-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
10-Feb-2021
ଜୁନାଗଡ଼ (ସଂଜୀବ କୁମାର ଦାସ) :କଂକ୍ରିଟ୍ ଜଙ୍ଗଲରେ ସିଂହ ରାଜ୍। ହୋଟେଲ୍ରେ ବୁଲିଲେ ଜଙ୍ଗଲର ରାଜା। ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଜଙ୍ଗଲରୁ ଆସି ହୋଟେଲ ପରିସରରେ ବୁଲୁଛି ସିଂହ। ହୋଟେଲର ପାର୍କିଂ ଅଞ୍ଚଳରେ ବୁଲିବା ସହ ପୁଣି ସିଂହଟି ଫେରିଯାଉଥିବା ଭିଡିଓ ସିସିଟିଭିରେ କଏଦ ହୋଇଛି।
ଏହି ସିସିଟିଭି ଦୃଶ୍ୟ ଗୁଜୁରାଟର ଜୁନାଗଡ଼ର ହୋଇଥିବା ଜଣାପଡ଼ିଛି। ଜୁନାଗଡ଼ର ଥିବା ହୋଟେଲ ସରୋବର ପୋର୍ଟିକୋର ପରିସର ଭିତରକୁ ପଶିଆସିଥିଲା ସିଂହ। ଏନେଇ ଏକ ସିସିଟିଭି ଫୁଟେଜ୍ ଉଦୟନ କାଚଛି ଟ୍ବିଟ୍ରରେ ପୋଷ୍ଟ କରିଛନ୍ତି। ଭିଡିଓରୁ ଜଣାପଡ଼ୁଛି ଯେ, ଗତ ସୋମବାର ଦିନ ଗୋଟିଏ ଅଣ୍ଡିରା ଏସିଆଟିକ୍ ସିଂହ ହୋଟେଲ ଭିତରକୁ ମୁଖ୍ୟ ଫାଟକ ଦେଇ ଭୋର ୫.୪ରେ ପ୍ରବେଶ କରିଥିଲା ।
ସିଂହଟି ଫେରିବା ବେଳେ ଫାଟକ ପାଖରେ ଥିବା କ୍ୟାବିନ୍ରେ ଲୁଚିଯାଇଥିଲେ ସିକ୍ୟୁରିଟି ଗାର୍ଡ। ଜୁନାଗଡ଼ ସହରରେ ସିଂହ ବୁଲିବା ଘଟଣା ନୂଆ ନୁହେଁ ବୋଲି ଉଦୟନ ଲେଖିଛନ୍ତି। ଏହି ଭିଡିଓରେ ଆଇଏଫଏସ୍ ସୁଶାନ୍ତ ନନ୍ଦାଙ୍କୁ ଟ୍ୟାଗ୍ କରାଯିବା ପରେ ସେ ମଧ୍ୟ ଏହାକୁ ସେୟାର କରିଛନ୍ତି।
ତେବେ ସିଂହ ରାସ୍ତା ଭୁଲି ସହରରେ ବୁଲୁଛି। ଏବେ ଯାଏ ସିଂହଟି ଜଙ୍ଗଲକୁ ଫେରି ନାହିଁ। ସେଦିନ ରାତିରେ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। ଲୋକମାନେ ବିଭିନ୍ନ ସିସିଟିଭିର ଫୁଟେଜ୍ ସେୟାର କରୁଛନ୍ତି ବୋଲି ଜୁନାଗଡ଼ ରେଞ୍ଜ ଡିସିଏଫ ସଞ୍ଜୟ ବରଓ୍ବାର ‘ଇଣ୍ଡିଆନ୍ ଏକ୍ସପ୍ରେସ୍’କୁ କହିଛନ୍ତି।