-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   (17-Aug-2026)       ||      ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   (17-Aug-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ    (17-Aug-2026)       ||      ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୪ଟି ଦରଖାସ୍ତ ଗ୍ରହଣ   (17-Aug-2026)       ||      ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||      ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ    (17-Aug-2026)       ||      ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   (17-Aug-2026)       ||      ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   (17-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ

23-Jun-2026



ବଲାଙ୍ଗୀର(ପ୍ରେରଣା ଖବର): ରାଜ୍ୟ ସରକାରଙ୍କ ଓଏସଆରଟିସି ବସ୍‌ରେ ଡିଜେଲ ଭର୍ତ୍ତି କରିପାରୁନଥିବାରୁ ବସଗୁଡିକ ବନ୍ଦ ରହୁଛି । କିନ୍ତୁ ସେପଟେ ଯେଉଁବସ୍‌ର ରୁଟ୍‌ପରମିଟ ନଥାଇ ମଧ୍ୟ ଚଳାଚଳ କରାଉଥିବା ଅଭିଯୋଗ ହେଉଛି । ବଲାଙ୍ଗୀରରୁ ଦେବଗଡକୁ ଏସି ବସର ପରମିଟ୍ ଥିବା ବେଳେ ଆଜି ଏକ ନନ୍‌ଏସି ବସ ଯାହାର ରୁଟ୍‌ପରମିଟ ନାହିଁ ସେହି ଗାଡି ଯାଉଥିବା ବେଳେ ଘରୋଇ ବସମାଲିକ ମାନେ ଆପତ୍ତି ଉଠାଇଛନ୍ତି । ଏପରିକି ବଲାଙ୍ଗୀର ବସ୍ ଟର୍ମିନାଲରୁ ଦେବଗଡ ଗାଡି ଛାଡିବାର ନୀୟମ ରହିଥିଲେ ହେଁ ବସଟି ପୁରୁଣା ସରକାରୀ ବସଷ୍ଟାଣ୍ଡରୁ ଛାଡିଥିବା ଦେଖା ଯାଇଥିଲା । ଫଳରେ ଆଜି ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ନୀୟମ ରହିଛି ଯେଉଁ ବସର ପରମିଟ ରହିଥାଏ ସେହିଗାଡି ହିଁ ସେହି ରୁଟରେ ଯାଇପାରିବ । କିନ୍ତୁ ବଲାଙ୍ଗୀର ଡିଟିଏମ ଏହି ନୀୟମର ଉଲଂଘନ କରି ମନଇଚ୍ଛା ଭିନ୍ନ ଭିନ୍ନ ଗାଡି ପଠାଇ ଫାଇଦା ନେଉଛନ୍ତି ବୋଲି ଅଭିଯୋଗ ହେଉଛି । ଗତ କିଛିଦିନ ପୂର୍ବରୁ ବଲାଙ୍ଗୀର ପରିବହନ ବିଭାଗ ଅର୍ଥାଭାବରୁ ଗାଡିମାନଙ୍କରେ ଡିଜେଲ ଭର୍ତ୍ତି କରିପାରୁନଥିବା ଖବର ପ୍ରକାଶନ ଓ ପ୍ରସାରଣ ହୋଇଥିଲା । ସେହିଦିନରୁ ସରକାରୀ ଏସି ଗାଡିଗୁଡିକ ଆଉ ଚାଲୁନାହିଁଁ । କିନ୍ତୁ ଡିଟିଏମ ଏସି ବସ ବଦଳରେ ଏକ ନନ୍‌ଏସି ବସ ଚଳାଇବାକୁ ପଠାଇ ଥିଲେ । ଏହାକୁ ଆଜି ଘରୋଇ ବସ ମାଲିକମାନେ ବିରୋଧ କରିଥିଲେ । ଫଳରେ ବସଟି ଆଉ ଆଗକୁ ନଯାଇ ପୁଣି ଗ୍ୟାରେଜକୁ ଫେରିଯାଇଥିବା ଦେଖାଯାଇଥିଲା। ସୂଚନା ନେବାରୁ ଜଣାପଡିଛି ଯେ,ବଲାଙ୍ଗୀରରୁ ଦେବଗଡକୁ ଭାୟା ସୋନପୁର,ବୀରମହାରାଜପୁର,କଦଳିଗଡ,ରେଢାଖୋଳ,ନାକଟିଦେଉଳ, ରିଆମାଲ ଦେଇ ଏକ ଏସିଡିଲକ୍ସ ଗାଡି ଚାଲୁଥିଲା । ସଲାଳ ୭.