-+91-9937148622 |

prerana_bgr@rediffmail.com |

  Tuesday 30th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   (30-Jun-2026)       ||      ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା    (29-Jun-2026)       ||      ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   (29-Jun-2026)       ||      ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   (29-Jun-2026)       ||      ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   (29-Jun-2026)       ||      ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   (29-Jun-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   (29-Jun-2026)       ||      ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   (29-Jun-2026)       ||      କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   (29-Jun-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||      ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   (29-Jun-2026)       ||      ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||      ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   (29-Jun-2026)       ||      ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||     

HOME   ଜିଲ୍ଲା

ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଓ ୩୩ ତମ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ମହା ସମାରୋହ ରେ ପାଳିତ

01-Apr-2026



ସୁବର୍ଣ୍ଣପୁର  (ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲା ସ୍ତରୀୟ ୯୧ତମ ଓଡ଼ିଶା ଦିବସ ଓ ୩୩ତମ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ - ୨୦୨୬ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାତଃ ୪.୦୦ ଘଟିକା ସମୟରେ ଡ଼ାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ସହ ସହର ପରିକ୍ରମା କରାଯାଇଥିଲା। ସକାଳ ୭.୩୦ ଘଟିକା ସମୟରେ  ସୁବର୍ଣ୍ଣପୁର ସହରରେ ଅବସ୍ଥାପିତ ମହାପୁରୁଷ ଓ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲା ପ୍ରଶାସନ ଦ୍ବାରା ମାଲ୍ୟାର୍ପଣ କରାଯାଇଥିଲା। ଦିବା ୮.୦୦ ଘଟିକା ଠାରୁ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ୍ ସାହୁଙ୍କ ଦ୍ଵାରା ସୁବର୍ଣ୍ଣପୁର ସହର ସ୍ଥିତ ସ୍ଵଧାର ଗୃହ ଠାରେ ଅନ୍ତେବାସୀ ମାନଙ୍କୁ ବସ୍ତ୍ର ଓ ମିଷ୍ଠାନ ବଣ୍ଟନ, ଉତ୍କଳ ବାଲାଶ୍ରମ୍  ଠାରେ ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କୁଷ୍ଠାଶ୍ରମ୍  ଠାରେ ଅନ୍ତେବାସୀ ମାନଙ୍କୁ ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ତାପରେ ଦିବା ୯.୩୦ ଘଟିକା ସମୟରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ସମାରୋହ ୨୦୨୬ ଉପଲକ୍ଷେ ସୁବର୍ଣ୍ଣପୁର ଟାଉନ ହଲ ଠାରେ ଅତିରିକ୍ତ ଜିଲ୍ଲାପାଳ,  ସାଧାରଣ, ଅଞଳୀନା ପ୍ରଧାନଙ୍କ ସଭାପତିତ୍ବ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭା ରେ ଜିଲ୍ଲାପାଳ, ଡ଼. ନୃପରାଜ୍ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଅଶ୍ୱିନୀ କୁମାର ମେହେର,  ସୋନପୁର ପୌର ପରିଷଦ ଅଧ୍ୟକ୍ଷା, ଶ୍ରୀମତି ତାମସି ତାମସ୍ମିତା ନାୟକ,  ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସାସ୍ଥ୍ୟ ଅଧିକାରୀ, ଡ଼ା .ଉଷାରାଣୀ ଦାଶ ଓ ଉପ ଜିଲ୍ଲାପାଳ, ସୋନପୁର, ଡ଼. ସୌମ୍ୟାରୁପା ରଥ ସମ୍ମାନିତ  ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ସାଧାରଣ ସଭାରେ ଡ଼, ଜ୍ୟୋତିରଞ୍ଜନ ବହିଦାର,ପ୍ରାକ୍ତନ ପ୍ରାଧ୍ୟାପକ, ସୋନପୁର ମହାବିଦ୍ୟାଳୟ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ।  