-+91-9937148622 |
prerana_bgr@rediffmail.com |
Saturday 18th April 2026 |
R.N.I. Regd No. ODIODI/2010/46693
Breaking News
18-Apr-2026
ବରପାଲି (ସୁଦାମ ଦୀପ )
ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ରେଟାମୁଣ୍ଡା ଗ୍ରାମରେ ଚୋବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ନାମଯଜ୍ଞ ଗତ ୧୪ ତାରିଖ ରୁ ଆରମ୍ଭ ହୋଇ ୧୭ ତାରିଖ ଉଦଯାପିତ ହୋଇଯାଇଛି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଖୋଳ ମୃଦଙ୍ଗ ଶହ ଏକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ଗ୍ରାମର ବେହେରା କଟା ବନ୍ଧରେ ପହଞ୍ଚି ସେଠାରେ ପୁଜା ପୁଜା ପୂଜାର୍ଚ୍ଚନା କରି ପୂର୍ଣ୍ଣ କଳସ ସ୍ଥାପନ କରି ଯଜ୍ଞ ସ୍ଥଳରେ ପହଞ୍ଚି ଥିଲା l ଏହି ନାମ ଯଜ୍ଞରେ ମୁଖ୍ୟ କର୍ତ୍ତା ଭାବେ ଗୋରଖ ନାଥ ଚାଉଁର, ଓ ତାଙ୍କ ପତ୍ନୀ ଗୌରୀ ଚାଉଁର କର୍ତ୍ତା ଦାୟିତ୍ଵ ତୁଲାଇଥିଲେ l ପୁରୋହିତ ଭାବେ ଆନନ୍ଦ ପଣ୍ଡା, ପ୍ରମୋଦ ପୁଝାରୀ ପ୍ରମୁଖ ଯୋଗ ଦେଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଭଟିଗାଁ (ମଧ୍ୟପଡା), ସୁଜିଆ, ବାଘହାଣ୍ଡି, ଲଙ୍ଗଳକଟା, ଭଟିଗାଁ (ତଳିପଡ଼ା), ପ୍ରଭ୍ରୁତି ସଂକୀର୍ତ୍ତନ ଦଳ ସହଯୋଗ କରିଥିଲେ l ଉଦଯାପନୀ ଉତ୍ସବରେ ପଣ୍ଡିକପାଲି ଓ ଛିଟକେଲବନ୍ଧଲି ମଧ୍ୟରେ ରଙ୍ଗୀନ ପୁରୁଷ ପାର୍ଟି ଯୋଗ ଦେଇ ବୈଠୁକି କୀର୍ତ୍ତନ ହୋଇଥିଲା l ଏଵଂ ରାତ୍ର ୮ ଘଣ୍ଟା ସମୟରେ ମହିଳା ସଂକୀର୍ତ୍ତନ୍ୟ ଦଳ ଖଲିଆପାଲି ଓ ବଡ଼ମାଳ ମଧ୍ୟରେ ବୈଠୁକି ପରିବେଷଣ ହୋଇଥିଲା l ଗ୍ରାମର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l