-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||     

HOME   ଜିଲ୍ଲା

ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ

27-Jun-2026



ବଲାଙ୍ଗିର(ପ୍ରେରଣା ଖବର): ଗତ ୧୨ ବର୍ଷ ଭିତରେ ୮୯ ଥର ବିଭିନ୍ନ ନିଯୁକ୍ତି ଭିତ୍ତିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇସାରିଛି । ଏହା ଏକ ସଂଗଠିତ ଅପରାଧ ଅଟେ । ପରୀକ୍ଷା ନାଁ ରେ ସରକାର କୋଟି କୋଟି ଟଙ୍କା ଫିଜ ଆକାରରେ ଆଦାୟ କରୁଛି। ପରିସଂଖ୍ୟାନ ରୁ ଜଣାଯାଉଛି ଯେ ନିଟ୍‌, ଏସ୍‌ଏସ୍‌ସି, ଆରଆରବି, ୟୁପିଏସ୍‌ସି ଏବଂ ଜେଇଇ ରୁ ଫି ଆଦାୟ ହେଉଥିବା ୩.୫ ଲକ୍ଷ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, ବିଜ୍ଞାନ ଓ ମହିଳା ଶିଶୁ ବିକାଶ ଭଳି ୫ଟି ମନ୍ତ୍ରଣାଳୟ ବଜେଟ ସହ ସମାନ । ଏଥିରୁ ଦେଶର ଛାତ୍ର,

ଯୁବକ ଏବଂ ଅଭିଭାବକ ଜାଣନ୍ତୁ ଯେ ଷଡଯନ୍ତ୍ର କରି ଛାତ୍ରମାନଙ୍କୁ ସ୍ୱପ୍ନ ଦେଖାଇ ତାଙ୍କ ଫି ପଇସାରେ ଏହି ସରକାର ତାର ମନ୍ତ୍ରଣାଳୟ ଚଲାଉଛି । ତେଣୁ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଏପରି ଏକ ଫର୍ମାଟ ରେ ଚାଲୁଛି ସତେ ଯେମିତି ଲାଗୁଛି ଏହି ବ୍ୟବସ୍ଥା ଏକ ଅର୍ଥ ଶୋଷଣକାରୀ ମେସିନ ଅଟେ ବୋଲି ଆଜି ସ୍ଥାନୀୟ ଏକ ଘରୋଇ ହଟେଲ ର ସମ୍ମିଳନୀ କକ୍ଷରେ କୋଟାରେ ଛାତ୍ରୋଁ କି ଗୁଞ୍ଜ ସମାବେଶ ରେ ରାହୁଲ ଗାନ୍ଧୀ ଙ୍କ ବାର୍ତ୍ତା କୁ ଘରେ ଘରେ ପହଂଚାଇବା ଲକ୍ଷ୍ୟ ନେଇ ଆଲୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ କହିଛନ୍ତି ଆଜି ବିଦ୍ୟାଳୟ ଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ସମସ୍ତ ଶିକ୍ଷା ବ୍ୟବସ୍ଥା ଦ୍ୱାରା କେବଳ ଛାତ୍ର ଓ ଅଭିଭାବକଙ୍କୁ ଆର୍ଥିକ ଶୋଷଣ କରାଯାଉଛି । ତେଣୁ ବର୍ତ୍ତମାନର ସମୟରେ  ଶିକ୍ଷା ବ୍ୟବସ୍ଥାରେ କେବଳ ସରକାରୀ ସ୍କୁଲ କଲେଜ ରହିବା କଥା ଯେଉଁଠାରେ କି ସମାଜର ଗରିବ, ଧନୀ ଉଭୟ ଶ୍ରେଣୀର ଲୋକଙ୍କ ପୁଅ ଝିଅମାନେ ପାଠ ପଢିବେ । ତା ସହ ଟ୍ୟୁସନ କୁହାଯାଉ କିମ୍ବା ଚାକିରି ପାଇଁ ଦରକାର ହେଉଥିବା ସ୍ୱତନ୍ତ୍ର କୋଚିଂ ପ୍ରତ୍ୟେକ ଛାତ୍ର ଛାତ୍ରୀ କିଭଳି ପାଇପାରିବେ ତାର ବ୍ୟବସ୍ଥା ମଧ୍ୟ ସରକାର ହାତକୁ ନେବା କଥା । ସର୍ବମୋଟ ଭାବେ କହିବାକୁ ଗଲେ ଅତି କମ୍ ଖର୍ଚ୍ଚରେ ଦେଶର ଛାତ୍ର ଛାତ୍ରୀ ଶିକ୍ଷା ସହିତ ବିଭିନ୍ନ ଚାକିିରି ପାଇଁ ଅନୁଷ୍ଠିତ ହେଉଥିବା ପ୍ରବେଶିକା ପରୀକ୍ଷାରେ ଭାଗ ନେଇ ପାରିବେ ସେ ସବୁକୁ ସରକାର ନିଜେ ଦାୟିତ୍ୱ ନେବା ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି । ତା ସହ ସେ ଏହା ମଧ୍ୟ କହିଛନ୍ତି ଯେ ସରକାର ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଭଳିଆ ସ୍କୁଲ ବହୁଳ ଭାବରେ ସ୍ଥାପନ କରୁ । ଯେହେତୁ ଆମ ଦେଶ ଏକ କୃଷି ପ୍ରଧାନ ଦେଶ ତେଣୁ କୃଷି ବିଦ୍ୟାଳୟ ଭଳିଆ ଶିକ୍ଷାନୁଷ୍ଠାନ ପ୍ରତ୍ୟେକ ଜିଲ୍ଲାରେ ରହିବା ନିହାତି ବୋଲି ସେ କହିଛନ୍ତି । କିନ୍ତୁ ଦୁର୍ଭାଗ୍ୟ ଦେଶ ତଥା ଆମ ରାଜ୍ୟ ସରକାରମାନେ ପ୍ରଥମିକ ସରକାରୀ ସ୍କୁଲ ଗୁଡିକରେ ଛାତ୍ର ସଂଖ୍ୟା କମ ର ଆଳ ଦେଖାଇ ଘରୋଇ ସ୍କୁଲ ଗୁଡିକୁ ପ୍ରତ୍ସୋହନ ଦେବା ପାଇଁ ହଜାର ହଜାର ସଂଖ୍ୟାରେ ପ୍ରାଥମିକ ସ୍କୁଲ ଗୁଡିକୁ ବନ୍ଦ କରି ଦେଇଛନ୍ତି । କୋଟାରେ ଦେଶର ସଂସଦର ବିରୋଧି ଦଳ ନେତା ରାହୁଳ ଗାନ୍ଧୀ ଛାତ୍ର ଙ୍କ ଉଦ୍ଦେଶ୍ୟରେ ଦେଇଥିବା ବକ୍ତବ୍ୟକୁ ଶ୍ରୀ ମିଶ୍ର ପ୍ରତ୍ୟେକ ଛାତ୍ର ଓ ଅଭିଭାବକ ଶୁଣିବା ଦରକାର ଏବଂ ଏହାକୁ ନେଇ ସେମାନେ ନିଜର ମତାମତ ପ୍ରଦାନ କରିବା ଦରକାର ଏବଂ ଯଦି ଦରକାର ହୁଏ ସରକାରଙ୍କ ଏହି ଶୋଷଣକାରୀ ଶିକ୍ଷାନୀତି ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଶ୍ରୀ ମିଶ୍ର କହିଥିଲେ । ଏଆଇସିସି ମୁଖପାତ୍ର ଡା. ହମିଦ ହୁସେନ ରାଜ୍ୟ ସରକାରଙ୍କ ପୁସ୍ତକ ଛପାରେ ୧୭୦୦ ରୁ ଉର୍ଦ୍ଧ୍ୱ ଭୁଲ ପାଇଁ କେହି କାହିଁକି ଉତ୍ତରଦାୟୀ ରହୁ ନାହାନ୍ତି ବୋଲି ପ୍ରଶ୍ନ କରିବା ସହ ସେ ସବୁ ପୁସ୍ତକକୁ ପ୍ରତ୍ୟାହାର କରି ନୁଆ ପୁସ୍ତକ ଛପାଯାଉ ବୋଲି ଦାବି କରିଥିଲେ । ତା ସହ ବର୍ତ୍ତମାନ ହୋଇଥିବା ନିଟ୍ ପ୍ରଶ୍ନପତ୍ର ଲିକ୍ ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତାଫା ଦିଅନ୍ତୁ, ଶିକ୍ଷାନୀତିରେ ନୂତନ ସଂସ୍କାର

