-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ବଲାଙ୍ଗୀର/ଖପ୍ରାଖୋଲ (ପ୍ରେରଣା ଖବର): ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମାଲପଡ଼ା ଗାଁର ଏକ ପାଳଗଦାରୁ ୪ କୁଇଣ୍ଟାଲ ୬୮ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବିଦର୍ଭର ଅରୁଣ ସାହୁ ନାମକ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଯେ, ମାଲପଡ଼ାରୁ ଅନ୍ୟତ୍ର ଚାଲାଣ ପାଇଁ ଗଞ୍ଜେଇ ରଖାଯାଇଥିବା ଖବର ପାଇ ପାଟଣାଗଡ଼ ଅବକାରୀ ବିଭାଗ ଚଢ଼ଉ କରିଥିଲା। ଏହି ସମୟରେ ଗାଁର ଏକ ପାଳଗଦାରୁ ଉକ୍ତ ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୮ଲକ୍ଷ ଟଙ୍କା ହେବ ବୋଲି ବିଭାଗ ଜାଣିପାରିଛି। ଏହି ଗଞ୍ଜେଇ ଛତିଶଗଡ଼ ଚାଲାଣ ପାଇଁ ରଖା ଯାଇଥିଲା।