-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
19-May-2026
ଭୁବନେଶ୍ୱର(ସମୀର ରଞ୍ଜନ ନାୟକ): ଭୁବନେଶ୍ୱରରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ l ସମ୍ମିଳନୀରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । କୃଷି ବିକାଶ ଏବଂ କୃଷକ କଲ୍ୟାଣ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଚାଲିଛି ବ୍ୟାପକ ବିଚାରବିମର୍ଶ । ସମ୍ମିଳନୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ, କୃଷକ ଉତ୍ପାଦକ ସଂଗଠନ (ଏଫପିଓ), ଷ୍ଟାର୍ଟଅପ୍, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ମଧ୍ୟ ଯୋଗ ଦେଇଛନ୍ତି । ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି, କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି କରିବା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ।କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର ସାର କାଳବଜାରୀ ଉପରେ ତୀକ୍ଷ୍ନନଜର ରଖିଛନ୍ତି । ସାର କଳାବଜାରୀ ଉପରେ ସମ୍ପୂର୍ଣ୍ଣ ଭାବେ ରୋକ୍ ଲାଗିବ । ଲାଭଖୋର ଦୋକାନୀ ଉପରେ ସରକାର ନଜର ରଖିଛନ୍ତି । ସାର କଳାବଜାରୀ କଲେ କାହାକୁ ବି ଛଡ଼ା ଯିବନି । ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସେହିପରି କୃଷି ଓ କୃଷକଙ୍କ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଚାଷୀ ପାଇଁ ତିଆରି ହେବ ଫାର୍ମର ଆଇଡି । ଏହି ଆଇଡିରେ ଚାଷୀଙ୍କ ସମ୍ପତ୍ତି, ପରିବାର ସଦସ୍ୟ ସଂଖ୍ୟା ସହ ଚାଷୀଙ୍କର ଜମିଜମାର ସବୁ ତଥ୍ୟ ରହିବ । ଏହା ଦ୍ୱାରା ଚାଷୀଙ୍କୁ ଦୁଇ ମିନିଟରେ ଲୋନ ମିଳିୟିବ । ଏହି ସୁବିଧା ଉଠାଇବା ପାଇଁ ସବୁ ରାଜ୍ୟ ଶୀଘ୍ର ଫର୍ମର ଆଇଡି ପ୍ରସ୍ତୁତ କରନ୍ତୁ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଘୋଷଣା କରିଛନ୍ତି । କହିଛନ୍ତି । ଆଗକୁ ଅଭାବୀ ବର୍ଷାର ଆଶଙ୍କା ରହିଛି । ଏଭଳି ସ୍ଥିତି ପାଇଁ ସମସ୍ତ ରାଜ୍ୟ ଆଗୁଆ ପ୍ରସ୍ତୁତ ରୁହନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।