-+91-9937148622 |

prerana_bgr@rediffmail.com |

  Tuesday 30th June 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା    (29-Jun-2026)       ||      ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   (29-Jun-2026)       ||      ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   (29-Jun-2026)       ||      ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   (29-Jun-2026)       ||      ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   (29-Jun-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   (29-Jun-2026)       ||      ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   (29-Jun-2026)       ||      କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   (29-Jun-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||      ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   (29-Jun-2026)       ||      ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||      ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   (29-Jun-2026)       ||      ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||     

HOME   ଜିଲ୍ଲା

ଅଟିଜମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର୍: ଶିଶୁଙ୍କ ବିକାଶରେ ପ୍ରଭାବ ଓ ସଚେତନତାର ଆବଶ୍ୟକତା

02-Apr-2026



ବଲାଙ୍ଗୀର : ଅଟିଜମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର୍ (ASD) ହେଉଛି ଏକ ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ସମସ୍ୟା, ଯାହାର ପ୍ରଭାବ ମୁଖ୍ୟତଃ ଶିଶୁମାନଙ୍କର ତିନୋଟି କ୍ଷେତ୍ରରେ ପଡ଼େ—ସାମାଜିକ ଭାବ ବିନିମୟ, ଭାଷା ଓ ଆଚରଣ। “ଅଟିଜମ୍” ଶବ୍ଦଟି ଗ୍ରୀକ ଶବ୍ଦ “Auto” ରୁ ଆସିଛି, ଯାହାର ଅର୍ଥ “ନିଜେ”। ଏହି ସମସ୍ୟା ଝିଅମାନଙ୍କ ତୁଳନାରେ ପୁଅମାନଙ୍କ ମଧ୍ୟରେ ଅଧିକ ଦେଖାଯାଏ ଏବଂ ଜନ୍ମର ପ୍ରଥମ ତିନି ବର୍ଷ ମଧ୍ୟରେ ଏହାର ଲକ୍ଷଣ ଦେଖାଯାଏ ।

ଅଟିଜମ୍ ଥିବା ଶିଶୁମାନଙ୍କର କିଛି ସାଧାରଣ ଲକ୍ଷଣ ହେଲା—ନିଜ ନାମ ଡାକିଲେ ପ୍ରତିକ୍ରିୟା ନ କରିବା, ଆଖିରେ ଆଖି ନ ମିଶେଇବା, ଭାବ ବିନିମୟରେ ଅସୁବିଧା, ନିର୍ଦ୍ଦେଶ ଅନୁସରଣ ନ କରିବା ଏବଂ ଏକାକୀ ରହିବାକୁ ପସନ୍ଦ କରିବା। ସେମାନେ ପୁନଃପୁନି ଏକେ କାମ କରିବାକୁ ଭଲପାଆନ୍ତି, ଯେପରିକି ଆଗକୁ ପଛକୁ ହଲିବା, ହାତ ଫ୍ଲାପିଂ କରିବା କିମ୍ବା ଜିନିଷଗୁଡ଼ିକୁ ଏକ ଧାଡ଼ିରେ ସଜେଇ ରଖିବା। ଦୈନନ୍ଦିନ କାର୍ଯ୍ୟରେ କିଛି ପରିବର୍ତ୍ତନ ହେଲେ ସେମାନେ ଅସ୍ଥିର ହୋଇପାରନ୍ତି। ଏହା ସହିତ ଇନ୍ଦ୍ରିୟ ଜନିତ ସମସ୍ୟା l ଯେପରିକି ଶବ୍ଦ, ଆଲୋକ କିମ୍ବା ସ୍ପର୍ଶ ପ୍ରତି ଅତ୍ୟଧିକ କିମ୍ବା କମ ପ୍ରତିକ୍ରିୟା ରଖିବା ଏବଂ କଥା କହିବାରେ ବିଳମ୍ବ ହୁଏ।

ତେଣୁ ଆସନ୍ତୁ, ଡ଼. ରଞ୍ଜିତା ପଣ୍ଡାଙ୍କ ଠାରୁ ଅଟିଜମ୍ ବିଷୟରେ ଜାଣିବା, ବୁଝିବା ଓ ସମାଜରେ ସଚେତନତା ବଢ଼ାଇବା। ଏହି ରୋଗର ନିଷ୍କର୍ଷ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ। ତଥାପି ବୈଜ୍ଞାନିକ ମତାନୁସାରେ ଜନ୍ମଗତ କାରଣ, ପରିବାରରେ ପୂର୍ବ ଇତିହାସ, ମସ୍ତିଷ୍କ ବିକାଶରେ ପରିବର୍ତ୍ତନ, ଗର୍ଭାବସ୍ଥାରେ ମା’ଙ୍କର ଅସୁସ୍ଥତା, ଅପୋଷଣ, ଅତ୍ୟଧିକ ଔଷଧ ବ୍ୟବହାର କିମ୍ବା ନିଶାଦ୍ରବ୍ୟ ସେବନ ଇତ୍ୟାଦି ଏହାର ସମ୍ଭାବ୍ୟ କାରଣ ହୋଇପାରେ। ଏଥିସହିତ ଅପରିପକ୍ୱ ଜନ୍ମ, ଜନ୍ମ ସମୟରେ ଶିଶୁର ସମସ୍ୟା କିମ୍ବା ହାନିକାରକ ପରିବେଶ ସହ ସମ୍ପର୍କ ମଧ୍ୟ ଏହାକୁ ପ୍ରଭାବିତ କରେ।
ଅଟିଜମ୍‌ର ନିର୍ଣ୍ଣୟ କୌଣସି ଏକକ ଟେଷ୍ଟ ଦ୍ୱାରା ହୁଏ ନାହିଁ। ବିକାଶ ଇତିହାସ, ବ୍ୟବହାର ପର୍ଯ୍ୟବେକ୍ଷଣ ଏବଂ ବିଭିନ୍ନ ସ୍ଟାଣ୍ଡାର୍ଡ ଟେଷ୍ଟ—ଯେପରିକି 
Childhood Autism Rating Scale (CARS) ଓ Autism Diagnostic Observation Schedule (ADOS) ଦ୍ୱାରା ଏହାର ମୂଲ୍ୟାଙ୍କନ କରାଯାଏ। ଏଥିରେ ବିଭିନ୍ନ ବିଶେଷଜ୍ଞଙ୍କ ଏକ ଟିମ୍ ମିଶିକରି ନିଷ୍ପତ୍ତି ନେଇଥାନ୍ତି।
ଅଟିଜମ୍‌ର ପୂର୍ଣ୍ଣ ଚିକିତ୍ସା ପାଇଁ କୌଣସି ଔଷଧ ନଥିଲେ ମଧ୍ୟ ଶୀଘ୍ର ଚିହ୍ନଟ ଓ ପ୍ରାରମ୍ଭିକ ହସ୍ତକ୍ଷେପ ଅତ୍ୟନ୍ତ ଜରୁରୀ। ଏଥିରେ ବିଭିନ୍ନ ଥେରାପି— ମୁଖ୍ୟତଃ Occupational Therapy ଯାହାକି ଦୈନନ୍ଦିନ କାର୍ଯ୍ୟ ଓ ଇନ୍ଦ୍ରିୟ ସମସ୍ୟା ସମାଧାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l

Sensory Integration therapy ଯେଉଁଥିରେ ଶିଶୁମାନେ ଧ୍ୱନି, ଆଲୋକ, ସ୍ପର୍ଶ ପ୍ରତି ଅତ୍ୟଧିକ ବା କମ ପ୍ରତିକ୍ରିୟା କରନ୍ତି l ସେମାନଙ୍କୁ Sensory Input ମାଧ୍ୟମରେ ପରିବେଶ ସହିତ ଖାପ ଖୁଆଇ ଚାଲିବା ଏବଂ ମାନସିକ ବିକାଶ କରାଯାଇଥାଏ l

ଏହାସହିତ  Speech Therapy, Behavior Therapy ଓ Special Education ମଧ୍ୟ ଜରୁରୀ 

ଏହି ସମସ୍ୟାରେ ପିତାମାତା ଓ ପରିବାରର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଶିଶୁମାନଙ୍କୁ ତାଙ୍କ ଅସମର୍ଥତା ନୁହେଁ, ବରଂ ସମର୍ଥତା ଆଧାରରେ ମୂଲ୍ୟାୟନ କରିବା ଆବଶ୍ୟକ। ସ୍ନେହ, କରୁଣା, ଧୈର୍ୟ ଓ ଉତ୍ସାହ ଦ୍ୱାରା ସେମାନଙ୍କ ଛୋଟ ଛୋଟ ସଫଳତାକୁ ପ୍ରୋତ୍ସାହନ ଦେଲେ, ସେମାନେ ମଧ୍ୟ ଶିକ୍ଷା, କଳା, ଖେଳ ଓ ସାମାଜିକ କ୍ଷେତ୍ରରେ ଆଗକୁ ବଢ଼ିପାରିବେ।
ପ୍ରତିବର୍ଷ ଏପ୍ରିଲ ୨ ତାରିଖକୁ ବିଶ୍ୱ ଅଟିଜମ୍ ସଚେତନତା ଦିବସ ଭାବେ ପାଳନ କରାଯାଏ। ଏହାର ଲକ୍ଷ୍ୟ ହେଉଛି ସମାଜରେ ସଚେତନତା ବୃଦ୍ଧି କରିବା ଓ ଅଟିଜମ୍ ଥିବା ଶିଶୁମାନଙ୍କୁ ସମାନ ଅଧିକାର ଓ ସମ୍ମାନ ଦେବା। ଏହି ବର୍ଷର ଥିମ୍ “Autism and Humanity: Every Life is Valuable” ରହିଛି, ଯାହା ଆମକୁ ସୂଚାଏ ଯେ ପ୍ରତ୍ୟେକ ଶିଶୁ ଅନନ୍ୟ ଓ ସମ୍ମାନର ଯୋଗ୍ୟ।

ରିପୋର୍ଟ: ଫିରୋଜ କୁମାର ସାହୁ


News Comment




Photo in News

Advertisment
Lastest News
  ରାଜ୍ୟ  
ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା   29-Jun-2026
  ଜିଲ୍ଲା  
ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   29-Jun-2026
  ଜିଲ୍ଲା  
ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   29-Jun-2026
  ଜିଲ୍ଲା  
ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   29-Jun-2026
  ଜିଲ୍ଲା  
ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   29-Jun-2026
  ଜିଲ୍ଲା  
କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   29-Jun-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    29-Jun-2026

You Might Also Like