-+91-9937148622 |
prerana_bgr@rediffmail.com |
Friday 17th April 2026 |
R.N.I. Regd No. ODIODI/2010/46693
Breaking News
17-Apr-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ସ୍ଥିତ ସରକାରୀ ପଲିଟେକ୍ନିକ ର ପ୍ରାୟ ୫୦୦ ଛାତ୍ରଛାତ୍ରୀ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଛନ୍ତି। ସେମାନେ ପଲିଟେକନିକ୍ କ୍ୟାମ୍ପସ ଠାରୁ ପ୍ରିନ୍ସିପାଲ ଙ୍କ ବିରୁଦ୍ଧରେ ନାରାବାଜି କରିବା ସହ ପ୍ରାୟ ୪/୫ କିଲୋମିଟର ଦୂର ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ପହଞ୍ଚିଥିଲେ । ପରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଙ୍କୁ ଦାବୀ ଜଣାଇବା ସହ ଆଜି ହିଁ ଅଧ୍ୟକ୍ଷଙ୍କୁ ବଦଳି କରିବାକୁ ଜିଦ୍ ଧରି ବସି ପଡ଼ିଥିବା ବେଳେ ଜିଲ୍ଲାପାଳ ଙ୍କ ସହ ଉପଜିଲ୍ଲାପାଳ ସୋମ୍ୟାରୁପା ରଥ, ଏସପି ନାରାୟଣ ନାୟକ ଏବଂ ଏସଡିପିଓ କଲ୍ୟାଣୀ ବେହେରା ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହ ସରକାରୀ ବିଧି ଵ୍ୟଵସ୍ଥା ଅନୁସାରେ ଆମ ଦ୍ୱାରା ଯାହା ସମ୍ଭବ ନିଶ୍ଚୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସୂଚନା ଯୋଗ୍ୟ ଯେ ଗତ ବୁଧବାର ଦିନ ପଲିଟେକନିକ୍ କ୍ୟାମ୍ପସ୍ ଠାରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଅଧ୍ଯକ୍ଷଙ୍କ ବିରୁଦ୍ଧରେ ହଙ୍ଗାମା କରିଥିଲେ । ପ୍ରିନ୍ସିପାଲ ହାଏ ହାଏ... ପ୍ରିନ୍ସିପାଲ୍ ଗୋ ବ୍ୟାକ୍... ନାରାରେ କମ୍ପିଥିଲା କ୍ୟାମ୍ପସ । ହଷ୍ଟେଲରେ ଅବ୍ୟବସ୍ଥାକୁ ନେଇ ଛାତ୍ରୀ ଓ ଅଭିଭାବକମାନେ ଅଧ୍ୟକ୍ଷଙ୍କୁ ଦାୟୀ କରିଛନ୍ତି । ଅଧ୍ୟକ୍ଷ ଙ୍କ ମାତ୍ରାଧିକ ମନମାନୀ ଯୋଗୁଁ ଅଶାନ୍ତ ହୋଇ ପଡ଼ିଛି ଏହି ଶିକ୍ଷାନୁଷ୍ଠାନ। ସେମାନଙ୍କ ଅଭିଯୋଗ ଅନୁସାରେ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟରେ ପୋକ ବାହାରୁଥିବା ନେଇ ଅନେକ ଥର ଅଭିଯୋଗ ହୋଇଥିଲା। ଏହାକୁ କେହି କର୍ଣ୍ଣପାତ କରୁ ନ ଥିଲା ବେଳେ ଓଲଟା ବାହାର ଜିଲ୍ଲାରୁ ଆସି ରହୁଥିବା କିଛି ଛାତ୍ର ଏହା ତୁମ ମୁଣ୍ଡ ର ଉକୁଣୀ ହୋଇଥିବ ଆହୁରି ଅନେକ ଅଶ୍ଳୀଳ କଥା କହି କମେଣ୍ଟ କରି କହୁଛନ୍ତି । ଯାହା କି ଝିଅ ଙ୍କ ପାଇଁ ଅସହ୍ୟ l ଏଥିସହ ରାତି ଅଧରେ ଚେକିଂ ନାମରେ ଛାତ୍ରୀଙ୍କ ରୁମ୍ ଭିତରକୁ ଅଧ୍ୟକ୍ଷ ତଥା ପୁରୁଷ କର୍ମଚାରୀମାନେ ପ୍ରବେଶ କରୁଥିବା ନେଇ ଗୁରୁତର ଅଭିଯୋଗ ଆସିଛି। ଯାହାକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖା ଦେଇଥିଲା। ଏହି ଘଟଣାକୁ ନେଇ ଅଭିଭାବକମାନେ କଲେଜକୁ ଆସି ଛାତ୍ରଛାତ୍ରୀଙ୍କ ସହିତ ଦେଖା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ କଲେଜ ମୁଖ୍ୟଗେଟ୍କୁ ତାଲା ପକାଇ ଦେବାରୁ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଥିଲା। ହଷ୍ଟେଲରେ ଛାତ୍ରୀଙ୍କ ସୁରକ୍ଷା ଓ ଖାଦ୍ୟ ବ୍ୟବସ୍ଥା ସଠିକ୍ ଭାବେ ଦିଆଯାଉ ନଥିବା ଓ ଅଧ୍ୟକ୍ଷ ସେଠାରେ ଖାଦ୍ୟ ମେସ ର ଦାୟିତ୍ବ ନେଇଥିବା ବ୍ୟକ୍ତିଙ୍କ ସହ ଘନିଷ୍ଠ ସଂପର୍କ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସୋନପୁର ଏସ ଡି ପି ଓ ଙ୍କ ସହ ସଦର ଥାନା ଅଧିକାରୀ ଯାଦବ ବାଗ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ମାନଙ୍କୁ ବୁଝସୁଝା କରୁଥିବା ଦେଖିବାକୁ ମିଳିଥିଲା। ଏହାର ତଦନ୍ତ କରାଯାଇ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ। ଏନେଇ ଅଧ୍ୟକ୍ଷଙ୍କୁ ପଚରାଯିବାରୁ ସବୁ ଅଭିଯୋଗ ଭିତ୍ତିହୀନ ତଥା ମିଛ ବୋଲି କହିଛନ୍ତି ମିଡିଆ କ୍ୟାମେରା ଆଗରେ ଆଜି । ସୂଚନା ଯୋଗ୍ୟ ଯେ ଛାତ୍ର ଛାତ୍ରୀଙ୍କ ସମସ୍ୟା ବୁଝୁଥିବା ତଥା ସେବା ଶୁଶ୍ରୁଷା କରୁଥିବା ପୁରୁଣା ୱାର୍ଡନଙ୍କୁ କଲେଜରୁ ତଡି ଦିଆଯାଇଥିବା ବେଳେ ତାଙ୍କୁ ପୁନଃ ନିଯୁକ୍ତି ପାଇଁ ଛାତ୍ରଛାତ୍ରୀ ଦାବୀ କରିଛନ୍ତି । ସେପଟେ ଅଧ୍ୟକ୍ଷ ଙ୍କ ବଦଳି ନ ହେବା ଯାଏ ଆଗକୁ ଆହୁରି ଆନ୍ଦୋଳନ ତୀବ୍ର ହେବ ଅଭିଭାବକ ସଂଘ କହିଛନ୍ତି । ଏଠି ଆଶ୍ଚର୍ଯ୍ଯ କରିଛି ସମସ୍ତ ଙ୍କୁ କାହାର ଛତ୍ର ଛାୟା ତଳେ ପ୍ରିନ୍ସିପାଲ ଅଛନ୍ତି ଯେ ସେ କାହାକୁ ବି ଭୟ କରୁ ନାହାନ୍ତି ରାଜ୍ୟ ସରକାର ଖୁବ୍ ଶୀଘ୍ର ଏ ଦିଗରେ ହସ୍ତକ୍ଷେପ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l