-+91-9937148622 |

prerana_bgr@rediffmail.com |

  Thursday 2nd April 2026 |

| | | |

R.N.I. Regd No. ODIODI/2010/46693

Breaking News

ସରସ୍ଵତୀ ଶିଶୁ ମନ୍ଦିର ରେ ପ୍ରଥମ ଦିନୋତ୍ସବ ଓ ଉତ୍କଳ ଦିବସ ପାଳିତ   (02-Apr-2026)       ||      ବିଭିନ୍ନ ସଂଘଠନ ପକ୍ଷରୁ ଜଳକୁଣ୍ଡ ସ୍ଥାପନ   (02-Apr-2026)       ||      ଅଟିଜମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର୍: ଶିଶୁଙ୍କ ବିକାଶରେ ପ୍ରଭାବ ଓ ସଚେତନତାର ଆବଶ୍ୟକତା   (02-Apr-2026)       ||      ମିଥ୍ୟା ଭିଡିଓ ଭାଇରାଲ ପ୍ରତିବାଦ ରେ ବିଜେପି କର୍ମୀ ଙ୍କ ଥାନାରେ ଲିଖିତ ଅଭିଯୋଗ    (02-Apr-2026)       ||      ନେସନାଲ ସ୍ତରରେ ବକ୍ସିଂ ପ୍ରତିଯୋଗିତା ରେ ଭାଗ ନେବେ ସୁବର୍ଣ୍ଣପୁର ଜିଲ୍ଲା ର ଝରଣା ଓ ଅର୍ଚ୍ଚିତା*- *ଜିଲ୍ଲା ପାଇଁ ଆଣିଲେ ଗୌରଵ*-   (02-Apr-2026)       ||      ପାଳସାହିରେ ଯୋଗ ଶିବିର   (01-Apr-2026)       ||      ସୁବର୍ଣ୍ଣପୁର ଠାରେ ୯୧ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ   (01-Apr-2026)       ||      ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଓ ୩୩ ତମ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ମହା ସମାରୋହ ରେ ପାଳିତ   (01-Apr-2026)       ||      କଣ୍ଟାମାଳ ର ବିଭିନ୍ନ ଅନୁଷ୍ଠାନରେ ଉତ୍କଳ ଦିବସ ପାଳିତ    (01-Apr-2026)       ||      ଏପ୍ରିଲ ୧କୁ କଳା ଦିବସ ରୂପେ ପାଳନ କଲା କୋସଲ ରାଜ୍ୟ ସମନ୍ୱୟ ସମିତି    (01-Apr-2026)       ||      ବାରପାହାଡ ଦେବପୀଠରେ ଯାତ୍ରା ଆରମ୍ଭ,ବାରବଏଠା ପରେ ଛତରଗୁଡି ଯାତ୍ରା   (01-Apr-2026)       ||      ବାରପାହାଡ ଦେବପୀଠରେ ଯାତ୍ରା ଆରମ୍ଭ,ବାରବଏଠା ପରେ ଛତରଗୁଡି ଯାତ୍ରା ,ରାତିରେ ପୋଢ ବଳି    (01-Apr-2026)       ||      ଶିଶୁମାନଙ୍କ ଶିକ୍ଷାର ଶୁଭାରମ୍ଭ: ସିନାପାଲିରେ “ବିଦ୍ୟାରମ୍ଭ ଯଜ୍ଞ”   (01-Apr-2026)       ||      ରାଜ୍ୟସଭା ରେ ଜାଲଜାତି ପ୍ରମାଣପତ୍ରଧାରୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କଲେ ସାଂସଦ ନିରଞ୍ଜନ ବିଶି”   (01-Apr-2026)       ||      ହରଭଙ୍ଗା ବିଦ୍ୟାଳୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ    (01-Apr-2026)       ||      *ସୁବର୍ଣ୍ଣପୁର ଜିଲ୍ଲାରେ କର୍ମଚାରୀ ଓ ଅଫିସର ନିଲମ୍ବିତ; ଅନ୍ୟ କର୍ମଚାରୀଙ୍କ ପାଇଁ ଚେତାବନୀ*   (01-Apr-2026)       ||      *ସୁବର୍ଣପୁର ଡିଆର୍‌ସିଏସ୍ ନିଲମ୍ବିତ*   (01-Apr-2026)       ||      ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌କୁ ୨୪ ଘଣ୍ଟିଆ ଆକ୍ସନ୍ ମୋଡ୍‌ରେ ରଖନ୍ତୁ   (01-Apr-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   (01-Apr-2026)       ||      ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର    (31-Mar-2026)       ||     

