-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   (17-Aug-2026)       ||      ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   (17-Aug-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ    (17-Aug-2026)       ||      ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୪ଟି ଦରଖାସ୍ତ ଗ୍ରହଣ   (17-Aug-2026)       ||      ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||      ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ    (17-Aug-2026)       ||      ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   (17-Aug-2026)       ||     

HOME   ଜିଲ୍ଲା

ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

23-Jun-2026



ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଟିମନପୁର ପଞ୍ଚାୟତ ଅନ୍ତର୍ଗତ ମାଲପଡା ଗ୍ରାମରେ ଏକ ଗୁରୁତର ଏବଂ ଚିନ୍ତାଜନକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରୁ ମାତ୍ର ପ୍ରାୟ ୨୦୦ ମିଟର ଦୂରତା ମଧ୍ୟରେ ମଦ ବିକ୍ରି ହେଉଥ‌ିବା ଅଭିଯୋଗ ସାମ୍ନାକୁ ଆସିଛି। ଯେଉଁ ସ୍ଥାନରୁ ଆଗାମୀ ପିଢ଼ି ଶିକ୍ଷା, ସଂସ୍କାର ଓ ସୁନ୍ଦର ଭବିଷ୍ୟତର ପାଠ ଶିଖୁଛନ୍ତି, ସେହି ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାର ଚାଲିବା ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ମଦ ବିକ୍ରି ଚାଲିଆସୁଥିଲେ ମଧ୍ୟ ସମ୍ପୂକୁ ବିଭାଗ ଏହା ଉପରେ କୌଣସି ଦୃଢ଼ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି। ପ୍ରତିଦିନ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶହ ଶହ ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ବିଦ୍ୟାଳୟକୁ ଯାତାୟାତ କରୁଥିବା ବେଳେ ନିଶାଦ୍ରବ୍ୟର ଏପରି ଖୋଲା କାରବାର ଶିକ୍ଷା ପରିବେଶକୁ ପ୍ରଭାବିତ କରୁଥିବା ମତ ପ୍ରକାଶ ପାଉଛି। ଅଭିଭାବକମାନଙ୍କ କହିବା ଅନୁଯାୟୀ, ବିଦ୍ୟାଳୟ ନିକଟରେ ମଦ ବିକ୍ରି ହେବା ଫଳରେ ପିଲାମାନଙ୍କ ମନରେ ଖରାପ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଅନେକ ସମୟରେ ମଦ୍ୟପ ବ୍ୟକ୍ତିମାନଙ୍କ ଆସାଯାଆ, ଉଚ୍ଚସ୍ବରରେ କ‌ଥାବାର୍ତ୍ତା ଏବଂ ଅଶୋଭନୀୟ ଆଚରଣ ଯୋଗୁଁ ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ଓ ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ମଧ୍ୟ ହେଉଛି। ଶିକ୍ଷାର ପରିବେଶ ସୃଷ୍ଟି କରିବା ପରିବର୍ତ୍ତେ ଯଦି ନିଶାର ପରିବେଶ ଗଢ଼ିଉଠେ, ତେବେ ଏହାସମାଜ ପାଇଁ ଏକ ଅଶୁଭ ସଙ୍କେତ ବୋଲି ସଚେତନ ମହଲ ମତ ପ୍ରକାଶ କରିଛନ୍ତି। ସରକାର ଗୋଟିଏ ପଟେ ନିଶାମୁକ୍ତ ସମାଜ ଗଠନ, ଶିକ୍ଷାର ଉନ୍ନତି ଓ ଯୁବପିଢ଼ୀଙ୍କୁ ସଠିକ୍ ଦିଗଦର୍ଶନ ଦେବା ପାଇଁ ବିଭିନ୍ନ ଯୋଜନା ଏବଂ ସଚେତନତା କାର୍ଯ୍ୟକ୍ରମ ଚଳାଉଥ‌ିବା ବେଳେ, ଅନ୍ୟପଟେ ବିଦ୍ୟାଳୟ ନିକଟରେ ଏଭଳି ମଦ ବିକ୍ରି ଚାଲିବା ପ୍ରଶାସନିକ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠାଇଛି। ଏହି କାରବାର କାହାର ଛତ୍ରଛାୟାରେ ଚାଲିଛି ଏବଂ କାହିଁକି ଏହା ଉପରେ ଅଙ୍କୁଶ ଲଗାଯାଉନାହିଁ, ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଗ୍ରାମବାସୀ, ଅଭିଭାବକ ଏବଂ ସଚେତନ ନାଗରିକମାନେ ଜିଲ୍ଲା ପ୍ରଶାସନ, ଆବକାରୀ ବିଭାଗ, ସ୍ଥାନୀୟ ପୋଲିସ ଏବଂ ବ୍ଲକ ପ୍ରଶାସନଙ୍କୁ ଏହି ଘଟଣାର ତୁରନ୍ତି ତଦନୁ କରିବା ସହ ବିଦ୍ୟାଳୟ ନିକଟରେ ଚାଲିଥିବା ମଦ ବିକ୍ରିକୁ ବନ୍ଦ କରିବାକୁ ଦାବି କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଶିକ୍ଷାର ମନ୍ଦିର ନିକଟରେ ଚାଲିଥିବା ଏହି ନିଶା କାରବାର ବିରୋଧରେ ପ୍ରଶାସନ କେବେ କଠୋର ପଦକ୍ଷେପ ନେବ ? ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ଶିକ୍ଷାର ପରିବେଶ ଏବଂ ସମାଜର ସୁସୁ ବିକାଶ ସହ ଜଡିତ ଏହି ଗୁରୁତର ପ୍ରସଙ୍ଗରେ ପ୍ରଶାସନ ନିରବ ରହିବ ନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବ, ତାହାକୁ ନେଇ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି। ଯଦି ଶୀଘ୍ର ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ଜନଅସନ୍ତୋଷ ଆହୁରି ତୀବ୍ର ହେବା ସହ ଏହି ପ୍ରସଙ୍ଗ ବୃହତ୍ ଆନ୍ଦୋଳନର ରୂପ ନେଇପାରେ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   18-Aug-2026
  ଜିଲ୍ଲା  
ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   17-Aug-2026
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   17-Aug-2026
  ଜିଲ୍ଲା  
ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   17-Aug-2026
  ଜିଲ୍ଲା  
ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   17-Aug-2026
  ଜିଲ୍ଲା  
ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   17-Aug-2026
  ରାଜ୍ୟ  
ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   17-Aug-2026
  ଜିଲ୍ଲା  
*କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   17-Aug-2026
  ଜିଲ୍ଲା  
ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   17-Aug-2026
  ଜିଲ୍ଲା  
*ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   17-Aug-2026

You Might Also Like