-+91-9937148622 |
prerana_bgr@rediffmail.com |
Thursday 2nd April 2026 |
R.N.I. Regd No. ODIODI/2010/46693
Breaking News
01-Apr-2026
ସିନାପାଲି (ଚିନ୍ତାମଣି ନେତାମ): ଆଜି ଉତ୍କଳ ଦିବସ ଅବସରରେ ନୂଆପଡା ଜିଲ୍ଲାର ସିନାପାଲି ଗାୟତ୍ରୀ ଛକରେ ଅବସ୍ଥିତ ଶିଶୁ ବିକାଶ ବିଦ୍ୟାମନ୍ଦିର ପରିସରରେ ପବିତ୍ର “ବିଦ୍ୟାରମ୍ଭ ଯଜ୍ଞ” ଭକ୍ତିଭାବ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାର ଶୁଭାରମ୍ଭକୁ ଲକ୍ଷ୍ୟ କରି ଏହି ଯଜ୍ଞର ଆୟୋଜନ କରାଯାଇଥିଲା।
ଏହି ଅବସରରେ ବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ରୀ ରାଜେଶ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଯଜ୍ଞକୁ ଶୁଭାରମ୍ଭ କରିଥିଲେ। ସେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଶିକ୍ଷା ମାନବ ଜୀବନର ମୂଳ ଆଧାର ଓ ଧାର୍ମିକ ପରିବେଶରେ ଏହାର ଆରମ୍ଭ ହେଲେ ଶିଶୁମାନେ ସୁଠିକ୍ ପଥରେ ଅଗ୍ରସର ହୋଇପାରିବେ।
ପୂଜକ ରାଧେଶ୍ୟାମ ମେହେରଙ୍କ ନେତୃତ୍ୱରେ ପୂଜା ପାଠ, ହୋମ ଓ ମନ୍ତ୍ରୋଚ୍ଚାରଣ ମାଧ୍ୟମରେ ମା ସରସ୍ବତୀଙ୍କୁ ଆହ୍ୱାନ କରାଯାଇଥିଲା। ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇଥିବା ଏହି ଯଜ୍ଞରେ ଶିଶୁମାନେ ତାଙ୍କ ଅଭିଭାବକଙ୍କ ସହ ଯଜ୍ଞକୁଣ୍ଡ ପାଖରେ ବସି ପୂଜାରେ ସହଭାଗୀ ହୋଇଥିଲେ।
ଏହି ଅବସରରେ ପଙ୍କଜ ସାହୁ, ହେମରାଜ ରଣା ଓ କେତନ ରଣା ବିଦ୍ୟାମନ୍ଦିରରେ ନବ ଭାବେ ଭର୍ତ୍ତି ହୋଇଥିଲେ।
କାର୍ଯ୍ୟକ୍ରମରେ ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଶିକ୍ଷାରେ ସଫଳତା ପାଇଁ ମା ସରସ୍ବତୀଙ୍କ ଆଶୀର୍ବାଦ କାମନା କରାଯାଇଥିଲା। ବିଦ୍ୟାଳୟ ପକ୍ଷରୁ ଏପରି ଧାର୍ମିକ ଓ ଶିକ୍ଷାମୂଳକ କାର୍ଯ୍ୟକ୍ରମ ଆୟୋଜନ ହେବାରୁ ଅଭିଭାବକମାନଙ୍କ ମନରେ ଆଶା ଓ ଆସ୍ଥା ବଢ଼ିଛି।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷିକା, କର୍ମଚାରୀ, ଅଭିଭାବକ ଓ ସ୍ଥାନୀୟ ଲୋକମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ପ୍ରସାଦ ବିତରଣ କରାଯାଇଥିଲା।