-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ବୀରମହାରାଜପୁର (ପ୍ରେରଣା ଖବର) : ବୀରମହାରାଜପୁର ରଣାପାଲି ନିକଟରେ ଥିବା ସ୍ୱଧାର ଗୃହରୁ ଜଣେ ଅନ୍ତେବାସିନୀ ଶନିବାର ରାତି ପ୍ରାୟ ୮ଟାରେ ପାଚେରି ଡେଇଁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏ ବାବଦରେ ଅନ୍ତେବାସୀମାନେ ଜାଣିବା ପରେ ଯୁବତୀଙ୍କ ପଛରେ ଗୋଡ଼ାଇଥିଲେ ମଧ୍ୟ ସେ ଜଣେ ଯୁବକଙ୍କ ବାଇକ୍ରେ ମେଣ୍ଢାମାଳ ରାସ୍ତା ଦେଇ ପଳାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ। ଏ ବାବଦରେ ବୀରମହାରାଜପୁର ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ କରାଯାଉଥିବା ସବ୍ଇନ୍ସପେକ୍ଟର ସୁଦର୍ଶନ ଦେହୁରୀ କହିଛନ୍ତି। ଏହା ସହିତ ନିକଟସ୍ଥ ବିଭିନ୍ନ ଥାନାକୁ ତାଙ୍କ ଫଟୋ ପଠାଯାଉଛି। ପୂର୍ବରୁ ମଧ୍ୟ ଥରେ ଯୁବତୀଜଣକ ଫେରାର ହେବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟା ପ୍ରାର୍ଥନା ଆରମ୍ଭ ହେବା ବେଳେ ଯୁବତୀ ଜଣକ ତାଙ୍କ ପେଟ ଭଲ ନାହିଁ କହି ରହିଯାଇଥିଲେ। ପରେ ପାଇଖାନା ଯିବାକୁ କହି ପାଚେରି ଡେଇଁବାକୁ ଚେଷ୍ଟା କରୁଥିଲେ। ପାଚେରି ଡେଉଁଥିବା ବେଳେ ଜଣେ ପଡ଼ୋଶୀ ଦେଖି ସ୍ବଧାରଗୃହ ପରିଚାଳକଙ୍କୁ ସୂଚନା ଦେଇଥିଲେ। ଖବର ପାଇ ଗୃହରେ ଥିବା ଅନ୍ୟ ଅନ୍ତେବାସୀମାନେ ନିକଟସ୍ଥ ଗାୟତ୍ରୀ ମନ୍ଦିର ପାଖରୁ ଯୁବତୀଙ୍କୁ ଧରି ଫେରାଇ ଆଣିଥିଲେ। ଏ ବିଷୟରେ ସ୍ବଧାରଗୃହ ସୁପରିନଟେଣ୍ଡେଣ୍ଟ୍ ଭାଗ୍ୟଲକ୍ଷ୍ମୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ସଂପୃକ୍ତ ଅନ୍ତେବାସିନୀ ଜଣକ ୨୦୨୦ ଏପ୍ରିଲ୍ ୬ ତାରିଖରୁ ସେଠାରେ ରହି ଆସୁଥିଲେ। ତାଙ୍କ ବାପା ଓ ମା’ଙ୍କୁ ଝିଅକୁ ଘରକୁ ନିଅ ବୋଲି ଅନେକଥର କୁହାଯାଇଛି। ମାତ୍ର ସେମାନେ ତାଙ୍କୁ ଘରକୁ ନେବା ପାଇଁ ଚାହୁଁନାହାନ୍ତି।