ଏହି ସାଧାରଣ ସଭାରେ ଅତିଥି ମାନେ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ  ଉପରେ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଏହି ଅବସରରେ ଆମ ଓଡ଼ିଶା ରାଜ୍ୟ ର ସଂସ୍କୃତି ଓ ପରମ୍ପରା ଉପରେ ତାଙ୍କ ଅଭିଭାଷଣରେ କହିବା ସହିତ ଓଡ଼ିଶାର ବରପୁତ୍ର ଓ ମହାପୁରୁଷ ମାନଙ୍କୁ ସ୍ମରଣ କରିବା ପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ କରିଥିଲେ l ମୁଖ୍ୟ ବକ୍ତା ଓଡ଼ିଶା ଦିବସ  ଓ  ଜିଲ୍ଲା ପ୍ରତିଷ୍ଠା ଦିବସ  ଅବସରରେ ଓଡ଼ିଶା ରାଜ୍ୟ  ଓ ସୁବର୍ଣ୍ଣପୁର ଜିଲ୍ଲା ଗଠନ ଉପରେ ତାଙ୍କର ତଥ୍ୟ ଭିତ୍ତିକ ଅଭିଭାଷଣ ସହିତ  ଓଡ଼ିଆ ଅସ୍ମିତା ଉପରେ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ।  ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ ଉପରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ଵାରା ଆଜି ଠାରୁ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି। ତେଣୁ ରାଜ୍ୟ ସରକାର ଙ୍କ ଦ୍ଵାରା  ପ୍ରତି ଦିନ ର ଧାର୍ଯ୍ୟ କାର୍ଯ୍ୟସୂଚୀ ଓ କାର୍ଯ୍ୟକଳାପ ଅନୁଯାୟୀ ଓଡ଼ିଶା ପକ୍ଷ ପାଳନ କରାଯିବ । ଏଣୁ ସମସ୍ତ ଜନସାଧାରଣ ଙ୍କୁ ଏହି ଓଡ଼ିଆ ପକ୍ଷ ପାଳନ ରେ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଥିଲା l ପଞ୍ଚାୟତ ଅଧିକାରୀ ସମସ୍ତ ମଞ୍ଚାସିନ ଅତିଥିଙ୍କ ସମେତ ସମସ୍ତଙ୍କୁ ସଭା କୁ ସ୍ଵାଗତ କରିଥିବା ବେଳେ ଭାରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁଶ୍ରୀ ପ୍ରୀତି ସୁନା ଧନ୍ୟବାଦ୍ ଅର୍ପଣ କରିଥିଲେ। 
ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରରେ ବିଦ୍ୟାଳୟ ସ୍ତରରୁ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସଭାରେ ପୁରସ୍କୃତ କରାଯାଇଥିଲା। ଏତଦବ୍ୟତୀତ, ମହିଳା ଓ ଛାତ୍ରୀ ମାନଙ୍କ ମଧ୍ୟରେ ଟାଉନ ହଲ ଠାରେ  ମୁରୁଜ ବା ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳ ଏ  ରଙ୍ଗୋଲି ପ୍ରତିଯୋଗିତା କୁ ପ୍ରଥମେ ବୁଲି ଦେଖିବା ସହ ପ୍ରତିଯୋଗୀ ଙ୍କୁ ପ୍ରଶଂଶା କରିଥିଲେ l ଏହି ପ୍ରତି ଯୋଗିତା ର କୃତକାର୍ଯ୍ୟ ହୋଇଥିବା ମହିଳା ଓ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।  ଚଳିତ ବର୍ଷ ଏହି ଦିବସ ପାଳନ ଅବସରରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଜିଲ୍ଲା ସ୍ତରରେ ରାଜ୍ୟ ଓ ଜିଲ୍ଲା ସ୍ତରର ମହାପୁରୁଷ, ବରପୁତ୍ର, ଓଡ଼ିଶାର କଳା ସଂସ୍କୃତି, ଦର୍ଶନୀୟ ସ୍ଥାନ ଇତ୍ୟାଦି ଉପରେ ଏହ ଫଟୋ ପ୍ରଦର୍ଶନୀ ଟାଉନ ହଲ ଠାରେ ଆୟୋଜିତ ହୋଇଥିଲା । ଶେଷରେ ବିଭିନ୍ନ ବ୍ଲକର ବିଦ୍ୟାଳୟ ମାନଙ୍କରୁ ଆସିଥିବା ସାଂସ୍କୃତିକ ଦଳ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସାଧାରଣ ସଭା ରେ ସୁବର୍ଣ୍ଣପୁର ଜିଲ୍ଲା ର ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା, ଜିଲ୍ଲା ସ୍ତରୀୟ ଅଧିକାରୀ କର୍ମଚାରୀମାନଙ୍କ ସମେତ ବିଭିନ୍ନ  ସାମ୍ବାଦିକ  ଯୋଗଦାନ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   30-Jun-2026
  ରାଜ୍ୟ  
ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା   29-Jun-2026
  ଜିଲ୍ଲା  
ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   29-Jun-2026
  ଜିଲ୍ଲା  
ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   29-Jun-2026
  ଜିଲ୍ଲା  
ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   29-Jun-2026
  ଜିଲ୍ଲା  
ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   29-Jun-2026
  ଜିଲ୍ଲା  
କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   29-Jun-2026

You Might Also Like