-+91-9937148622 |
prerana_bgr@rediffmail.com |
Saturday 18th April 2026 |
R.N.I. Regd No. ODIODI/2010/46693
Breaking News
18-Apr-2026
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସତସଙ୍ଗ ବିହାର ଠାରେ କଣ୍ଟାମାଳ ବିଜୁ ଜନତା ଦଳ ତରଫରୁ ଦିନ ୯ଘଣ୍ଟା ସମୟରେ ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୨୯ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି l କଣ୍ଟାମାଳ
ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ କଣ୍ଟାମାଳ ସତସଙ୍ଗ ବିହାର ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୂର୍ବତନ କଣ୍ଟାମାଳ ବିଧାୟକ ମହୀଧର ରଣା ସହ ବିଜେଡି କର୍ମକର୍ତ୍ତା ମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ l ବିଜୁ ବାବୁଙ୍କ ନୀତି ଆଦର୍ଶ ରାଜ୍ୟବାସୀଙ୍କ ପ୍ରତି ଆମର ସେବା ମନୋଭାବ ର ପଥ ପ୍ରଦର୍ଶକ ହେବ ବୋଲି ଆୟୋଜିତ ସଭାରେ ପୂର୍ବତନ ବିଧାୟକ ଶ୍ରୀ ରଣା ଉପସ୍ଥିତ ନେତୃ ମଣ୍ଡଳୀ ଓ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ l ବିଜୁ
ପଟ୍ଟନାୟକ ଅମର ରହେ ସ୍ଲୋଗାନ ସହ ଓଡ଼ିଶାର କର୍ଣ୍ଣଧାର ତଥା ଅଦ୍ୱିତୀୟ ନେତା ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି,ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା,ବିଜେଡି ବ୍ଲକ ସଭାପତି ରାଧାବଲ୍ଲଭ ପ୍ରଧାନ,ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ,ବରିଷ୍ଠ ନେତା ଯାନୀ ସେନାପତି, ଘନଶ୍ୟାମ ବୁଡ଼େକ, ସନ୍ତୋଷ ଦନ୍ତା ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ସଭ୍ୟା ଓ ବହୁ ବିଜେଡି ନେତା କର୍ମୀ ଉପସ୍ଥିତ ଥିଲେ l