ଅଣାଯାଉ ଏବଂ ପ୍ରତ୍ୟେକ ଜାତୀୟ ସ୍ତରୀୟ ଚାକିରି ପ୍ରବେଶିକା ପରୀକ୍ଷା ପାଇଁ ବାର୍ଷିକ କ୍ୟାଲେଣ୍ଡର ରେ ଚୁଡାନ୍ତ ତାରିଖ ନିର୍ଦ୍ଧାରିତ ରହୁ ବୋଲି ଦାବି କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା କଂଗ୍ରେସ ସଭାନେତ୍ରୀ ଜୟନ୍ତି ପଟେଲ, ଯୁବ କଂଗ୍ରେସ ସଭାପତି ଅଙ୍କିତ ସାହୁ, ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ବେହେରା ପ୍ରମୁଖ କେନ୍ଦ୍ର ସରକାରଙ୍କ ଭୁଲ ଶିକ୍ଷାନୀତିକୁ କଠୋର ସମାଲୋଚନା କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଅନିଲ ମେହେର ନିଟ୍ ପ୍ରଶ୍ନ ପତ୍ର ଲିକ୍ କୁ ନେଇ ରାହୁଲ ଗାନ୍ଧୀ ନେଉଥିବା ପଦକ୍ଷେପ ରେ ସମଗ୍ର ଦେଶ ଛାତ୍ର ଛାତ୍ରୀ ଅଭିଭାବକ ଓ ସାଧାରଣ ଜନତା ସାମିଲ ହୋଇ ନିଜର ମତାମତ ଦିଅନ୍ତୁ ଯାହା ଦ୍ୱାରାକି ଅନ୍ଧକାର ଆଡକୁ ଯାଉଥିବା ଛାତ୍ର ଯୁବକଙ୍କ ଭବିଷ୍ୟତ ସଠିକ୍ ଦିଗରେ ଦିଆଯାଇ ପାରିବ ବୋଲି କହିବା ସହ ଉପସ୍ଥିତ ସାମ୍ବାଦିକ, ଛାତ୍ର ଛାତ୍ରୀ ଓ ଅଭିଭାବକମାନଙ୍କୁ ତାଙ୍କ ଉପସ୍ଥିତ ପାଇଁ ଧନ୍ୟବାଦ ଜଣାଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026

You Might Also Like