-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ଖାରି (ପ୍ରେରଣା ଖବର): ସୋନପୁର ବ୍ଲକ୍ ତରଭା ଥାନା ଖରଝୁରା ପଞ୍ଚାୟତ ଖଲିଆପାଲିରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଭସ୍ମୀଭୂତ ହୋଇଯାଇଛି। କୌଣସି କାରଣରୁ ସୋମବାର ସକାଳୁ ଖଲିଆପାଲି ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିଲା। ଗାଁ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ତରଭା ଅଗ୍ନିଶମ ବାହିନୀ ତୁରନ୍ତ ଆସି ନିଆଁକୁ ଆୟତ୍ତ କରିଥିଲା। ବିଭାଗର କହିବା ଅନୁସାରେ କୁଶଳେଶ୍ବର ନାଏକ, ଘନ ନାଏକ ଓ ସାନନ୍ଦ ନାଏକଙ୍କ ୪ ବଖରା ଘର ପୋଡ଼ିଯାଇଛି। ଘରେ ଥିବା ଧାନ, ଚାଉଳ, କପଡ଼ା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ପୋଡ଼ିଯାଇଛି। ତରଭା ଦମକଳ କାର୍ଯ୍ୟାଳୟ ଅଗ୍ନିଶମ ଅଧିକାରୀ ସୁଧାକର ନାୟକଙ୍କ ନେତୃତ୍ବରେ ରଜତ ଭେଙ୍ଗରା, ରତ୍ନାକର ପରିଡ଼ା, ବିପିନବିହାରୀ ଖୁଣ୍ଟିଆ, ବିକାଶ ନାୟକ, ଭବାନୀ ସେଠ, ହର ବଗର୍ତ୍ତୀ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ପରେ ଉକ୍ତ ପରିବାର ନିରାଶ୍ରୟ ହୋଇଯାଇଛନ୍ତି। ପରିବାରକୁ ତୁରନ୍ତ ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହେଉଛି।