-+91-9937148622 |
prerana_bgr@rediffmail.com |
Sunday 19th April 2026 |
R.N.I. Regd No. ODIODI/2010/46693
Breaking News
18-Apr-2026
ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ ) ଆସନ୍ତା ସିଏମ ଟ୍ରଫି ୨୦୨୬ ସମ୍ପର୍କିତ ପ୍ରସ୍ତୁତି ବୈଠକ ଶନିବାର ପୂର୍ବାହ୍ନ ୧୦ ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟର ମିନି କନଫରେନ୍ସ ହଲ୍ରେ ଅନୁଷ୍ଠିତ ହୋଇଥିଲା। ବୈଠକଟିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର ଏହାକୁ ପରିଚାଳନା କରିଥିଲେ। ବୈଠକରେ ଉପଜିଲ୍ଲାପାଳ ସୋନପୁର ଶ୍ରୀମତୀ ସୌମ୍ୟରୂପା ରଥ, ଉପଖଣ୍ଡ ପୋଲିସ ଅଧିକାରୀ (ଏସ୍ଡିପିଓ) ଶ୍ରୀମତୀ କଳ୍ୟାଣୀ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବାଲାଜୀ ବିଶ୍ୱନାଥ ଏବଂ ଅନ୍ୟାୟ ଅଧିକାରୀ ଉପସ୍ଥିତ ଥିଲେ।ସିଏମ ଟ୍ରଫି ୨୦୨୬ ଆସନ୍ତା ଏପ୍ରିଲ ୨୧ ଓ ପରବର୍ତ୍ତୀ ଦିନ ଅନୁଷ୍ଠିତ ହେବ। ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ୬ଟି ବ୍ଲକରୁ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିବେ। ଏହି କ୍ରୀଡା କାର୍ଯ୍ୟକ୍ରମରେ ଭଲିବଲ୍ ଓ ଖୋ-ଖୋ ୧୪ ବର୍ଷ ତଳ ସ୍ତରରେ ଏବଂ କବଡ଼ି ୧୬ ବର୍ଷ ତଳ ସ୍ତରରେ ଆୟୋଜିତ ହେବ।ବୃଦ୍ଧି ପାଉଥିବା ତାପମାତ୍ରା ଓ ତୀବ୍ର ଗ୍ରୀଷ୍ମ ଦୃଷ୍ଟିରେ ରଖି କଡା ଏସଓପି ଅନୁସରଣ କରାଯିବ। ଖେଳଗୁଡ଼ିକୁ ପ୍ରାତଃକାଳୀନ ସମୟ ଏବଂ ସନ୍ଧ୍ୟା ୪ଟା ପରେ ଆୟୋଜନ କରାଯିବାକୁ ସ୍ଥିର ହୋଇଛି, ଯାହାଦ୍ୱାରା ଖେଳାଳିମାନେ ତାତିରୁ କିଛି ମାତ୍ରା ରେ ରକ୍ଷା ପାଇବେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର କହିଥିଲେ, “ସିଏମ ଟ୍ରଫିର ସୁଚାରୁ ଓ ସୁରକ୍ଷିତ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି। ଖେଳାଳିମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ବିଶେଷ ଗୁରୁତ୍ୱ ଦିଆଯାଉଛି।”ବୈଠକରେ କ୍ରୀଡାର ସଫଳ ଆୟୋଜନ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ଲଜିଷ୍ଟିକ୍ସ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା।