋଇ, ଅଧ୍ୟକ୍ଷା, ଜ଼ିଲ୍ଲା ପରିଷଦ, ଶ୍ରୀମତୀ ମୁକ୍ତା ସାହୁ, ଓଡିଶା ମହିଳା କମିଶନ ର ସଦସ୍ୟା ଓ ଶ୍ରୀମତୀ ସୁମତୀ ପଣ୍ଡା, ଡେପୁଟି କଲେକ୍ଟର ବରଗଡ଼ ଯୋଗଦେଇ ଥିଲେ I
     ସଂଘ ସଭାପତି ଶ୍ରୀ କେଦାର ମିଶ୍ର ସ୍ୱାଗତ ଭାଷଣ ସହିତ ମାତୃଶକ୍ତି ର ଯୋଗଦାନ, ଭୂମିକା ସହ ଉଦ୍ଦେଶ୍ୟ ଜ୍ଞାପନ କଲେ I ସମ୍ପାଦକ ଶ୍ରୀ ଗୋବିନ୍ଦ ଦାଶ ସଂଘ ବିଭିନ୍ନ କାର୍ଯ୍ୟ ଓ ଉପଲବ୍ଧି ସହ ଯୋଗଦେଇଥିବା ଜନପ୍ରତିନିଧିଙ୍କୁ ଆଗାମୀ ଦିନରେ ଏକ ସୁସ୍ଥ ସମାଜ ପାଇଁ ବରିଷ୍ଠଙ୍କୁ ସହଯୋଗ କରିବାପାଇଁ ଅନେକ ତଥ୍ୟ ଉପସ୍ଥାପନା କରିଥିଲେ I ଉପସଭାପତି ଶ୍ରୀ ନିର୍ମଳ କିଶୋର କର, ସହ ସମ୍ପାଦକ ଶ୍ରୀ ଆନନ୍ଦ ପ୍ରଧାନ,ବରିଷ୍ଠ ସଦସ୍ୟ ସର୍ଦାର ପ୍ରୀତମ ସିଂ ଅତିଥି ପରିଚୟ ସହ ଉତ୍ତରୀୟ,ପୁଷ୍ପଗୁଛ ଓ ସ୍ମୃତିଚିହ୍ଣ ପ୍ରଦାନରେ ସହଯୋଗ କରିଥିଲେ I
  ସଂଗଠନ ସମ୍ପାଦକ ଶ୍ରୀ ଯୋଗେଶ ଦାଶଙ୍କ ସଂଯୋଜନା ରେ, ସାଂସଦ ଶ୍ରୀ ପୁରୋହିତ ଉପସ୍ଥିତ ତିରିଶ ଜଣ ସଦସ୍ୟାଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ ଓ ତାଙ୍କ ଅଭିଭାଷଣ ରେ ମାତୃଶକ୍ତିଙ୍କୁ ଏହି ସମ୍ବର୍ଦ୍ଧନା ଦେବା ପାଇଁ ସେ ଗର୍ବିତ ପ୍ରକାଶ କରିଥିଲେ I ସଂଘର ବିଭିନ୍ନ କାର୍ଯ୍ୟକ୍ରମ, ସକ୍ରିୟ ସହଯୋଗ ର ପ୍ରସଂଶା  ଓ ଉତ୍ତୋରୋତ୍ତର ଉନ୍ନତି କାମନା କରିଥିଲେ I ପରିଶେଷରେ ସାଂସଦ ପାଣ୍ଠି ରୁ ପ୍ରଥମେ ପାଞ୍ଚ ଲକ୍ଷ୍ ପ୍ରଦାନ ଘୋଷଣା କରିଥିଲେ ଓ ପ୍ରତିଶୃତି ଦେଲେ ଜ଼ିଲ୍ଲା ସଂଘ ପାଇଁ ଏକ ଭବ୍ୟ କୋଠା ପାଇଁ ମଧ୍ୟ ପାଣ୍ଠି ଯୋଗାଇ ଦେବେ I
  ସମ୍ମାନିତ ଅତିଥି ଶ୍ରମତୀ ମାନିନୀ ଭୋଇ ବରିଷ୍ଠ ମାନେ ପରିବାରର ମେରୁଦଣ୍ଡ ଓ ତାଙ୍କର ସେବା ପାଇଁ ବ୍ୟକ୍ତିଗତ ଭାବେ ଓ ପରିଷଦ ଜରିଆରେ ସେ ଚେଷ୍ଟିତ ରହିବେ ବୋଲି ପ୍ରକାଶ କରିଥିଲେ I ଶ୍ରୀମତୀ ପଣ୍ଡା ବରିଷ୍ଠ ମାନେ ଏକ ଜୀବନ୍ତ ପାଠାଗାର, ତାଙ୍କର ସ୍ୱର ଓ ସମସ୍ୟା ର ସମାଧାନ ଆମର ଯୋଜନାରେ ରୁପାୟିତ ହେବାରେ ସେ ଚେଷ୍ଟିତ ହେବେ I ବରିଷ୍ଠ ହତାଦର ଉପରେ ପ୍ରଶାସନ ର ବିଭିନ୍ନ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ କର୍ମଶାଳା ଶୀଘ୍ର ସଂଘରେ ଆୟୋଜନ ପାଇଁ ଘୋଷଣା କରାଯାଇଥିଲା I ଶ୍ରୀମତୀ ମୁକ୍ତା ସାହୁ ଆମ ରାଜ୍ୟରେ ବରିଷ୍ଟ ମହିଳାଙ୍କ ଉପରେ ଅତ୍ୟାଚାରର ଅନେକ ଦୃଷ୍ଟାନ୍ତ ଦେଇ, ଏପରି ଅଭିଯୋଗ ଅଣଦେଖା କରାଯିବ ନାହିଁ ଓ କମିଶନ ଦ୍ୱାରା ତୁରନ୍ତ ନ୍ୟାୟ ପ୍ରଦାନ ରେ ସେ ପୁର୍ଣ୍ଣ ସହଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ I
   ଏହି ଅବସରରେ ସାଂସଦ ଶ୍ରୀ ପୁରୋହିତ ଶ୍ରୀମତୀ ସୁନୀତି ମୁଣ୍ଡ ଙ୍କୁ ସଂଘ ତରଫରୁ ବିଶିଷ୍ଟ ସମ୍ମାନ ରେ ସମ୍ମାନିତ କରାଯାଇଥିଲା I ଶ୍ରୀମତୀ ମୁଣ୍ଡ ତାଙ୍କ ଅଭିଭାଷଣ ରେ ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କୁ ସୁସ୍ଥ ପାରିବାରିକ ଜୀବନ ପାଇଁ, ନିଜର ସନ୍ତାନଙ୍କୁ ବଡ଼ ଲୋକ ନୁହଁ ବରଂ ଭଲ ଲୋକ ହେବା ପାଇଁ ଯତ୍ନବାନ ହେବାକୁ ଅନୁରୋଧ କରିଥିଲେ I
   ଉତ୍ସବରେ ସୁଶ୍ରୀ ଅଙ୍କିତା ସାହୁ ଓଡିଶୀ ଓ ସୁଶ୍ରୀ ସ୍ନିଗ୍ଧା ଷଡ଼ଙ୍ଗୀ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରିଥିଲେ I ଦୁଇ କୁନି ଝିଅ ସହ ତାଙ୍କ ଗୁରୁ ଶ୍ରୀ କୁଶ ମଲ୍ଲିକ ( ସାନ ସାର ) ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I
      କାର୍ଯ୍ୟକ୍ରମରେ ଶତାଧିକ ସଦସ୍ୟ ସଦସ୍ୟା ଯୋଗଦେଇ ଥିଲେ I 
  ଶେଷରେ  ଉପସଭାପତି ଶ୍ରୀ ଗୌନ୍ତିଆ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
         ----------×××---------


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026

You Might Also Like