-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ବୌଦ୍ଧ (ପ୍ରେରଣା ଖବର) : ବୌଦ୍ଧ ସହରରେ କିଛି ସମୟ ପାଇଁ ଆତଙ୍କ ଖେଳାଇଛି ଜଣେ ଟ୍ରାକ୍ଟର ଚାଳକ। ନିଶାସକ୍ତ ଅବସ୍ଥାରେ ଜନଗହଳି ରାସ୍ତାରେ ଜଣଙ୍କ ପରେ ଜଣଙ୍କୁ ଧକ୍କା ଦେବାପରେ ସତସଙ୍ଗ ବିହାର ନିକଟରେ ଚଳନ୍ତା ଟ୍ରାକ୍ଟରରୁ ଡିଆଁ ମାରି ଫେରାର ହୋଇଯାଇଛି। ସୋମବାର ରାତି ୯ଟାରେ ଟ୍ରାକ୍ଟରଟି ଗାନ୍ଧୀ ଛକରୁ ଡେଲି ମାର୍କେଟ ରାସ୍ତାରେ ଯାତାୟତ କରୁଥିବା ଗୋଟିଏ ପରେ ଗୋଟିଏ ସାଇକଲ, ବାଇକ୍ ଚାଳକଙ୍କୁ ଧକ୍କା ଦେଇ ଚାଲିଥିଲା। ଘଟଣାରେ ପ୍ରାୟ ୫ଜଣ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। କିଛି ସାଇକଲ ଓ ବାଇକ୍ ମଧ୍ୟ ଭାଙ୍ଗିଯାଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଟ୍ରାକ୍ଟରକୁ ଜବତ କରିଛି।