-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||     

HOME   ଜିଲ୍ଲା

ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ

28-Jun-2026



ମାଲକାନଗିରି: ମାଲକାନଗିରି ପୋଲିସ ଜିଲ୍ଲା ସ୍ବେଚ୍ଛାସେବୀ ବାହିନୀ (ଡିଭିଏଫ୍) ଟିମ୍ ଆଜି ସକାଳେ କାଲିମେଲା ପୋଲିସ୍ ଷ୍ଟେସନ ଅନ୍ତର୍ଗତ ଗୁଣ୍ଠାବାଡା ଏବଂ କଦମଗୁଡାର ଏକ ଘଞ୍ଚ ଜଙ୍ଗଲ ଅଞ୍ଚଳରୁ ପ୍ରମୁଖ ମାଓବାଦୀ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିବାରେ ସଫଳତା ଅର୍ଜନ କରିଛନ୍ତି। ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ଠାରୁ ସୂଚନା ପାଇ ମାଲକାନଗିରି ଡିଭିଏଫ ପୋଲିସ ବାହିନୀ ମାଓ ଡମ୍ପ କୁ ଚିହ୍ନଟ କରିଥିଲେ।ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ  ଜିଲ୍ଲାର ଡଙ୍କରାଇ ପୋଲିସ୍ ଷ୍ଟେସନ ସୀମାରେ ଆଜି ସକାଳ ପ୍ରାୟ ୬.୩୦ ମିନିଟ  ସମୟରେ ଡମ୍ପିଂ କରାଯାଇଥିବା ସମସ୍ତ ମାଓ ସାମଗ୍ରୀ ଗୁଡ଼ିକୁ ଜବତ କରାଯାଇଛି । ଡମ୍ପରୁ ଜବତ ହୋଇଥିବା ବିସ୍ଫୋରଣ ସାମଗ୍ରୀ ମଧ୍ୟରେ ୨ଟି SLR ବନ୍ଧୁକ, ୨ଟି ହାତ ତିଆରି ପିସ୍ତଲ, ଗୋଟିଏ ଆମେରିକା ନିର୍ମିତ ପିସ୍ତଲ, ଗୋଟିଏ ୩୦୩ ବନ୍ଧୁକ ବ୍ୟାରେଲ, ୫କିଲୋ ଓ ୨କିଲୋଗ୍ରାମର ଆଇଇଡି, କ୍ଲେମୋର ମାଇନ୍ ଏବଂ ୪ଟି ବିଜିଏଲ ସେଲ, ୭ଟି ୱାକିଟକି, ୩ଟି ଚାର୍ଜର, ୩ଟି ବ୍ୟାଟେରୀ ଏବଂ ୨ଟି ଆଣ୍ଟିନା, ୪୫ଟି ପେନଡ୍ରାଇଭ, ଗୋଟିଏ ହାର୍ଡଡିସ୍କ, ଗୋଟିଏ ପାୱାର ବ୍ୟାଙ୍କ ଏବଂ ଗୋଟିଏ କି-ବୋର୍ଡ ରହିଛି । ଏଥିସହିତ ୫ଟି କାର୍ଟିଜ, ୪ ମିଟର ଏମସିପି ସୁଇଚ୍ ତାର, ମୋଟରସାଇକେଲ ବ୍ୟାଟେରୀ, ମାଓ ପୋଷାକ ଏବଂ ମେଡିସିନ୍ କିଟ୍ ସହ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି।
। ସାଧାରଣ ନାଗରିକ ତଥା ସୁରକ୍ଷା ବାହିନୀ ବିରୁଦ୍ଧରେ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯିବା ପାଇଁ ଏହା ଗଚ୍ଛିତ ରଖାଯାଇଛି ବୋଲି ପୋଲିସ ସନ୍ଦେହ କରୁଛି। ଏହି କ୍ୟାର୍ଯ୍ଯ ମାଓବାଦୀଙ୍କ (ଆନ୍ଧ୍ର-ଓଡିଶା ସୀମା ସ୍ପେଶାଲ ଜୋନାଲ କମିଟି)  କ୍ୟାଡ଼ର ଙ୍କ ବୋଲି ଜଣାପଡିଛି। ମାଲକାନଗିରି ଜିଲ୍ଲା ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହେବା ଲକ୍ଷ୍ୟ ହାସଲ କରିଛି। ଜାନୁୟାରୀ ୨୦୨୫ ରୁ ମାର୍ଚ୍ଚ ୩୧, ୨୦୨୬ ମଧ୍ୟରେ ଦୁଇଜଣ ନକ୍ସଲଙ୍କୁ ଗିରଫ କରାଯାଇଥିଲା ଏବଂ ୨୩ ଜଣ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହା ହେଉଛି ଚଳିତ ମାସରେ ଜିଲ୍ଲାରେ ଉଦ୍ଧାର ହୋଇଥିବା ତୃତୀୟ ପ୍ରମୁଖ ମାଓବାଦୀ ଡମ୍ପ। ଜୁନ୍ ୯, ୨୦୨୬ ରେ, ମାଥିଲି ଥାନା ସୀମା ଅନ୍ତର୍ଗତ କିର୍ମିଟି ଏବଂ କାଟୁଆପଦର ଜଙ୍ଗଲରେ ସୁରକ୍ଷା ବାହିନୀ ଗୋଟିଏ ଇନସାସ,ଏଲଏମଜି ଦୁଇଟି, ଇନସାସ ରାଇଫଲ, ଆଇଡି, ଗ୍ରେନେଡ, ଡିଟୋନେଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଥିଲେ । ଜୁନ୍ ୧୫ ରେ, ପଡିଆ ଥାନା ସୀମା ଅନ୍ତର୍ଗତ ସିଲାକୋଟା, ପେରୱାଇ ଏବଂ କେସ୍କାଗୁଡା ଜଙ୍ଗଲରେ ହୋଇଥିବା ଅନ୍ୟ ଏକ ଅପରେସନ୍ ତିନୋଟି ଷ୍ଟେନ୍ କାର୍ବାଇନ୍ ବନ୍ଧୁକ, ଗୋଟିଏ ଏସବିଏମ୍ଏଲ୍ ବନ୍ଧୁକ, ପିସ୍ତଲ, ଆଇଇଡି, ୟୁବିଜିଏଲ୍ ଗ୍ରେନେଡ୍, ୱେଲଡିଂ ମେସିନ୍ ଏବଂ ଅନ୍ୟାନ୍ୟ ମାଓବାଦୀ ଆର୍ଟିକିଲ୍ ଜବତ କରାଯାଇଛି। ଭବିଷ୍ୟତରେ ନକ୍ସଲ କାର୍ଯ୍ୟକଳାପର କୌଣସି ସମ୍ଭାବ୍ୟ ପୁନରୁଦ୍ଧାରକୁ ରୋକିବାକୁ ଲକ୍ଷ୍ୟ ରଖି ଲୁଚି ରହିଥିବା ମାଓବାଦୀଙ୍କୁ ତଲାସ କରାଯାଇ ସଂପୂର୍ଣ୍ଣ 
ଅଞ୍ଚଳକୁ ମାଓ ମୁକ୍ତ କରାଯିବ।
(ରିପୋର୍ଟ: କେଶବ ଚନ୍ଦ୍ର ନାୟକ, ମାଲକାନଗିରି)


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026

You Might Also Like