-+91-9937148622 |
prerana_bgr@rediffmail.com |
Wednesday 1st July 2026 |
R.N.I. Regd No. ODIODI/2010/46693
Breaking News
01-Apr-2026
(ରଂଜିତ ମହାନ୍ତି )
କଳ୍ପନାଦେବୀ ବିଦ୍ୟାନିକେତନ ଗଜେନ୍ଦ୍ରପୁରର ଆଦର୍ଶ ସହକାରୀ ଶିକ୍ଷକ ଉଦୟ ନାଥ ଜେନାଙ୍କୁ ଆଜି ବିଦ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟର ପ୍ରଧାନଶିକ୍ଷକ ଆନ୍ଥୋନୀ କୁଲୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ରାଜ୍ୟପାଳ ପୁରସ୍କାରପ୍ରାପ୍ତଶିକ୍ଷକ ଡ଼କ୍ଟର ଭାଗ୍ୟଧର ସାହୁ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କର୍ଣ୍ଣଚନ୍ଦ୍ର ଘଡାଇ, ଓଷ୍ଟାର ଦୟାନିଧି ସାମଲ, ଅଜିତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କର ବହୁମୁଖୀ ପ୍ରତିଭା ଥିବା ପ୍ରକାଶ କରିଥିଲେ l ବିଦ୍ୟାଳୟ ପକ୍ଷରୁ ବିଦାୟୀ ଶିକ୍ଷକ ଶ୍ରୀ ଜେନାଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏଥିରେ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ଏହା ପରେ ବିଦାୟୀ ଶିକ୍ଷକ ଶ୍ରୀ ଜେନାଙ୍କୁ ବିଦ୍ୟାଳୟ ପରିସରରୁ ଏକ ବିରାଟ ଶୋଭାଯାତ୍ରା ରେ ଗୋପାଳପୁର, ବାଲିକୁଦା, ସାହୁଡ଼ିଆ, ନିଆଳି ଓ ପରେ ନିଜଗ୍ରାମ ବରୀ ବ୍ଳକ ଗୋଳକୁଣ୍ଡ ପଞ୍ଚାୟତ ହରିପୁର ଗ୍ରାମରେ ପହଁଚିଥିଲେ l ଏହି ଶୋଭାଯାତ୍ରାରେ ଗୋପାଳପୁର ସରପଞ୍ଚ ଗୋଦାବରୀ ଶାନ୍ତି, ବଡ଼ଚଣା ବିଧାୟକ ପ୍ରତିନିଧି ମନୋଜ କୁମାର ମଲ୍ଲ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିପିନ ବିହାରୀ ଜେନା, ବିଦ୍ୟାଳୟର ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଗ୍ରାମବାସୀ ପ୍ରମୁଖ ଯୋଗଦେଇଥିଲେ। ସମ୍ବର୍ଦ୍ଧନା ଉତ୍ସବରେ ଅଞ୍ଚଳର ୧୦ ଗୋଟି ବିଦ୍ୟାଳୟ ରୁ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ ପ୍ରମୁଖ ଯୋଗଦେଇଥିବା ବେଳେ ବିଦାୟୀ ଶିକ୍ଷକ ଶ୍ରୀ ଜେନା ତାଙ୍କ ବକ୍ତବ୍ୟ ରେ ତାଙ୍କୁ ସେହ୍ନ, ଶ୍ରଦ୍ଧା, ଭଲପାଇବା ସବୁଦିନ ପାଇଁ ଏକ ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ l