-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
19-May-2026
କଣ୍ଟାମାଳ(ଜୟ କୁମାର ମହାରଣା) ମଙ୍ଗଳବାର ଦିନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ାସ୍ଥିତ ଆଞ୍ଚଳିକ ଗ୍ରାମ ପଞ୍ଚାୟତ ଡିଗ୍ରୀ (+୩ କଳା)କଲେଜ ର ଶିକ୍ଷା ବିଭାଗ ତରଫରୁ ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀ କୋଡ଼ିବାହାଲ ଗ୍ରାମର ଅଙ୍ଗନୱାଡ଼ିକୁ ଯାଇ ପାଠ୍ୟକ୍ରମ ପରିମଳ ବ୍ୟବସ୍ଥା, ସ୍ବାସ୍ଥ୍ୟଜନିତ ବ୍ୟବସ୍ଥା ବିଷୟରେ ଏକ ସର୍ଭେକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ବିଭାଗୀୟ କୋଡିନେଟର ଅଧ୍ୟାପକ ସୁନିଲ କୁମାର ଗୁରୁ ନେତୃତ୍ୱରେ କର୍ମଚାରୀ ପଞ୍ଚାନନ ଚୌହାନ, ନରେନ୍ଦ୍ର ମଲିକ ପ୍ରମୁଖ ଉପସ୍ଥିତ ଛାତ୍ରଛତ୍ରୀଙ୍କୁ ଉତ୍ସାହିତ କରିଥିଲେ।