୩୦ରୁ ବାହାରି ଏହା ସଂଧ୍ୟା ୫.୧୦ରେ ଦେବଗଡରେ ପହଞ୍ଚୁଥିଲା। କିନ୍ତୁ ଡିଜେଲ ଅଭାବଦର୍ଶାଇ ଏହାକୁ ପରିବହନ ବିଭାଗ ବନ୍ଦ କରିଦେଲା । କିନ୍ତୁ ଆଜି ଏକ ନନ୍‌ଏସି ଗାଡି (ଓଡି୦୩-ୱାଇ-୦୬୫୧)କୁ ଦେବଗଡକୁ ପଠାଯାଉଥିଲା । ସ୍ଥାନୀୟ ସରକାରୀ ବସଷ୍ଟାଣ୍ଡରୁ ଏହା ବାହାରି ଦେବଗଡକୁ ଅଭିମୁଖେ ବାହାରିବା ପରେ ନରସିଂହ ମନ୍ଦିର ଛକରେ କିଛି ଘରୋଇ ବସମାଲିକ ଏହାକୁ ପ୍ରତିବାଦ କରିଥିଲେ । ଶେଷରେ ବସଟି ଆଗକୁ ନଯାଇ ସେଠାରୁ ହିଁ ଗ୍ୟାରେଜକୁ ଫେରିଯାଇଥିଲା । ତେବେ ଏନେଇ ବଲାଙ୍ଗୀର ଡିଟିଏମ ଅମିତ ମିଶ୍ରଙ୍କୁ ଫୋନରେ ପଚାରିବାରୁ ଏସି ଡିଲକ୍ସ ଗାଡି ବଦଳରେ ଆଜି ସ୍ପେସାଲ ପରମିଟ୍‌ରେ ଏକ ହାଇଟେକ ଗାଡି ପଠାଯାଇଥିଲା । କିନ୍ତୁ ବିରୋଧ ହେବାରୁ ତାକୁ କ୍ୟାନସେଲ କରାଯାଇଥିଲା ବୋଲି ଶ୍ରୀ ମିଶ୍ର କହିଛଁନ୍ତି । ସେପଟେ ସରକାରୀ ଅଧିକାରୀମାନେ ସରକାରୀ ନୀୟମର ଉଲଂଘନ କରି ରୁଟ୍‌ପରମିଟ ନଥିବା ଗାଡି ଚଳାଉଥିଲେ ହେଁ ଆରଟିଓ କିମ୍ବା ଅନ୍ୟଅଧିକାରୀମାନେ ଏହାର ଯାଞ୍ଚ କରୁନଥିବାରୁ ଅସନ୍ତୋଷ ଦେଖାଦେଇଛି । ରାଜ୍ୟ ପରିବହନ ବିଭାଗ ତୁରନ୍ତ ଏହି ଅଭିଯୋଗର ତଦନ୍ତ ପୂର୍ବକ ପଦକ୍ଷେପ ନେବାକୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   17-Aug-2026
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   17-Aug-2026
  ଜିଲ୍ଲା  
ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   17-Aug-2026
  ଜିଲ୍ଲା  
ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   17-Aug-2026
  ଜିଲ୍ଲା  
ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   17-Aug-2026
  ରାଜ୍ୟ  
ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   17-Aug-2026
  ଜିଲ୍ଲା  
*କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   17-Aug-2026
  ଜିଲ୍ଲା  
ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   17-Aug-2026
  ଜିଲ୍ଲା  
*ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   17-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   17-Aug-2026

You Might Also Like