-+91-9937148622 |
prerana_bgr@rediffmail.com |
Wednesday 1st July 2026 |
R.N.I. Regd No. ODIODI/2010/46693
Breaking News
30-Jun-2026
ବରଗଡ଼(ତୁଳସୀ ଚରଣ ଦାଶ): ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କନବାର ଗ୍ରାମ ଠାରେ ବ୍ରଜେଶ୍ବରୀ ନୃତ୍ୟ ସଂଘ ଓ ଗୁରୁ ଭଗବାନ ସାହୁ ଶବ୍ଦ ନୃତ୍ୟ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ସର୍ବସ ଭୋଇଙ୍କ ସଭାପତିତ୍ବରେ ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜୟନ୍ତୀ ପାଳନ କରାଯାଇଛି । ଗୁରୁ ଭଗବାନ ସାହୁଙ୍କ ଶିଷ୍ୟ ଶବ୍ଦ ନୃତ୍ୟ ଗୁରୁ ପ୍ରଫୁଲ୍ଲ ନାଏକ,ନବ କୁମାର ବାରିକ , ଉମା ପଧାନ,ସୁରେଶ ସାହୁ , ଫକୀର ନାଏକ, ପ୍ରାଚୀ ର଼ାଣୀ ସାହୁ ପ୍ରମୁଖ ଯୋଗଦାନ କରି ଗୁରୁ ଭଗବାନ ସାହୁ କନବାର ଗ୍ରାମକୁ କଳାକାର ଗ୍ରାମରେ ପରିଣତ କରି ଥିଲେ ବୋଲି ପ୍ରକାଶ କରିଥିଲେ, ସମ୍ପାଦକ ନିରୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
---------×××----------