-+91-9937148622 |
prerana_bgr@rediffmail.com |
Tuesday 23rd June 2026 |
R.N.I. Regd No. ODIODI/2010/46693
Breaking News
23-Jun-2026
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ କିନ୍ତୁ ବ୍ଲକ ବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି କରାଯାଉ। ସୂଚଯୋଗ୍ୟ:-ଡାବୁଗାଁ ବ୍ଲକ କାର୍ଯ୍ୟାଳୟରେ ସରକାରୀ ଯୋଜନା ସହ ସଚେତନତା ବାର୍ତ୍ତା ପ୍ରଚାର ଓ ପ୍ରସାର ନିମନ୍ତେ ଲାଗିଥିବା ଏଲଇଡି ଦୁଇବର୍ଷ ହେବ ଅଚଳ ହୋଇ ପଡ଼ିରହିଛି।ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଲଗାଯାଇଥିବା ଏହି ଏଲଇଡି କାର୍ଯ୍ୟକ୍ଷମ ହେବାର ମାତ୍ର ଦିନ କେଇଟା ମଧ୍ଯରେ ଅଚଳ ହୋଇପଡିଛି । ନୂତନ ସରକାର ଗଠନ ପରେ ମାତ୍ର ବହୁ ମୂଲ୍ୟରେ ମରାମତି କରି ଏହାକୁ କାର୍ଯ୍ୟକ୍ଷମ କରାଯାଇଥିଲେ ମଧ୍ୟ ଏହି ମୂଲ୍ୟବାନ ଏଲଇଡି ଟିଭି ପୁଣି ଥରେ ଅଚଳ ହୋଇଯାଇଛି । ’ସରକାର କା ମାଲ ଦରିଆ ମେ ଡାଲ’ ନୀତିରେ ଏପରି ପରିସ୍ଥିତି ଉପୁଜି ଥିବାବେଳେ ତୁରନ୍ତ ଅଚଳ ଏଲଇଡିକୁ ମରାମତି କରିବାକୁ ସାଧାରଣରେ ଦାବି ହେଉଛି । ଏହି ଏଲଇଡି ଦ୍ଵାରା ସ୍ଥାନୀୟ ବାସିନ୍ଦା ତଥା ଜନସାଧାରଣ ବିଭିନ୍ନ ସରକାରୀ ଯୋଜନା ବିଷୟରେ ସୂଚନା ପାଇ ପାରୁଥିଲେ । ଏଲଇଡି ଅଚଳ ହେବା ଦ୍ବାରା ସ୍ଥାନୀୟ ବାସିନ୍ଦା ଓ ସାଧାରଣ ଜନତା ବିଭିନ୍ନ ସରକାରୀ ଯୋଜନା ବିଷୟରେ ଜାଣିପାରୁ ନାହାନ୍ତି, ଏପରିକି ବ୍ଲକର କୌଣସି ଜନହିତକର ଯୋଜନା ବିଷୟରରେ ମଧ୍ୟ ବ୍ଳକ କର୍ମଚାରୀ ମାନେ ମଧ୍ୟ ସାଧାରଣ ଲୋକ ମାନଙ୍କୁ ଜଣାଉନାହାନ୍ତି । ଏଥିପ୍ରତି ସ୍ଥାନୀୟ ବ୍ଲକ ଗୋଷ୍ଠ ଉନ୍ନୟନ ଅଧୂକାରୀ ଦୃଷ୍ଟି ଦେବାକୁ ନିବେଦନ ଦନ ।