-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
10-Feb-2021
ବଲାଙ୍ଗୀର:(ପ୍ରେରଣl ଖବର): ବଲାଙ୍ଗୀର ସହର ଗାନ୍ଧିନଗର ପଡାପିଚୁ ହୋଟେଲ ନିକଟରେ ଛାତରୁ ପଡି ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ଗାନ୍ଧିନଗରପଡା ଅଶୋକ ଚିରଗୁନଙ୍କ ୨୪ ବର୍ଷୀୟ ପୁଅ ଶିବୁ ଚିରଗୁନ । ପାଖାପାଖି ଥିବା ଦୁଇଟି ଛାତର ଘର ମଝିରେ ଥିବା ଫାଙ୍କା ସ୍ଥାନରେ ଶିବୁ ଖସି ପଡିଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଟାଉନ ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଯୁବକ ଅନ୍ୟ ଘରର ଛାତକୁ କାହିଁକି ଯାଇଥିଲେ? କିଭଳି ଅବସ୍ଥାରେ ଛାତରୁ ପଡି ତାଙ୍କର ଜୀବନ ଗଲା , ତାହା ଜଣାପଡିନାହିଁ । ଟାଉନ ପୋଲିସ ତଦନ୍ତ ଜାରି ରଖିଛି ।