HOME   ଜିଲ୍ଲା

ଏପ୍ରିଲ ୧କୁ କଳା ଦିବସ ରୂପେ ପାଳନ କଲା କୋସଲ ରାଜ୍ୟ ସମନ୍ୱୟ ସମିତି 

01-Apr-2026



ବଲାଙ୍ଗୀର(ପ୍ରେରଣା ଖବର)- ଆଜି ଏପ୍ରିଲ ୧ ତାରିଖକୁ ସାରା ରାଜ୍ୟରେ ଉତ୍କଳ ଦିବସ ଭାବରେ ପାଳନ କରୁଥିବା ବେଳେ କୋସଳ ରାଜ୍ୟ ସମନ୍ୱୟ ସମିତି, ବଲାଙ୍ଗୀର ଶାଖା ତରଫରୁ ପ୍ରତିବାଦ ସ୍ୱରୂପ କଳା ଦିବସ ଭାବରେ ପାଳନ କରାଯାଇଛି । ଆଜି ଶତାଧିକ କୋସଲ ପ୍ରେମୀ ନିଜ ନିଜ ବାସଗୃହରେ କଳା ପତାକା ଉତ୍ତୋଳନ କରିବା ସହ କଳା ବ୍ୟାଚ୍ ପରିଧାନ କରିଥିଲେ । ଏହି ପରିପ୍ରେକ୍ଷୀରେ ସଂଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷାବିତ୍ ମନୋରଂଜନ ସାହୁଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କୋସଳ ରାଜ୍ୟ ସମନ୍ୱୟ ସମିତିର ପ୍ରତିଷ୍ଠାତା ଆଇନଜୀବୀ ପ୍ରମୋଦ ମିଶ ଯୋଗ ଦେଇ ନିଜ ଉଦବୋଧନ ରେ ଭାରତ ସ୍ୱାଧୀନ ହୋଇ ମଧ୍ୟ କୋଶଳାଂଚଳ ରେ ଆଜି ମଧ୍ୟ ସାମାଜିକ, ଆର୍ଥିକ ଓ ରାଜନୈତିକସ୍ତରରେ ପରାଧୀନ ହୋଇ ରହିଛି । ଏପରି ସ୍ଥିତିରେ ସହୀଦ ଭଗତ ସିଂ, ରାଜଗୁରୁ, ସୁକଦେବ, ସୁବାଷଚନ୍ଦ୍ର ବୋଷଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କ ଆତ୍ମବଳି ପ୍ରତି ଅସମ୍ମାନ ହୋଇଛି ବୋଲି କହି ଆନ୍ଦୋଳନ ଆଗକୁ ଆହୁରି ତୀବ୍ରତର କରିବା ପାଇଁ ଆହ୍ୱାନ ଦେଇଥିଲେ । ଶିକ୍ଷାବିତ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ଆଜିର ଦିବସ ଉପରେ ସୂଚନା ପ୍ରଦାନ କରି ସମ୍ବିଧାନର ଧାରା ୩ ଅନୁସାରେ ଭାରତରେ ଆଜି ପର୍ଯ୍ୟନ୍ତ ନୂଆ ୨୬ଟି ରାଜ୍ୟ ଗଠନ ହୋଇଥିବା ବେଳେ କୋଶଳ ରାଜ୍ୟ ଗଠନ ସପକ୍ଷରେ ସବୁ ଯୁକ୍ତ ଥାଇ ସୁଦ୍ଧା ସ୍ୱତନ୍ତ୍ର ରାଜ୍ୟ ଘୋଷଣା ହୋଇପାରୁ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଏହି ପ୍ରତିବାଦ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ନାରୀ ନେତ୍ରୀ ଲିଲି ପଟେଲ, ଶ୍ରମିକ ନେତା ରବି ମିଶ୍ର, ରଣରାଜ ସିଂହଦେଓ, ବିଭୁଦତ୍ତ ମିଶ୍ର, ଶରତଚନ୍ଦ୍ର ହୋତା, ବୀରେନ୍ଦ୍ର ବନଛୋର, ଅବସରପ୍ରାପ୍ତ ସୈନିକ ସଂଘର ସଭାପତି ପ୍ରତାପ ରଥ, ଖଗେଶ୍ୱର ପ୍ରଧାନ,କପିଳେଶ୍ୱର ଖମାରୀ, ପ୍ରସନ୍ନ ନେଗୀ, ସଂଗ୍ରାମ ବହିଦାର, ଚାଷୀ ନେତା ସୌରୀ କୁମାର ସାହୁ ପ୍ରମୁଖ ଯୋଗ ଦେଇ ସ୍ୱତନ୍ତ୍ର କୋଶଳ ପ୍ରଦେଶ ନହେବା ପର୍ଯ୍ୟନ୍ତ ଉତ୍କଳ ଦିବସ ପାଳନ ମୂଲ୍ୟହୀନ ଅଟେ ବୋଲି କହିଥିଲେ । ଶେଷରେ ଶ୍ରମିକ ନେତା ବିଭୂତି ଶଙ୍କର ବିନ୍ଧାଣି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିବାଦ ସଭାରେ ଶତାଧିକ କୋଶଳପ୍ରେମୀ  ସାମିଲ ହୋଇ କୋଶଳ ରାଜ୍ୟ ସପକ୍ଷରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରସ୍ଵତୀ ଶିଶୁ ମନ୍ଦିର ରେ ପ୍ରଥମ ଦିନୋତ୍ସବ ଓ ଉତ୍କଳ ଦିବସ ପାଳିତ   02-Apr-2026
  ଜିଲ୍ଲା  
ବିଭିନ୍ନ ସଂଘଠନ ପକ୍ଷରୁ ଜଳକୁଣ୍ଡ ସ୍ଥାପନ   02-Apr-2026
  ଜିଲ୍ଲା  
ଅଟିଜମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର୍: ଶିଶୁଙ୍କ ବିକାଶରେ ପ୍ରଭାବ ଓ ସଚେତନତାର ଆବଶ୍ୟକତା   02-Apr-2026
  ଜିଲ୍ଲା  
ମିଥ୍ୟା ଭିଡିଓ ଭାଇରାଲ ପ୍ରତିବାଦ ରେ ବିଜେପି କର୍ମୀ ଙ୍କ ଥାନାରେ ଲିଖିତ ଅଭିଯୋଗ   02-Apr-2026
  ଜିଲ୍ଲା  
ନେସନାଲ ସ୍ତରରେ ବକ୍ସିଂ ପ୍ରତିଯୋଗିତା ରେ ଭାଗ ନେବେ ସୁବର୍ଣ୍ଣପୁର ଜିଲ୍ଲା ର ଝରଣା ଓ ଅର୍ଚ୍ଚିତା*- *ଜିଲ୍ଲା ପାଇଁ ଆଣିଲେ ଗୌରଵ*-   02-Apr-2026
  ଜିଲ୍ଲା  
ପାଳସାହିରେ ଯୋଗ ଶିବିର   01-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ୯୧ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ   01-Apr-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଓ ୩୩ ତମ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ମହା ସମାରୋହ ରେ ପାଳିତ   01-Apr-2026
  ଜିଲ୍ଲା  
କଣ୍ଟାମାଳ ର ବିଭିନ୍ନ ଅନୁଷ୍ଠାନରେ ଉତ୍କଳ ଦିବସ ପାଳିତ   01-Apr-2026
  ଜିଲ୍ଲା  
ଏପ୍ରିଲ ୧କୁ କଳା ଦିବସ ରୂପେ ପାଳନ କଲା କୋସଲ ରାଜ୍ୟ ସମନ୍ୱୟ ସମିତି    01-Apr-2026
  ଜିଲ୍ଲା  
ବାରପାହାଡ ଦେବପୀଠରେ ଯାତ୍ରା ଆରମ୍ଭ,ବାରବଏଠା ପରେ ଛତରଗୁଡି ଯାତ୍ରା   01-Apr-2026
  ଜିଲ୍ଲା  
ବାରପାହାଡ ଦେବପୀଠରେ ଯାତ୍ରା ଆରମ୍ଭ,ବାରବଏଠା ପରେ ଛତରଗୁଡି ଯାତ୍ରା ,ରାତିରେ ପୋଢ ବଳି   01-Apr-2026

You Might Also Like